Advertisment

କିର୍ଗିଜସ୍ତାନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ; ରାଜଧାନୀ ବିସ୍କେକରେ ହଷ୍ଟେଲ ଭଙ୍ଗାରୁଜା ଓ ହମଲା

ବିସ୍କେକର ମେଡିକାଲ୍ ୟୁନିଭର୍ସିଟି ହଷ୍ଟେଲରେ ଏହି ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ପୋଲିସ ମୁତୟନ ସହ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ହୋଇଛି।

Kyrgyzstan

Kyrgyzstan

Advertisment

କିର୍ଗିଜସ୍ତାନ ରାଜଧାନୀ ବିସ୍କେକରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟକୁ ନେଇ ଚିନ୍ତା। ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀମାନେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଏବଂ ସେମାନେ ରହୁଥିବା ହଷ୍ଟେଲ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ହଷ୍ଟେଲ କବାଟ ଭଙ୍ଗାଯାଇଥିବା ଏବଂ କିଛି ଛାତ୍ର କାଫେ ଭିତରେ ଭୟରେ ଲୁଚି ରହିଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

Advertisment

ବିସ୍କେକର ମେଡିକାଲ୍ ୟୁନିଭର୍ସିଟି ହଷ୍ଟେଲରେ ଏହି ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ପୋଲିସ ମୁତୟନ ସହ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ହୋଇଛି। ଇଜିପ୍ଟ ଛାତ୍ରଙ୍କ ସହ ସ୍ଥାନୀୟ ଛାତ୍ରଙ୍କ ବିବାଦରୁ ଆରମ୍ଭ ହୋଇଥିବା ଏହି ହିଂସାରେ ୩ ପାକିସ୍ତାନୀ ସମେତ ମୋଟ ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ଆସୁଛି।

ଏଭଳି ଘଟଣା ପରେ, ବର୍ତ୍ତମାନ ପାଇଁ ହଷ୍ଟେଲରୁ ନବାହାରିବାକୁ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏବେ ସ୍ଥିତି ଶାନ୍ତ ଅଛି। ଆମେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ଅଛୁ ବୋଲି ସୂଚନା ଦିଆଯିବା ସହ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁସାରେ, କିର୍ଗିଜସ୍ତାନରେ ଏବେ ପ୍ରାୟ ୧୪ହଜାର ୫ଶହ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି।

Advertisment

Indian Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ