Advertisment

Aviation Market: ଜାପାନକୁ ପଛରେ ପକାଇଲା ଭାରତ, ହେଲା ବିଶ୍ୱର ପଞ୍ଚମ ବୃହତ୍ତମ ଏଭିଏସନ ମାର୍କେଟ

୨୦୨୩ ତୁଳନାରେ ୨୦୨୪ ମସିହାରେ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୧୧.୧% ବୃଦ୍ଧି ହୋଇଛି। ଏହି ସମୟରେ ମୋଟ ଯାତ୍ରୀ ସଂଖ୍ୟା ୨୧.୧ କୋଟି ରହିଥିଲା। ଏହି ସଂଖ୍ୟା ଜାପାନଠାରୁ ଅଧିକ ।

ଅଦ୍ୟତନ ହୋଇଛି
Aviation

Aviation

Advertisment

ଭାରତରେ ବିମାନ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଏଭିଏସନ (ବିମାନ ଚଳାଚଳ) ମାର୍କେଟ ହୋଇଛି । ଗତ ବର୍ଷ ୨୧ କୋଟିରୁ ଅଧିକ ଲୋକ ଭାରତରେ ବିମାନ ଯାତ୍ରା କରିଥିଲେ। ଏବେ କେବଳ ଚାରୋଟି ଦେଶ ଏହି କ୍ଷେତ୍ରରେ ଭାରତଠାରୁ ଆଗରେ ଅଛନ୍ତି।

Advertisment

ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ। ଏହା ସହିତ ଦେଶର ଏଭିଏସନ ମାର୍କେଟ ମଧ୍ୟ ଦ୍ରୁତ ଗତିରେ ବଢୁଛି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଏଭିଏସନ ମାର୍କେଟ ହୋଇପାରିଛି। ଏହା ଜାପାନକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି । ଏହା ସହିତ ମୁମ୍ବାଇ-ଦିଲ୍ଲୀ ରୁଟ ବିଶ୍ୱର ସବୁଠାରୁ ବ୍ୟସ୍ତ ଆକାଶ ମାର୍ଗ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଏୟାରଲାଇନ କମ୍ପାନୀଗୁଡ଼ିକର ସଂସ୍ଥା ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (IATA)ର ବିଶ୍ୱ ଏୟାର ଟ୍ରାନ୍ସପୋର୍ଟ ପରିସଂଖ୍ୟାନରେ ଏହି ତଥ୍ୟ ସାମ୍ନାକୁ ଆସିଛି । IATAରେ ସାରା ବିଶ୍ୱରୁ ପ୍ରାୟ ୩୫୦ ଏୟାରଲାଇନ କମ୍ପାନୀ ସାମିଲ ଅଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୩ ତୁଳନାରେ ୨୦୨୪ ମସିହାରେ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୧୧.୧% ବୃଦ୍ଧି ହୋଇଛି। ଏହି ସମୟରେ ମୋଟ ଯାତ୍ରୀ ସଂଖ୍ୟା ୨୧.୧ କୋଟି ରହିଥିଲା। ଏହି ସଂଖ୍ୟା ଜାପାନଠାରୁ ଅଧିକ । ଜାପାନରେ ୨୦୨୪ ମସିହାରେ ୨୦.୫ କୋଟି ଯାତ୍ରୀ ବିମାନରେ ଯାତ୍ରା କରିଥିଲେ।

ଜାପାନରେ ବିମାନ ଯାତ୍ରୀଙ୍କ ବାର୍ଷିକ ବୃଦ୍ଧି ହାର ୧୮.୬% ରହିଥିଲା । ଆମେରିକା ବିଶ୍ୱର ସବୁଠାରୁ ବୃହତ୍ତମ ଏଭିଏସନ ମାର୍କେଟ ଭାବେ ରହିଛି । ଆମେରିକାରେ ୨୦୨୪ ମସିହାରେ ୮୭.୬ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିଲେ। ଏହି ତାଲିକାରେ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି । ଚୀନରେ ଗତ ବର୍ଷ ୭୪.୧ କୋଟି ଲୋକ ବିମାନ ଯାତ୍ରା କରିଥିଲେ । ଏହା ୨୦୨୩ ତୁଳନାରେ ୧୮.୭% ଅଧିକ। ଏହି ତାଲିକାରେ ବ୍ରିଟେନ ତୃତୀୟ ଏବଂ ସ୍ପେନ ଚତୁର୍ଥ ସ୍ଥାନରେ ରହିଛି।

Advertisment

ବ୍ରିଟେନରେ ଗତ ବର୍ଷ ୨୬.୧ କୋଟି ଯାତ୍ରୀ ଓ ସ୍ପେନରେ ୨୪.୧ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିଲେ ।

IATA ତଥ୍ୟ ଅନୁଯାୟୀ, ବିଶ୍ୱର ୧୦ଟି ସବୁଠାରୁ ବ୍ୟସ୍ତ ଆକାଶ ମାର୍ଗ ମଧ୍ୟରେ ମୁମ୍ବାଇ-ଦିଲ୍ଲୀ ରୁଟ ୨୦୨୪ ମସିହାରେ ସପ୍ତମ ସ୍ଥାନରେ ରହିଛି। ଏହି ରୁଟରେ ମୋଟ ୫୯ ଲକ୍ଷ ଯାତ୍ରୀ ବିମାନ ଯାତ୍ରା କରିଥିଲେ। ଅର୍ଥାତ୍ ଦେଶର ରାଜଧାନୀ ଏବଂ ଆର୍ଥିକ ରାଜଧାନୀ ମଧ୍ୟରେ ପ୍ରତିଦିନ ୧୬,୦୦୦ରୁ ଅଧିକ ଲୋକ ବିମାନ ଯାତ୍ରା କରିଥିଲେ।

Advertisment

୨୦୨୪ ମସିହାରେ ଦକ୍ଷିଣ କୋରିଆର ଜେଜୁ-ସିଓଲ ରୁଟ ବିଶ୍ୱର ସବୁଠାରୁ ଲୋକପ୍ରିୟ ଆକାଶ ମାର୍ଗ ହୋଇଥିଲା। ଏହି ରୁଟରେ ମୋଟ ୧.୩୨ କୋଟି ଯାତ୍ରୀ ଯାତ୍ରା କରିଥିଲେ। ପ୍ରତିଦିନ ହିସାବରେ ଏହା ୩୬,୦୦୦ରୁ ଅଧିକ ।

ଭାରତରେ ବିମାନବନ୍ଦରର ସଂଖ୍ୟା ୨୦୧୪ରୁ ୨୦୨୩ ମଧ୍ୟରେ ୭୪ରୁ ୧୪୯କୁ ବୃଦ୍ଧି ପାଇଛି । ଆଗାମୀ ପାଞ୍ଚ ବର୍ଷରେ ଆହୁରି ୮୦ଟି ନୂଆ ବିମାନବନ୍ଦର ଖୋଲାଯିବାର ଯୋଜନା ସରକାରଙ୍କର ରହିଛି।

ଅଧିକ ପଢ଼ନ୍ତୁ: ଚୀନରେ ତିଆରି ହେଲା ଟର୍ଟଲ ରୋବୋଟ, ଆକାଶରେ ଉଡିବ ପାଣିରେ ବୁଡିବ 

India Japan Civil Aviation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ