Advertisment

ଚିକିତ୍ସା ବିଜ୍ଞାନର ଆଉ ଏକ ମାଇଲଷ୍ଟୋନ; ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ପ୍ରତିରୋପଣ

ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Pig Kidney Transplanted Into a Man

US surgeons perform first pig-to-human kidney transplant

Advertisment

ଆଜିକାଲି ଅଙ୍ଗ ପ୍ରତିରୋପଣ ଏକ ସାଧାରଣ ଘଟଣା ହୋଇଗଲାଣି। କେତେବେଳେ କିଡନୀ ତ ଆଉ କେତେବେଳେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି। ମାତ୍ର ଆମେ ଜାଣୁ ଯେ ଜଣେ ମଣିଷଠାରୁ ଅଙ୍ଗନେଇ ଅନ୍ୟ ଏକ ରୋଗୀ ଶରୀରରେ ପ୍ରତିରୋପଣ କରାଯାଏ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ଘୁଷୁରିର କିଡନୀକୁ ମାନବ ଶରୀରରେ ପ୍ରତିରୋପଣ କରାଯାଇଛି।

Advertisment

ସୂଚନା ଅନୁସାରେ, ବୋଷ୍ଟରନ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଡାକ୍ତରମାନେ ଏହି କମାଲ କରି ଦେଖାଇଛନ୍ତି। ୬୨ବର୍ଷୀୟ ଜଣେ ବୃଦ୍ଧ ରିଚାର୍ଡ ସ୍ଲାଏମାନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। କିଡନୀ ଟ୍ରାନ୍ସପ୍ଲାଣ୍ଟ ଖୁବ ଜରୁରୀ ଥିଲା। ତେବେ ଡାକ୍ତରମାନେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର କିଡନୀ ଆଣି ସଫଳ ପ୍ରତିରୋପଣ କରିଥିବା ଜଣାପଡିଛି। ତେବେ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିବା ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି ରିଚାର୍ଡ ସ୍ଲାଏମାନ ।

Advertisment

ଗତ ମାର୍ଚ୍ଚ ୧୬ତାରିଖରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ୪ଘଣ୍ଟା ଧରି ଡାକ୍ତରମାନେ ଏହି ଅସ୍ତ୍ରୋପଚାର କରିଥିଲେ। ରୋଗୀ ଜଣକ ଏବେ ସୁସ୍ଥ ଅଛନ୍ତି। ରୋଗୀଙ୍କୁ ଅଧିକ ସହଜରେ ଉପଲବ୍ଧ ଅଙ୍ଗ ଯୋଗାଇବା ପାଇଁ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ୱେମାଉଥର ରିଚାର୍ଡ ସ୍ଲାଏମାନଙ୍କୁ ଖୁବଶୀଘ୍ର ଡିସଚାର୍ଜ କରିଯିବ ବୋଲି ଜଣାପଡିଛି।

ଲସ ଏଞ୍ଜେଲ୍ସର USC ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟ ସହିତ କିଡନୀ ଏବଂ ଅଗ୍ନାଶୟ ପ୍ରତିରୋପଣ ନିର୍ଦ୍ଦେଶକ ଡାକ୍ତର ଜିମ କିମ କହିଛନ୍ତି ଯେ, ପ୍ରାଣୀଠାରୁ ମାନବ ଶରୀରରେ ଅଂଗ ପ୍ରତିରୋପଣର ଦୀର୍ଘକାଳୀନ ଫଳାଫଳ ପାଇଁ ବିଶେଷଜ୍ଞମାନେ ଚେଷ୍ଟା ଚଳାଇଛନ୍ତି।

Advertisment

ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା। ସେ ପୁନର୍ବାର ଡାଏଲିସିସ୍ ଚିକିତ୍ସା ଆରମ୍ଭ କରିଥିଲେ।

ଏହାପରେ ମାସାଚୁସେଟ୍ସର କେମ୍ବ୍ରିଜ୍ର ଇଜେନେସିସ୍ ଦ୍ୱାରା ଏକ ଘୁଷୁରିର କିଡନୀ ଯୋଗାଡ କରାଯାଇଥିଲା। ଏଥିରୁ କ୍ଷତିକାରକ ଜିନ୍ ସଂପୂର୍ଣ୍ଣ ଅପସାରଣ କରିବା ପରେ ଏଥିରେ ଥିବା ଅନ୍ତର୍ନିହିତ ଜୀବାଣୁ ମଧ୍ୟ ନିଷ୍କ୍ରିୟ କରାଯାଇଥିଲା। ପରେ ଏହାକୁ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

ଇଜେନେସିସ୍ ଦ୍ୱାରା ଘୁଷୁରିର ଲାଳନପାଳନ କରାଯାଇଥିବା ବେଳେ ଏହାର ଏକ କିଡନୀ ମାଙ୍କଡ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଯାହାପରେ ମାଙ୍କଡଟି ୧୭୬ଦିନ ପର୍ଯ୍ୟନ୍ତ ଜୀବିତ ଥିଲା। ଏହାପରେ ଅନ୍ୟ ଏକ କେସରେ ଆଉ ଏକ ମାଙ୍କଡ଼ ୨ବର୍ଷ ଯାଏ ଜୀବିତ ଥିଲା। ଏନେଇ ଅକ୍ଟୋବରରେ ନେଚର ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

ଏନେଇ ଲ୍ୟାଙ୍ଗୋନ୍ ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡାକ୍ତର ରବର୍ଟ ମଣ୍ଟଗୋମେରୀ କହିଛନ୍ତି ଯେ, ଜେନୋଟ୍ରାନ୍ସପ୍ଲାଣ୍ଟେସନରେ ଏହି ଅସ୍ତ୍ରୋପଚାର କରାଯାଇଛି। ଏହି ପଦ୍ଧତିରେ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିଠାରେ ଅଙ୍ଗ କିମ୍ବା ଟିସୁ ପ୍ରତିରୋପଣ କରାଯାଏ। ତେବେ କିଡନୀ ରୋଗରେ ପୀଡିତ ହଜାର ହଜାର ଲୋକଙ୍କ ପାଇଁ ଅଙ୍ଗର ବିକଳ୍ପ ଉତ୍ସ ହେବାକୁ ଏହି କ୍ଷେତ୍ର ନିକଟତର ହେଉଛି।

ୟୁନାଇଟେଡ୍ ନେଟୱାର୍କ ଫର ଅର୍ଗାନ ସେୟାରିଂ ଅନୁଯାୟୀ, ଆମେରିକାର ୧ଲକ୍ଷରୁ ଅଧିକ ଲୋକଙ୍କର ଅଙ୍ଗ ଟ୍ରାନ୍ସପ୍ଲାଣ୍ଟ କରାଯିବ। ଯେଉଁଥିରେ କିଡନୀର ସଂଖ୍ୟା ଅଧିକ । NYU ସର୍ଜନମାନେ ପୂର୍ବରୁ ଘୁଷୁରୀ କିଡନୀକୁ ବ୍ରେନ ଡେଡ୍ ଲୋକମାନଙ୍କ ଶରୀରରେ ପ୍ରତିରୋପଣ କରିଥିଲେ ।

ଜାନୁୟାରୀ ୨୦୨୨ ରେ ମେରିଲ୍ୟାଣ୍ଡ ୟୁନିଭରସିଟିର ଏକ ଟିମ୍ ୫୭ ବର୍ଷ ବୟସ୍କା ବ୍ୟକ୍ତିଙ୍କଠାରେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । କିନ୍ତୁ ଦୁଇ ମାସ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Kidney Transplant Pig Kidney
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ