Advertisment

କପଲ୍‌ଙ୍କ ହୋଟେଲ୍‌ ରୁମ୍‌ର ଅଶ୍ଲୀଳ Video ଭାଇରାଲ୍‌, ବ୍ୟାନ୍‌ ସତ୍ତ୍ୱେ ଶୁଟ୍‌ ହୋଇଥିଲା ଭିଡିଓ...

ପାର୍ଟନରଙ୍କ ସହ ହୋଟେଲ୍‌ରେ ରହୁଛନ୍ତି କି ? ତା’ହେଲେ ସାବଧାନ ରୁହନ୍ତୁ। ଆପଣଙ୍କ ଅଜାଣତରେ କେତେବେଳେ ବି ଗୋପନୀୟତା ଲିକ୍‌ ହୋଇପାରେ ଓ ଏଥିପାଇଁ ଆପଣ ଅସୁବିଧାରେ ମଧ୍ୟ ପଡ଼ିପାରନ୍ତି।

ଅଦ୍ୟତନ ହୋଇଛି
Couple shot porn video

Indonesia Couple Arrested For Shoot Video In Hotel Room

Advertisment

ପାର୍ଟନରଙ୍କ ସହ ହୋଟେଲ୍‌ରେ ରହୁଛନ୍ତି କି ? ତା’ହେଲେ ସାବଧାନ ରୁହନ୍ତୁ। ଆପଣଙ୍କ ଅଜାଣତରେ କେତେବେଳେ ବି ଗୋପନୀୟତା ଲିକ୍‌ ହୋଇପାରେ ଓ ଏଥିପାଇଁ ଆପଣ ଅସୁବିଧାରେ ମଧ୍ୟ ପଡ଼ିପାରନ୍ତି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ହୋଟେଲ୍‌ ରୁମ୍‌ ଭିତରେ ପର୍ଣ୍ଣ ଫିଲ୍ମ ଶୁଟ୍‌ କରିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରାଯାଇଛି। ଇଣ୍ଡୋନେସିଆର ଏହି ଦମ୍ପତିଙ୍କୁ ୬ ବର୍ଷର ଜେଲ୍‌ ଦଣ୍ଡାଦେଶ ମଧ୍ୟ ହୋଇପାରେ ବୋଲି ଜଣାପଡ଼ିଛି। ମୁହଁରେ ମାସ୍କ ପିନ୍ଧି ଦମ୍ପତି ପର୍ଣ୍ଣ ଫିଲ୍ମ ଶୁଟ୍‌ କରିଥିଲେ। ଏହାପରେ ପୋଲିସ୍‌ ସେମାନଙ୍କୁ ବହୁ ଖୋଜାଖୋଜି କରିଥିଲା। ଶେଷରେ ଦମ୍ପତିଙ୍କୁ ପୋଲିସ୍‌ ଗିରଫ କରିଛି। 

Advertisment

ଡେଲିଷ୍ଟାର୍‌ ରିପୋର୍ଟ ଅନୁସାରେ, ଇଣ୍ଡୋନେସିଆରେ ପର୍ଣ୍ଣୋଗ୍ରାଫିକ୍‌ ବ୍ୟାନ୍‌ ଥିବାବେଳେ ଦମ୍ପତି ଏହାକୁ ନମାନି ହୋଟେଲ୍‌ ରୁମ୍‌ରେ ପର୍ଣ୍ଣ ଫିଲ୍ମ ଶୁଟ୍‌ କରିଥିଲେ। ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଘଟଣା ପ୍ରଘଟ ହେବାପରେ ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଳଟି ଥିଲା। ବ୍ୟାନ୍‌ ସତ୍ତ୍ୱେ କେଉଁ ପରିସ୍ଥିତିରେ ଓ କିଏ ଏଭଳି ଭିଡିଓ ଶୁଟ୍‌ କଲେ ? ତାହା ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ହୋଇଥିଲା।

ଭାଇରାଲ୍‌ ଭିଡିଓ କୁ ନେଇ ପୋଲିସ୍‌ ଖୋଳତାଡ଼ ପରେ ଏହି ଦମ୍ପତିଙ୍କ ପାଖରେ ପହଞ୍ଚି ପାରିଥିଲେ। ରିପୋର୍ଟ ଅନୁସାରେ, ପ୍ରଥମେ ପୋଲିସ୍‌ ଅନୁମାନ କରୁଥିଲା ଯେ, ଭିଡିଓଟି ଇଣ୍ଡୋନେସିଆର ବାଲିରେ ଶୁଟ୍‌ ହୋଇଛି। ହେଲେ ଛାନ୍‌ଭିନ୍‌ ପରେ ଜଣାପଡ଼ିଥିଲା ଯେ, ଏକ ହୋଟେଲ୍‌ ରୁମ୍‌ ଭିତରେ ଭିଡିଓଟି ଶୁଟ୍‌ ହୋଇଛି। ଇଷ୍ଟ ଜାଭାରେ ହୋଟେଲ୍‌ଟି ଅବସ୍ଥିତ। ଏହାପରେ ପୋଲିସ୍‌ ଦମ୍ପତିଙ୍କ ପାଖରେ ପହଞ୍ଚିଥିଲା।  ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଇଣ୍ଡୋନେସିଆରେ ଆଡଲ୍ଟ କଣ୍ଟେଣ୍ଟ୍‌କୁ ନେଇ କଡ଼ା ନିୟମ ରହିଛି। ହେଲେ ଏସବୁ ସତ୍ତ୍ୱେ ବନ୍ଦ ରୁମ୍‌ ଭିତରେ ଆଡଲ୍ଟ ଭିଡିଓ ଶୁଟ୍‌ କରାଯାଉଥିବା ଦେଖିବାକୁ ମିଳିଛି। 

Advertisment

ହୋଇପାରେ ୬ ବର୍ଷ ଜେଲ୍‌ !

ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ୬ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇପାରେ। ନିୟମ ନମାନି ହୋଟେଲ୍‌ ରୁମ୍‌ ଭିତରେ ପର୍ଣ୍ଣ ଫିଲ୍ମ ଶୁଟ୍‌ କରିଥିବାରୁ ଦମ୍ପତିଙ୍କ ପାଇଁ ଏହା ମହଙ୍ଗା ପଡ଼ିପାରେ। ସୂଚନାଥାଉ କି, ଏହା ପୂର୍ବରୁ ମାର୍ଚ୍ଚରେ ଇଣ୍ଡୋନେସିଆରେ ଜଣେ କଣ୍ଟେଣ୍ଟ୍‌ କ୍ରିଏଟରଙ୍କୁ ଅଶ୍ଲୀଳତା ପ୍ରସାର କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ହେଲେ ପରେ ତାଙ୍କୁ ଜାମିନ ମିଳିଥିଲା। କାରଣ ସେହି ସମୟରେ ସେ ଗର୍ଭବତୀ ଥିଲେ। ସେହି ସମୟରେ ମେଟ୍ରୋ ପୋଲିସ୍‌ ପ୍ରବକ୍ତା କହିଥିଲେ ଯେ, କେବଳ ମାନବିକ ଦୃଷ୍ଟି କୋଣରୁ ମହିଳାଙ୍କୁ ଜାମିନ ପ୍ରଦାନ କରାଯାଇଛି। ହେଲେ ଆଇନଗତ ପ୍ରକ୍ରିୟା ଜାରି ରହିଛି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ