Advertisment

ଆଫଗାନ୍‌ରୁ ଆଜି ୨୬୦ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା

ଆଫଗାନିସ୍ତାନରୁ ଆଜି ମୋଟ ୨୬୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ପ୍ରେସମିଟ୍‌ କରି ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ଆଫଗାନିସ୍ତାନରୁ ମୋଟ ୫୫୦ ଜଣଙ୍କୁ ଉଦ୍ଧାର କଲେଣି। ବାୟୁସେନା ବିମାନରେ ୬ ଥରରେ ଏମାନ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି

Indian Air Force

Indian Air Force

Advertisment

କାବୁଲ୍‌: ଆଫଗାନିସ୍ତାନରୁ ଆଜି ମୋଟ ୨୬୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ପ୍ରେସମିଟ୍‌ କରି ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ଆଫଗାନିସ୍ତାନରୁ ମୋଟ ୫୫୦ ଜଣଙ୍କୁ ଉଦ୍ଧାର କଲେଣି। ବାୟୁସେନା ବିମାନରେ ୬ ଥରରେ ଏମାନ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି। ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୬୦ ଭାରତୀୟ ନାଗରିକ ଓ ଦୂତାବାସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି ବୋଲି ସୂଚନା ରହିଛି। ଅନ୍ୟ ଦେଶର କିଛି ନାଗରିକଙ୍କୁ ମଧ୍ୟ ଭାରତ ଉଦ୍ଧାର କରିଛି। ଆହୁରି ମଧ୍ୟ କିଛି ଲୋକ ସେଠାରେ ଅଛନ୍ତି, ଫେରିବାକୁ ସେମାନେ ଚାହୁଁଛନ୍ତି। ସେମାନଙ୍କୁ ଫେରାଇ ଅଣାଯିବ ଏବଂ ଆଫଗାନ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ, ‌ଆଫଗାନିସ୍ତାର କାବୁଲ୍‌ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣରେ ୧୦୩ ଜଣଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରେ ୮୫ ସାଧାରଣ ନାଗରିକ ଏବଂ ୧୩ ଜଣ ଆମେରିକା ସେନା ଅଛନ୍ତି। ଏହି ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି। ବିମାନବନ୍ଦରରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) । ଏହା ସହିତ ଆଇଏସ୍ ପକ୍ଷରୁ ବିସ୍ଫୋରଣକାରୀର ଏକ ଫଟୋ ମଧ୍ୟ ଜାରି କରାଯାଇଛି।

Advertisment

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଗୁରୁବାର ହାମିଦ କାରଜଇ ଇଣ୍ଟରନାଶନାଲ ଏୟାରପୋର୍ଟର ଗେଟ୍‌ ପାଖରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏହାର କିଛି ସମୟ ପରେ ବିମାନବନ୍ଦର ନିକଟ ଏକ ହୋଟେଲ ପାଖରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ଏଠାରେ ବ୍ରିଟେନ ସୈନ୍ୟମାନେ ରହିଥିଲେ। ବିମାନ ବନ୍ଦର ବାହାରେ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ଆତ୍ମଘାତୀ ଆକ୍ରମଣକାରୀ ଥିଲେ। ତୃତୀୟ ବ୍ୟକ୍ତି ଜଣକ ବନ୍ଧୁକ ସହ ଆସିଥିଲେ।

ସେପଟେ, ଅଗଷ୍ଟ ୩୧ ଡେଡଲାଇନ୍ ଯେତିକି ପାଖଉଛି, କାବୁଲ ବିମାନବନ୍ଦର ବାହାରେ ସେତିକି ବଢୁଛି ଭୟ ଓ ଆତଙ୍କ। ୩୧ ସୁଦ୍ଧା ଆମେରିକା ତାର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେବାକୁ ତାଲିବାନର ଡେଡଲାଇନ୍ ପରେ ଏବେ ଏୟାରପୋର୍ଟ ବାହାରେ ହାହାକାର ସ୍ଥିତି ଦେଖାଯାଇଛି। ଆମେରିକୀୟଙ୍କ ସମେତ ଅନ୍ୟ ଦେଶର ନାଗିରିକ ଏବଂ ବହୁ ଆଫଗାନବାସୀ କାବୁଲ ଛାଡ଼ିବାକୁ ଅତି ବ୍ୟଗ୍ର ଥିବାରୁ ଏଠାରେ ଖାଦ୍ୟ ଓ ପାନୀୟ ଉତ୍କଟ ଅଭାବ ଦେଖାଦେଇଛି। ତେବେ କେବେ ଆଫଗାନିସ୍ତାନର ସ୍ଥିତି ସୁଧୁରିବ ସେନେଇ ସମସ୍ତଙ୍କ ନଜର ରହିଥିବା ଜଣାପଡ଼ିଛି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ