ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ୍ ପାର୍ଟିରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ନିକି ହାଲି ଏବଂ ବିବେକ ରାମସ୍ୱାମୀ । ନିଜ ଦଳର ଡୋନାଲ୍ଡ ଟ୍ରଂମ୍ପଙ୍କୁ ଉଭୟ ଚ୍ୟାଲେଞ୍ଜ ଦେଇଛନ୍ତି । ୩୭ ବର୍ଷିୟ ରାମସ୍ୱାମୀ ଜଣେ ଭାରତୀୟ-ଆମେରିକୀୟ ଉଦ୍ୟୋଗପତି । ବିବେକ ରାମସ୍ୱାମୀ ଗତକାଲି ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ଅନ୍ତର୍ଜାତୀୟ ଟିଭି ଚାନେଲରେ ପ୍ରାଇମ୍ ଟାଇମ୍ ସାକ୍ଷାତକାର ଦେଇ ସେ ନିଜ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଘୋଷଣା କରିବା ପରେ, ରାମସ୍ୱାମୀଙ୍କୁ ମିଳିଛି ଆମେରିକାବାସୀଙ୍କ ବିପୁଳ ସମର୍ଥନ ।
Also Read
ଅଧିକ ପଢ଼ନ୍ତୁ: ବିଦେଶକୁ ନେତୃତ୍ୱ ଦେଉଥିବା ୯ ଭାରତୀୟ ବଂଶୋଦ୍ଭବ...ଫଟୋରେ ଦେଖନ୍ତୁ ଖବର
ତାଙ୍କ ପୂର୍ବରୁ ୫୧ ବର୍ଷିୟା ନିକି ହାଲି ମଧ୍ୟ ରିପବ୍ଲିକାନ୍ ପାର୍ଟିରୁ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିବା ସହ ଆନୁଷ୍ଠାନିକ ଭାବେ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ନିକି ସାଉଥ୍ କାରୋଲିନାରୁ ଦୁଇ ଦୁଇ ଥର ଗଭର୍ଣ୍ଣର ରହିବା ସହ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଥିଲେ। ୫୧ ବର୍ଷିୟ ହାଲି ଆମେରିକାର ଦକ୍ଷିଣ କାରୋଲିନାରୁ ଦୁଇ ଥର ଗଭର୍ଣ୍ଣର ହେବା ସହ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିସାରିଛନ୍ତି।