Advertisment

ଇସ୍ରାଏଲ-ଇରାନ୍‌ ଯୁଦ୍ଧ ! ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଇସ୍ରାଏଲର ଭାରତୀୟ ଦୂତାବାସ ରବିବାର ଏକ ଆଡଭାଇଜାରୀ ଜାରି କରି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରିଛି।

Israel-Iran Conflict

Israel-Iran Conflict

Advertisment

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ । ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ମିଜାଇଲ ଆକ୍ରମଣ କରିଛି ଇରାନ୍। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ମିଜାଇଲ ଇସ୍ରାଏଲ୍ ଉପରକୁ ମାଡ଼ ହୋଇଛି । ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ୍‌ ଚିହ୍ନଟ କରିଛି । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି । ତେବେ ଇସ୍ରାଏଲ-ଇରାନ୍‌ ଯୁଦ୍ଧ ଆଶଙ୍କା ମଧ୍ୟରେ ବୟାନ ଜାରି କରିଛି ଭାରତ ।

Advertisment

ଇସ୍ରାଏଲର ଭାରତୀୟ ଦୂତାବାସ ରବିବାର ଏକ ଆଡଭାଇଜାରୀ ଜାରି କରି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରିଛି। ଏହାସହ ଏହା କୁହାଯାଇଛି କି,‘ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଇସ୍ରାଏଲ୍ କର୍ତ୍ତୃପକ୍ଷ ଏବଂ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗ କରୁଛି’। ଏହା ସହ ସେଠାରେ ରହୁଥିବା ଭାରତୀୟମାନଙ୍କ ପାଇଁ ଦୂତବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି ।

Advertisment

ଏହାରି ମଧ୍ୟରେ ଭାରତ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ଆମର ଦୂତାବାସ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି। ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଜରୁରୀ ଅଟେ । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଭାରତ ଅତ୍ୟନ୍ତ ଚିନ୍ତିତ ବୋଲି କହିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି କି, ଏହି ବିବାଦ ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ସେପଟେ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ନେଇ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ୍ ସେନା କହିଛି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଜାଇଲ ସିଷ୍ଟମ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିଛି ସ୍ଥାନରେ ଡ୍ରୋନ ମାଡରେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି।

Advertisment
India Israel Indian Embassy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ