Advertisment

ଭାରତ ଆସୁଥିବା ଜାହାଜ ମଝି ସମୁଦ୍ରରୁ ହାଇଜାକ, ଜାରି ହେଲା ଭିଡିଓ...

ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।

ଅଦ୍ୟତନ ହୋଇଛି
India-Bound Ship Hijacked By Yemen's Houthi

India Bound Ship Hijacking By Yemen Houthi Rebels

Advertisment

ତୁର୍କୀରୁ ଭାରତ ଆସୁଥିବା ଏକ ଜାହାଜକୁ ହାଇଜାକ୍ କରାଯାଇଛି । ଆଜି ଏହାର ଭିଡିଓ ଜାରି କରାଯାଇଛି । ୟେମେନର ହାଉଥି ବିଦ୍ରୋହୀମାନେ ଏହି ହାଇଜାକ୍ କରିଥିବା ଜଣାପଡ଼ିଛି । ଜାହାଜର ନାଁ - ଦ ଗ୍ୟାଲେକ୍ସି ଲିଡର ଭେସେଲ । ଏଥିରେ ୫୦ରୁ ଅଧିକ କର୍ମଚାରୀ ଅଛନ୍ତି ।

Advertisment

ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ । ଆଉ ସତକକୁ ସତ ଦ ଗ୍ୟାଲେକ୍ସିକୁ ଲୋହିତ ସାଗରୁ ହିଁ ହାଇଜାକ କରାଯାଇଛି ଏବଂ ୟେମେନର ଏକ ବନ୍ଦରକୁ ନିଆଯାଇଛି ।

Advertisment

ଏହି ଜାହାଜର ମାଲିକ ଇସ୍ରାଏଲର ନାଗରିକ ହୋଇଥିବା ସନ୍ଦେହ କରି ହାଉଥି ଗ୍ରୁପ୍ ଅପହରଣ କରିଥିବା ସନ୍ଦେହ କରାଯାଉଛି । ତେବେ ସିପିଂ ବିଜନେସ ମ୍ୟାନ୍ ରାମି ଉନଗର ଏହି ଜାହାଜର ମାଲିକ ବୋଲି ସୂଚନା ମିଳିଛି । କିନ୍ତୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍ପଷ୍ଟ କରିଛି, ଏହି ଜାହାଜ ସହିତ ଇସ୍ରାଏଲର କୌଣସି ସଂପର୍କ ନାହିଁ।

ଏପରିକି କୌଣସି କର୍ମଚାରୀ ମଧ୍ୟ ଇସ୍ରାଏଲ ନାଗରିକ ନୁହନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଭିଯୋଗ କରିଛନ୍ତି, ଏହା ପଛରେ ଇରାନର ହାତ ଅଛି । ଇରାନର ଇସାରାରେ ହାଉଥି ଗ୍ରୁପ୍ ଏହି ଜାହାଜକୁ ହାଇଜାକ୍ କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ