Advertisment

କିଏ ସେ ଭାରତୀୟ ଯିଏ ହେବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ?

ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ । ଋଷି ସୁନକ୍‌ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଦ୍ୟତନ ହୋଇଛି
Rishi Sunak

Rishi Sunak

Advertisment

ବ୍ରିଟେନ୍‌ରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଇସ୍ତଫା ଦେଇଛନ୍ତି । ଏବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ଜୋର୍‌ ଧରିଛି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରେସ୍‌ରେ ଜଣେ ଭାରତୀୟ ଶୀର୍ଷରେ ଥିବା ନେଇ ଚର୍ଚ୍ଚା ହେଉଛି । ବୋରିସ୍‌ଙ୍କ ମନ୍ତ୍ରିମଣ୍ତଳରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ଙ୍କ ନାମ ପ୍ରଧାନମନ୍ତ୍ରୀ ରେସ୍‌ରେ ପ୍ରଥମରେ ରହିଛନ୍ତି ।

Advertisment

ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ । ଋଷି ସୁନକ୍‌ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଭାରତୀୟମାନଙ୍କୁ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲା ବ୍ରିଟିଶ ସରକାର । ହେଲେ ଆକଳନ ଯଦି ଠିକ୍ ହୁଏ ତେବେ ଜଣେ ଭାରତୀୟ ବଂଶୋଦ୍ଭବ ହିଁ ବ୍ରିଟେନକୁ ଶାସନ କରିବେ। ବହୁ ବାଦ-ବିବାଦ ଓ ପ୍ରତିବାଦ ପରେ ବ୍ରିଟେନର ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଛନ୍ତି । କନଜରଭେଟିଭ୍ ପାର୍ଟିର ନେତା ଭାବେ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ନୂଆ ନେତା ନିର୍ବାଚିତ ନହେବା ଯାଏଁ ବୋରିସ୍‌, ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାର ଅଧିକ ସମ୍ଭାବନା ରହିଛି। ଋଷି ସୁନକ୍ ପୂର୍ବରୁ ରାଜକୋଷର ମୁଖ୍ୟ ସମ୍ପାଦକ, ଅର୍ଥମନ୍ତ୍ରୀ, ଚାନସେଲର୍‌ ଭଳି ବଡ଼ ବଡ଼ ପଦବୀରେ ରହି ଆସିଛନ୍ତି । ଋଷି ହେଉଛନ୍ତି ଇନଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ଋଷିଙ୍କ ପତ୍ନୀ ଅକ୍ଷିତା ବ୍ରିଟେନର ଜଣେ ଲୋକପ୍ରିୟ ଡିଜାଇନର। ଋଷିଙ୍କ ଜେଜେବାପା ପଞ୍ଜାବର ମୂଳ ବାସିନ୍ଦା ଥିଲେ। ପଞ୍ଜାବରୁ ସେମାନେ ଆଫ୍ରିକା ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବ୍ରିଟେନ୍‌କୁ ଆସି ରହିଥିଲେ। ବ୍ରିଟେନରେ ହିଁ ରୁଷି ଜନ୍ମଗ୍ରହଣ କରିଥିଲେ। ଏବେ ଋଷି ସୁନକ୍‌ ବ୍ରିଟେନ୍‌ର ପ୍ରଧାମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ତେବେ ଇସ୍ତଫା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ମନ୍ତ୍ରିମଣ୍ଡଳରୁ ୪୦ ମନ୍ତ୍ରୀଙ୍କ ଇସ୍ତଫା ପରେ ପଦ ଛାଡ଼ିଲେ ଜନସନ । ଦେଶବାସୀଙ୍କୁ ସମ୍ବୋଧନ ବେଳେ ଇସ୍ତଫା ଘୋଷଣା କରିଥିବା ସୂଚନା । ୨୦୧୯ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୋରିସ ଜନସନ୍ ।

ବିବିସି ନ୍ୟୁଜ୍‌ର ସୂଚନା ମୁତାବକ, ନବ ନିଯୁକ୍ତ ମନ୍ତ୍ରୀମାନେ ମଧ୍ୟ ବୋରିସଙ୍କ ହାତ ଛାଡି ଦେଇଥିଲେ। ତାଙ୍କ କ୍ୟାବିନେଟ୍‌ରୁ ପାଖାପାଖି ୫୦ରୁ ଅଧିକ ସଦସ୍ୟ ଇସ୍ତଫା ଦେଇଥିଲେ। ଏଥିମଧ୍ୟରୁ ୮ଜଣ ମନ୍ତ୍ରୀ ଏବଂ ଦୁଇ ରାଜ୍ୟ ସଚିବ ଗତ ୨ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି। ଏହା ଜନସନଙ୍କୁ ଅତ୍ୟଧିକ ଝଟ୍‌କା ଦେଇଥିଲା।  ମିଡିଆ ରିପୋର୍ଟ ଅନୁଯାୟୀ ଜନସନଙ୍କୁ ବର୍ତ୍ତମାନ ବିଦ୍ରୋହୀ ନେତାଙ୍କ ଦାବିରେ ମୁଣ୍ଡ ନୁଆଁଇବାକୁ ପଡିଛି। ସେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

Advertisment

ଅନେକ ଦିନ ଧରି ନିଜ ପଦ ପାଇଁ ଲଢ଼ିବା ପରେ ଜନ୍‌ସନ ତାଙ୍କ ଦଳର କିଛି ନେତାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ତାଙ୍କ ହାତ ଛାଡି ଦେଇଥିଲେ। ୨୦୧୯ ରେ ଅଧିକାଂଶ ଭୋଟ୍‌ ହାତେଇ କ୍ଷମତାକୁ ଆସିଥିବା ୫୮ ବର୍ଷିୟ ଜନସନ ଏହାକୁ ଗ୍ରହଣ କରିବା କଷ୍ଟସାଧ୍ୟ ଥିଲା।

Rishi Sunak Britain Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ