Advertisment

ପଞ୍ଜଶିରରେ ପାକ୍‌ର ବାୟୁସେନା ଆକ୍ରମଣକୁ ନିନ୍ଦା କଲା ଇରାନ୍

ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି

ଅଦ୍ୟତନ ହୋଇଛି
Iran Slams Pakistan Military's Role

Iran Slams Pakistan Military's Role

Advertisment

ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ନେଇ ଉଠୁଛି ପ୍ରଶ୍ନ । ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି । ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି ।

Advertisment

ସେପଟେ କାବୁଲରେ ବି ପାକିସ୍ତାନ ବିରୋଧରେ ଖୋଲାଖୋଲି ବିରୋଧ ଦେଖିବାକୁ ମିଳିଛି । ଗତକାଲି ରାତିରେ ବହୁ ସଂଖ୍ୟାରେ ମହିଳା ରାସ୍ତା ଉପରେ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜୀ କରିଛନ୍ତି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ବହୁ ସଂଖ୍ୟାରେ ପାକ୍ ବାୟୁ ସେନାର ଫାଇଟର ଜେଟ୍ ତାଲିବାନକୁ ସହଯୋଗ କରିଥିବା ମାସୁଦ୍ ଅଭିଯୋଗ କରିଥିଲେ । ଏହାପରେ ପାକିସ୍ତାନର ଚିନ୍ତାଧାରା ଓ ଅସଲ ଚେହେରା ବିଶ୍ୱ ସମ୍ମୁଖରେ ଖୋଲିଛି ।

ସେପଟେ ପଞ୍ଜଶିରରେ ଶେଷ ହୋଇନି ଯୁଦ୍ଧ । ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗତକାଲି ତାଲିବାନ୍ ପଞ୍ଜଶିର ଦଖଲ କଲା ‍ବୋଲି ଖବର ଆସିଥିଲା । ହେଲେ ତାଲିବାନର ଦାବିକୁ ଅଗ୍ରାହ୍ୟ କରିଥିଲା ନର୍ଦ୍ଦନ ଆଲାଏନ୍ସ । ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା ।

Advertisment

ସୂଚନାଯୋଗ୍ୟ ପଞ୍ଜଶିର ଅକ୍ତିଆର କରିବାକୁ ତାଲିବାନ୍ ସହ ମିଶି ପଞ୍ଜଶିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ପାକିସ୍ତାନ ବାୟୁସେନା । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲହେଙ୍କୁ ଟାର୍ଗେଟ୍ କରି ତାଙ୍କ ବାସଭବନ ଉପରେ ଘନ ଘନ ଗୁଳିଗୋଳା ବର୍ଷା କରାଯାଇଥିଲା । ହମଲାରେ ମାସୁଦଙ୍କୁ ଘନିଷ୍ଠ ସହଯୋଗୀ ତଥା ନର୍ଦ୍ଦନ ଆଲାଏନ୍ସର ମୁଖପାତ୍ର ମହମ୍ମଦ ଫହିମଙ୍କ ସହ ସାଲେହଙ୍କ ପରିବାରର ବହୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ମାସୁଦ୍ ୧୯ ମିନିଟ୍‌ର ଏକ ଭିଡିଓ ଜାରି କରି ପଞ୍ଜଶିରରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ନିନ୍ଦା କରିବା ସହ ଏହା ବିରୋଧରେ ଆଫଗାନ୍‌ ଜନତା ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।

Advertisment
Battle For Panjshir Iran Slams Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ