Advertisment

ୟୁକ୍ରେନ ଛାଡ଼ିବା ପାଇଁ ପ୍ରୟାସ କରୁଥିଲେ ଭାରତୀୟ ଛାତ୍ର, ହେଲେ ଗୁଳିମାଡ଼ ଖାଇଲେ...

ୟୁକ୍ରେନ ରାଜଧାନୀ କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

Indian Student Shot

Indian Student Shot

Advertisment

ୟୁକ୍ରେନ ରାଜଧାନୀ କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଆହତ ଭାରତୀୟ ଛାତ୍ରଙ୍କ ନାଁ ହର୍‌ଜ୍ୟୋତ ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ୨ ଜଣ ଭାରତୀୟ ଛାତ୍ର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ।  

Advertisment

ସୂଚନା ଥାଉ କି, ମଙ୍ଗଳବାର ଦିନ ଖାର୍‌କିଭ୍‌ରେ ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଗ୍ରୋସରୀ ଦୋକାନ ବାହାରେ ଜିନିଷ ନେବା ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଗୁଳିମାଡ଼ରେ କର୍ଣ୍ଣାଟକର ୨୧ ବର୍ଷୀୟ ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟିଥିଲା। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାର ଲଗାତାର ଭାବେ ଉଦ୍ୟମ ଜାରି ରଖିଛନ୍ତି। 

ଅନ୍ୟପକ୍ଷେ, ହଜାର ହଜାର ସଂଖ୍ୟକ ଛାତ୍ର ୟୁକ୍ରେନ ଛାଡ଼ି ସୀମାରେ ପହଞ୍ଚିବା ଲାଗି ପ୍ରୟାସ କରୁଛନ୍ତି। ଫଳରେ ସେମାନେ ୟୁକ୍ରେନ ଛାଡ଼ି ସ୍ୱଦେଶ ଫେରି ପାରିବେ। ‘ଅପରେସନ ଗଙ୍ଗା’ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁସାରେ, ନିର୍ଦ୍ଦେଶନାମା ଜାରି ହେବା ପରେ ପାଖାପାଖି ୧୭ ହଜାର ଭାରତୀୟ ନାଗରିକ ୟୁକ୍ରେନ ଛାଡ଼ି ସାରିଲେଣି। ୬ ହଜାରରୁ ଅଧିକ ଭାରତୀୟ ଘରକୁ ଫେରି ସାରିଲେଣି।

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପୂର୍ବରୁ ୟୁକ୍ରେନରେ ପାଖାପାଖି ୨୦ ହଜାର ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମେଡିକାଲ୍‌ ଛାତ୍ରଛାତ୍ରୀ ଥିଲେ।

Russia Ukraine Crisis Ukraine Crisis Ukraine Russia War Russian Ukrainian War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ