Advertisment

କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ! ଲେମ୍ବୁ ରସ ପିଉଛନ୍ତି ଲୋକେ...

କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭ୍ୟାକ୍। ଏବେ ବେଜିଂକୁ ଭରସା ବିଦେଶୀ ଟିକା। ଚୀନରେ କରୋନା ସଂକ୍ରମଣ ଅତି ଉଦ୍‌ବେଗଜନ ଭାବେ ବଢିଚାଲିଥିବା ବେଳେ, ସ୍ୱଦେଶୀ ଟିକା କାମ ଦେଉନଥିବା କୁହାଯାଉଛି।

Is China Allow MRNA Vaccines To Boost

Is China Allow MRNA Vaccines To Boost

Advertisment

ଧରା ପଡ଼ିଛି ଚୀନ୍‌ର ଆଉ ଏକ ଚାଲାକି। କୋଭିଡ୍ ମୁକାବିଲା ଲାଗି  ଚୀନ୍ ନିଜସ୍ୱ ଟିକା ବାହାର କରିଥିବା ଦାବି କରିଥିଲା। ଏପରିକି ଅନେକ ଦେଶଙ୍କୁ ମଧ୍ୟ ଏହି ଟିକା ବିକ୍ରି କରିଥିଲା। ମାତ୍ର ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢିବା ପରେ ଚୀନ୍ ଚଞ୍ଚକତାର ପର୍ଦ୍ଦାଫାଶ ହୋଇଛି। ଚୀନ୍‌ ଭ୍ୟାକସିନ୍ କୋଭିଡ୍ ଉପରେ କୌଣସି ପ୍ରଭାବ ପକାଉନଥିବା କୁହାଯାଉଛି। ଫଳରେ ଚୀନ୍ ସରକାରଙ୍କୁ ବିଦେଶୀ ଟିକା କିଣିିବାକୁ ହେବ। ବାୟୋଏନ୍‌ଟେକ୍ ଓ ଫାଇଜର ଦ୍ୱାରା ପ୍ରସ୍ତୁତ mRNA ଟିକା କିଣିବା ଲାଗି ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ ହୋଇଥିବା ବେଳେ, ଫାଇଜର ଦ୍ୱାରା ପ୍ରସ୍ତୁତ ପାକ୍ସଲୋଭିଡ୍ ଡ୍ରଗ୍ ବ୍ୟବହାରକୁ ମଞ୍ଜୁରୀ ମିଳିଛି। 

Advertisment

କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭ୍ୟାକ୍। ଏବେ ବେଜିଂକୁ ଭରସା ବିଦେଶୀ ଟିକା। ଚୀନରେ କରୋନା ସଂକ୍ରମଣ ଅତି ଉଦ୍‌ବେଗଜନ ଭାବେ ବଢିଚାଲିଥିବା ବେଳେ, ସ୍ୱଦେଶୀ ଟିକା କାମ ଦେଉନଥିବା କୁହାଯାଉଛି। ଏପରିକି ଏହି ଟିକା ଉପରେ ଚୀନବାସୀଙ୍କ ଭରସା ମଧ୍ୟ ନାହିଁ। ଚୀନ ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବକାରୀ ବୋଲି  ଦାବି କରାଯାଇଥିଲା।  ମାତ୍ର ଏବେ ସରକାରୀ ଭାବେ ଏହା ବୟସ୍କଙ୍କ କ୍ଷେତ୍ରରେ ମାତ୍ର ୪୨ ପ୍ରତିଶତ ଓ ସାଧାରଣ ଲୋକଙ୍କ କ୍ଷେତ୍ରରେ ୫୮ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଇଛି। ଏନେଇ ଜନସାଧାରଣଙ୍କ ମନରେ ସନ୍ଦେହ ବଢ଼ିଛି। ତେଣୁ ବହୁଲୋକ ସ୍ୱଦେଶୀ ଟିକା ନେବାକୁ ରାଜି ହେଉ ନାହାନ୍ତି। ଏଣେ ଚୀନ ସରକାର ବିଦେଶୀ ଟିକାକୁ ଏଯାଏ ଅନୁମତି ଦେଇନଥିବାରୁ, ବହୁ ଲୋକ ଫାଇଜର ଓ ବାୟୋଏନ୍‌ଟେକ୍ ଟିକା ନେବାକୁ Macao ଏବଂ ହଂକଂ ପଳାଉଥିବା ଜଣାପଡ଼ିଛି।

ସେପଟେ କୋଭିଡ୍ ବେକାବୁ ହେବା ପରେ ଚୀନ୍ ସରକାର ଫାଇଜର ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ପାକ୍ସଲୋଭିଡ୍ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। କରୋନା ଲଢେଇ ପାଇଁ କୌଣସି ବିଦେଶୀ ଔଷଧକୁ ଚୀନ ସରକାର ଅନୁମତି ଦେବାରେ ଏହା ପ୍ରଥମ ଘଟଣା।  ଅନ୍ୟପକ୍ଷେ, ଫାଇଜର ଓ ବାୟୋଏନ୍‌ଟେକ୍ ଦ୍ୱାରା ପ୍ରସ୍ତୁତ  mRNA ଟିକା କିଣିବାକୁ ଚୀନ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ଟିକା ବ୍ୟବହାର ଲାଗି ଏଯାଏ ଅନୁମତି ଦିଆଯାଇନି। ବର୍ତ୍ତମାନ ସଂକ୍ରମଣ ସ୍ଥିତି ଯାହା, ବିଦେଶୀ ଟିକାକୁ ଅନୁମତି ଦେବା ବ୍ୟତୀତ ଚୀନ ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବା କୁହାଯାଉଛି।

Advertisment

କେବଳ ଟୀକା ନୁହେଁ କରୋନା ଉପଶମ ଲାଗି ବ୍ୟବହାର ହେଉଥିବା ଅନ୍ୟ ଔଷଧର ବି ଚୀନ୍‌ରେ ସଙ୍କଟ ଦେଖା ଦେଇଛିି। ଆଇବୁପ୍ରୋଫେନ ଭଳି ଔଷଧ ମାର୍କେଟ ସରିଯାଇଥିବାରୁ, ଲୋକେ ସିଧା କଂପାନିରେ ପହଞ୍ଚି ଯାଉଥିବା ଦେଖିବାକୁ ମିଳିଛି। ଔଷଧ ଅଭାବ କାରଣକୁ ନେଇ ଅନେକ ଲୋକ ପ୍ରାକୃତିକ ଚିକିତ୍ସା ମୁହାଁ ହୋଇଛନ୍ତି। ଲେମ୍ବୁ ରସ ପିଇବା ଦ୍ୱାରା ଶରୀରର କରୋନା ପ୍ରତିରୋଧ କ୍ଷମତା ବଢୁଥିବା ଚର୍ଚ୍ଚା ହେବା ପରେ, ଚୀନ୍‌ରେ ଲେମ୍ବୁର ଅଭାବ ସୃଷ୍ଟି ହୋଇଛି।  ଚୀନର ଦକ୍ଷିଣପ୍ରଦେଶ ସୀଚୁଆନ୍‌ରେ ମୁଖତଃ ଲେମ୍ବୁ ଚାଷ ହେଉଥିବା ବେଳେ ଚାହିଦା ହଠାତ୍ ବଢିଯିବାରୁ ଅଭାବ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଦୈନିକ ୫ରୁ ୬ ଟନ୍ ଲେମ୍ବୁ ଦରକାର ହେଉଥିବା  ବେଳେ ଏବେ ୨୦ରୁ ୩୦ ଟନ୍ ଆବଶ୍ୟକ ହେଉଥିବା ଚାଷୀ କହିଛନ୍ତି।

Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ