Indonesia
ଇଣ୍ଡୋନେସିଆର ଦ୍ୱୀପ ରାଜ୍ୟ ଜାଭାରେ ବଡ଼ଧରଣର ଭୂମିକମ୍ପ ଘଟିଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନାନୁଯାୟୀ ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପଶ୍ଚିମ ଜାଭାର ସିଆନଜୁର ଅଞ୍ଚଳର ସ୍ଥାନୀୟ ପ୍ରଶାସନ ମୁଖପାତ୍ର ଆଦାମ କହିଛନ୍ତି ଯେ, ଭୂମିକମ୍ପରେ ଡଜନ ଡଜନ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଘର ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ହୋଇଛି।
ସୋସିଆଲ ମିଡିଆରେ ଭୂମିକମ୍ପ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳୁଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏହି ଭୂମିକମ୍ପରେ ସହର ଅପେକ୍ଷା ଗାଁ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ସିୟାନଜୁର ଗ୍ରାମର ପ୍ରାୟ ଘର, ଦୋକାନ ସବୁ ନଷ୍ଟ ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Indonesia_1669025671.jpg)