Advertisment

କେମିତି ସୁରକ୍ଷିତ ଫେରିବେ ଭାରତୀୟ? ତାଲିବାନ ସହ ଆରମ୍ଭ ହେଲା କଥାବାର୍ତ୍ତା

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ଫେରିବା ନେଇ ଆରମ୍ଭ ହୋଇଛି କଥାବାର୍ତ୍ତା। ଦୋହା ତାଲିବାନ ଅଫିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ତାଲିବାନ ଦୋହା ଅଫିସ ମୁଖ୍ୟ ସେର୍ ମହମ୍ମଦଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟମାନଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନା ହୋଇଛି

ଅଦ୍ୟତନ ହୋଇଛି
Taliban

Taliban

Advertisment

କାବୁଲ୍‌: ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ଫେରିବା ନେଇ ଆରମ୍ଭ ହୋଇଛି କଥାବାର୍ତ୍ତା। ଦୋହା ତାଲିବାନ ଅଫିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ତାଲିବାନ ଦୋହା ଅଫିସ ମୁଖ୍ୟ ସେର୍ ମହମ୍ମଦଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟମାନଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନା ହୋଇଛି। ଏଥିସହ ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଆଫଗାନିସ୍ତାନ ବ୍ୟବହାର ନହେବାକୁ କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏଥିରେ ସହମତ ହେବା ସହ ଭାରତର ଏହି ପ୍ରସଙ୍ଗକୁ ତାଲିବାନ ଗୁରୁତ୍ୱର ସହ ନେଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଭାରତ ଚିନ୍ତା ପ୍ରକଟ କରିଥିଲା।

Advertisment

ସେପଟେ, ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ହଟିଯାଇଛନ୍ତି ଆମେରିକୀୟ ଓ ନାଟୋ ସୈନ୍ୟ । ଆଉ ଆତଙ୍କୀ ତାଲିବାନୀଙ୍କ ହାତରେ ଛାଡ଼ି ଯାଇଛନ୍ତି ଫାଇଟର ଜେଟ୍, ହେଲିକପ୍ଟର, ତୋପ, ଟ୍ୟାଙ୍କ, ଗୁଳିଗୋଳା, ବିପୁଳ ଅତ୍ୟାଧୁନିକ ରାଇଫଲସ, ସାମରିକ ଗାଡ଼ି ସହ ପ୍ରାୟ ଅଢ଼େଇ ଲକ୍ଷ କୋଟି ଡଲାରର ବିପଦଜନକ ଯୁଦ୍ଧାସ୍ତ୍ର, ଅତ୍ୟାଧୁନିକ ସାଜ ସରଞ୍ଜାମ। ବିନା ଯୁଦ୍ଧ, ରକ୍ତପାତରେ ଆମେରିକାଠାରୁ ଏଭଳି ବିପୁଳ ଅସ୍ତ୍ରଭଣ୍ଡାରକୁ ମାଗଣାରେ ହାତେଇଇବାର ଖୁସି ସ୍ପଷ୍ଟ ଜଣାଯାଉଛି ତାଲିବାନଙ୍କ ମୁହଁରୁ।

Advertisment

କିଏ ହ୍ୟାଙ୍ଗର ଭିତରେ ବୁଲିଲେଣି, ତ କିଏ ହେଲିକପ୍ଟର କକପିଟ୍‌ରେ ବସିଲେଣି ତ କିଏ ଅତ୍ୟାଧୁନିକ ଟ୍ୟାଙ୍କ ଉପରେ ଚଢ଼ି ନିରୀକ୍ଷଣ କଲେଣି। କେହି କେହି ଲଡାକୁ ଲ୍ଫି ନେବା ସହ ଫଟୋ ପୋଜ୍ ବି ଦେଲେଣି। ୨୦ ବର୍ଷ ଧରି ଯେଉଁ ଯୁଦ୍ଧାସ୍ତ୍ରରେ ଆମେରିକା ତାଲିବାନକୁ ଦମନ କରିବାରେ ପ୍ରୟୋଗ କରୁଥିଲା, ସେସବୁ ଏବେ ଯେତେବେଳେ ସେଇ ତାଲିବାନୀଙ୍କ କବଜାକୁ ଆସିଯାଇଛି, ତେଣୁ ଆତଙ୍କୀ ସଙ୍ଗଠନ ପାଇଁ ୟାଠୁ ବଳି ବଡ଼ କଥା ଆଉ କଣ ହୋଇପାରେ? ତେବେ ଏନେଇ ଆମେରିକା ମଧ୍ୟ ପ୍ରତିକ୍ରିୟା ରଖିଛି।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ