Advertisment

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ଜେଲ୍‌ !

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍‌। ଖୁବ୍‌ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍‌ ଲାଗୁ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Indonesia Set To Penalise Sexual Relationship Before Marriage

Indonesia Set To Penalise Sexual Relationship Before Marriage

Advertisment

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍‌। ଖୁବ୍‌ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍‌ ଲାଗୁ ହେବାକୁ ଯାଉଛି। କୁହାଯାଉଛି ଯେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲାମେଣ୍ଟରେ ଏହି ଆଇନ୍‌ ପାରିତ ହୋଇପାରେ। ଏହି ନୂଆ ଆଇନ୍‌ ଅନୁସାରେ, ଇଣ୍ଡୋନେସିଆରେ ନା କେବଳ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବ୍ୟାନ୍‌ ହେବ ବରଂ ବିବାହ ପରେ ନିଜ ପାର୍ଟନରଙ୍କ ବ୍ୟତୀତ ଅନ୍ୟ କାହାସହ ସମ୍ପର୍କ ରଖିଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିପାଇଁ ଦଣ୍ଡ ବି ମିଳିପାରେ। 

Advertisment

ନ୍ୟୁଜ ଏଜେନ୍ସି Reuters ଅନୁସାରେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲାମେଣ୍ଟରେ ଏହି ନୂଆ ଆଇନ୍‌ ପାରିତ ହୋଇପାରେ। ଯେଉଁଥିରେ ବିବାହ ପରେ ନିଜ ଲାଇଫ ପାର୍ଟନରଙ୍କୁ ଛାଡ଼ି ଅନ୍ୟ କାହାସହ ଯୌନ ସମ୍ବନ୍ଧ ତଥା ଶାରୀରିକ ସମ୍ପର୍କ ରଖିଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ। ପାରିତ ହେବାକୁ ଥିବା ସମ୍ଭାବ୍ୟ ଏହି ଆଇନ୍‌ ଅନୁସାରେ, ଇଣ୍ଡୋନେସିଆରେ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କୁ ହିଁ ଶାରୀରିକ ସମ୍ପର୍କ ରଖିବାର ଅଧିକାର ମିଳିବ। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉପରେ ମଧ୍ୟ ବ୍ୟାନ୍‌ ଲାଗିବ। ଏହି ଆଇନ୍‌କୁ ଲାଗୁ କରିବା ଲାଗି ଅନେକ ବର୍ଷ ଧରି ଆଲୋଚନା ଚାଲିଥିଲା ବୋଲି ଇଣ୍ଡୋନେସିଆର ଡେପୁଟି ଆଇନ୍‌ ମନ୍ତ୍ରୀ କହିଛନ୍ତି। 

କେବଳ ଏତିକି ନୁହେଁ, ଇଣ୍ଡୋନେସିଆର ରାଷ୍ଟ୍ରପତି କିମ୍ବା ସରକାରୀ ସଂସ୍ଥାର କେହି ଅପମାନ କରିପାରିବେ ନାହିଁ। ଏପରିକି ଇଣ୍ଡୋନେସିଆର ଆଇନ୍‌ କାନୁନ୍‌ର ମଧ୍ୟ ଅବମାନନା କରିପାରିବେ ନାହିଁ। ଏନେଇ ଖୁବ୍‌ଶୀଘ୍ର ନୂଆ ଆଇନ୍‌ ପାରିତ ହୋଇପାରେ। ଡିସେମ୍ବର ୧୫ରେ ଏହି ନୂଆ ଆଇନ୍‌ ପାରିତ ହେବ ବୋଲି ଆଶା କରାଯାଉଛି। ଏନେଇ ଇଣ୍ଡୋନେସିଆର ଡେପୁଟି ଆଇନ୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment

ଇଣ୍ଡୋନେସିଆରେ ଏହି ଆଇନ୍‌ ଲାଗୁ ହେବା ପୂର୍ବରୁ ଝଡ଼ ଆରମ୍ଭ ହୋଇଯାଇଛି। କିଛି ଇସଲାମିକ ଗ୍ରୁପ୍‌ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଏହି ଆଇନ୍‌ ୨୦୧୯ରେ ପାରିତ ହେବାର ଥିଲା, କିନ୍ତୁ ସେହି ସମୟରେ ଇଣ୍ଡୋନେସିଆରେ ଏହାକୁ ବିରୋଧ କରାଯାଇଥିଲା। ହଜାର ହଜାର ସଂଖ୍ୟକ ଲୋକ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କର କହିବା ଅନୁସାରେ, ଏହି ଆଇନ୍‌ ନାଗରିକଙ୍କ ସ୍ୱତନ୍ତ୍ରତାକୁ କମ୍‌ କରିଦେବ। 

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ