Advertisment

ମାନବିକତା ଦେଖାଇଲେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର; ନିଜ ସହ ବିଲେଇ-କୁକୁରକୁ ମଧ୍ୟ ସ୍ୱଦେଶ ଫେରାଇ ଆଣିଲେ

ଭାରତକୁ ପ୍ରାୟ ୨୦୦ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।

ଅଦ୍ୟତନ ହୋଇଛି
Indians Stranded in Ukraine Return With Their Pets as Govt Relaxes Rules

Indians Stranded in Ukraine Return With Their Pets as Govt Relaxes Rules

Advertisment

ଅପରେସନ ଗଙ୍ଗାରେ ଆଜି ହିଣ୍ଡନ ଏୟାର ବେସ୍‌ରେ ପହଞ୍ଚିଛି ବାୟୁସେନାର ୨ ଉଦ୍ଧାରକାରୀ C-17 ଗ୍ଲୋବମାଷ୍ଟର ବିମାନ। ଏଥିରେ ହଙ୍ଗେରିର ବୁଦାପେଷ୍ଟରୁ ପ୍ରାୟ ୨୦୦ ଭାରତୀୟଙ୍କୁ ଆଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।

Advertisment

ବଙ୍କରରେ ରହିବା ଠାରୁ ହଙ୍ଗେରୀର ବୁଦାପେଷ୍ଟ ପର୍ଯ୍ୟନ୍ତ କୁକୁର ତାଙ୍କ ସହ ଥିଲା । ଏହାପରେ ହଙ୍ଗେରୀ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିବାରୁ କୁକୁରକୁ ବିମାନରେ ଛାଡ଼ିବା ଲାଗି ଅନୁମତି ମିଳିଥିଲା ।

କେବେଳ ଏତିକି ନୁହେଁ ୟୁକ୍ରେନ୍‌ରେ ମେଡିକାଲ ପଢୁଥିବା ତାମିଲନାଡୁର ଗୌତମ ମଧ୍ୟ ନିଜ ସହ ନିଜ ବିଲେଇକୁ ଆଣିଛନ୍ତି । ବିଲେଇକୁ ବିମାନରେ ଅନୁମତି ନ ମିଳିବାରୁ ସେ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ହେଲେ ପରେ ରୋମାନିଆ ଦୂତାବାସ ଅନୁମତି ଦେବାରୁ ଗୌତମ ବିଲେଇକୁ ସାଙ୍ଗରେ ନେଇ ଆସିଛନ୍ତି ।

Advertisment
Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ