Advertisment

Imran Khan's Release: ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବେ ଇମ୍ରାନ୍‌ ଖାନ୍...କେଉଁ ମୋଡ଼ ନେବ ପାକ୍ ରାଜନୀତି ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୨୦୨୩ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା। ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜାମିନ ମିଳିବାର କିଛି ସମୟ ପରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା।

ଅଦ୍ୟତନ ହୋଇଛି
ଇମ୍ରାନ୍ ଖାନ୍

ଇମ୍ରାନ୍ ଖାନ୍

Advertisment

ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ। ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନଙ୍କ ସୂଚନା ଅନୁସାରେ ଜୁନ୍‌ ୧୧ ତାରିଖରେ ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ମିଳିପାରେ। ଇମ୍ରାନଙ୍କ ଜନସମର୍ଥନ ଏବଂ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଉପରେ ଚାପ ବଢିଚାଲିଛି। ଭାରତର ସିନ୍ଦୁର ଅପରେସନ ପାକିସ୍ତାନର ସାମରିକ ରଣନୀତିକୁ ନାକେଦମ୍‌ କରିଥିଲା। ଏହି ସବୁ କାରଣ ପାଇଁ ସେନାମୁଖ୍ୟ ଇମ୍ରାନଙ୍କୁ ମୁକ୍ତ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଜୁନ ୧୧ ତାରିଖ ଇମ୍ରାନ ଖାନ ଓ ପାକିସ୍ତାନର ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ଦିନ ହେବ।

Advertisment

ତେବେ ଯଦି ଇମ୍ରାନ୍‌ ଖାନ ଜେଲରୁ ମୁକୁଳିଲେ ରାଜନୈତିକ ଗଣିତ ପାକିସ୍ତାନରେ ଆହୁରି ଜଟିଳ ହୋଇଯିବ। ସମୟ ହିଁ କହିବ, ଇମ୍ରାନ୍‌ ମୁକୁଳିବା ପରେ ପାକିସ୍ତାନର ସଙ୍କଟ ବଢ଼ିବ କି କମିବ। ଅନ୍ୟପକ୍ଷରେ ପାକିସ୍ତାନର ସୁରକ୍ଷା ଏବଂ ଅସ୍ତିତ୍ୱ ପାଇଁ ସେ ବିରୋଧୀ ଦଳଗୁଡ଼ିକୁ ପିଟିଆଇ ସହିତ ଏକାଠି ହେବାକୁ ନିବେଦନ କରିଛନ୍ତି। ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କ ଗିରଫଦାରୀ ବିଷୟରେ ଗୌହର ଅଲି ଖାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ତାଙ୍କୁ କୌଣସି ଅଭିଯୋଗ ବିନା ଜେଲରେ ରଖାଯାଇଛି । ଇମ୍ରାନ ଖାନଙ୍କ ମୁକ୍ତି ପାଇଁ କୌଣସି ଚୁକ୍ତି କରାଯିବ ନାହିଁ ବୋଲି ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଇମ୍ରାନ ଖାନ ୨୦୨୩ ମସିହାରୁ ଜେଲରେ ଅଛନ୍ତି।

ଜାମିନ ମିଳିବା ପରେ ପୁଣି ଗିରଫ ହୋଇଥିଲେ ଇମ୍ରାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୨୦୨୩ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା। ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜାମିନ ମିଳିବାର କିଛି ସମୟ ପରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା। ଇମ୍ରାନ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା।

Advertisment

ଇମ୍ରାନଙ୍କ ଗିରଫକୁ ବେଆଇନ ଘୋଷଣା କରିଥିଲା ପାକ୍ ସୁପ୍ରିମକୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କରିଥିଲା ପାକ୍ ସୁପ୍ରିମକୋର୍ଟ। ସେ ସମୟରେ ପାକିସ୍ତାନ ସୁପ୍ରିମକୋର୍ଟର ଏପରି ରାୟ ସମସ୍ତଙ୍କୁ ଚକିତ କରିଥିଲା। ଏକ ଘଣ୍ଟା ମଧ୍ୟରେ ଇମ୍ରାନ ଖାନଙ୍କୁ ହାଜର କର ବୋଲି ପାକ୍‌ ସୁପ୍ରମିକୋର୍ଟ ସେତେବେଳେ ନିର୍ଦେଶ ଦେଇଥିଲେ। ଇମ୍ରାନ ଖାନଙ୍କ ଗିରଫଦାରୀକୁ ବୈଧ ଘୋଷଣା କରି ଇସଲାମାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିବାକୁ ପିଟିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।

ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌

ଇସଲାମାବାଦ ଟ୍ରାଏଲ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। କୋର୍ଟ ପକ୍ଷରୁ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଥିଲା। ଇମ୍ରାନ ନିର୍ବାଚନ କମିସନ୍‌ଙ୍କ ନିକଟରେ ମିଥ୍ୟା ତଥ୍ୟ ଦେଇଥିଲେ ଏବଂ ସେ ଦୁର୍ନୀତିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। କୋର୍ଟଙ୍କ ଦଣ୍ଡାଦେଶ ପରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। । ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ୍‌ କ୍ଷମତାରେ ଥିବା ସମୟରେ ଦେଶର ସବୁ ଦାମୀ ଉପହାର ବିକ୍ରି କରି ଲାଭବାନ ହୋଇଥିଲେ।

Advertisment

ତୋଷଖାନାରୁ ଇମ୍ରାନ୍‌ ଦାମୀ ଉପହାର ବିକ୍ରି କରିଛନ୍ତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାରେ ଥିବା ସମୟ‌ରେ ଅନେକ ଦାମୀ ଉପହାର ସବୁ ବିକ୍ରି କରି ବ୍ୟକ୍ତିଗତ ଲାଭ ଉଠାଇଛନ୍ତି। ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏକ ଗ୍ରାଫ୍‌ ବ୍ରାଣ୍ଡ୍‌ର ୱାଚ୍‌ ସହ ୫ଟି ଦାମୀ ହାତଘଣ୍ଟା ଏବଂ ଅନ୍ୟାନ୍ୟ ଦାମୀ ଉପହାର ସବୁ ପାଇଥିଲେ। ଇମ୍ରାନଙ୍କୁ ମିଳିଥିବା ଗ୍ରାଫ୍‌ ୱାଚ୍‌ର ମୂଲ୍ୟ ୩.୮ ନିୟୁତ ପାକିସ୍ତାନୀ ଟଙ୍କା (ପିକେଆର୍‌)। ଇମ୍ରାନ ଖାନ୍‌ ୨୦୧୮ ଅକ୍ଟୋବରରେ ଏହି ଉପହାରଗୁଡ଼ିକୁ ଖୁବ୍‌ ଅଳ୍ପ ମୂଲ୍ୟ ଦେଇ ତୋଷଖାନାରୁ ନେଇଯାଇଥିଲେ। ୨୦୧୮ ନଭେମ୍ବରରେ ଇମ୍ରାନ ୯୦୦,୦୦୦ ପିକେଆର୍‌ର ଏକ ରୋଲେକ୍ସକୁ ମାତ୍ର ୩୩୮,୬୦୦ ପିକେଆର ଦେଇ ରଖିଥିଲେ। ଏହାର ବର୍ଷକ ପରେ ଇମ୍ରାନ ୧.୯ ନିୟୁତ ପିକେଆର୍‌ର ଏକ ଘଡ଼ିକୁ ବହୁତ ଶସ୍ତାରେ ହାତେଇଥିଲେ। ୨୦୨୦ ସେପ୍ଟେମ୍ବରରେ ଇମ୍ରାନ ୪.୪ ନିୟୁତ ପିକେଆର୍‌ର ଏକ ରୋଲେକ୍ସକୁ ୨.୪ ନିୟୁତ ପିକେଆର୍‌ରେ ରଖିଥିଲେ। ଏଥିରେ ଅନ୍ୟ ଉପହାର ମଧ୍ୟ ରହିଥିଲା। ଏହି ସମାନ ମାସରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବି ୧୦ ନିୟୁତ ପିକେଆର୍‌ର ଏକ ହାର, ୨.୪ ନିୟୁତ ପିକେଆର୍‌ର ଏକ ବ୍ରେସଲେଟ୍‌, ୨.୮ ନିୟୁତ ପିକେଆର୍‌ର ଏକ ମୁଦି ଏବଂ ୧.୮୫ ନିୟୁତର କାନଫୁଲକୁ ୯ ନିୟୁତ ପିକେଆର୍‌ ପୈଠ କରି ନେଇଥିଲେ। ପାକିସ୍ତାନ ଏହାର ତୋଷଖାନା ନୀତିରେ ସଂଶୋଧନ ଆଣିବାପରେ ଏହି ତଥ୍ୟ ଜାରି ହୋଇଛି।

ଅଲ୍ କାଦିର ଟ୍ରଷ୍ଟ ମାମଲା : ଇମ୍ରାନ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍‌

କୋଟି କୋଟି ଟଙ୍କା ମୂଲ୍ୟର ଅଲ୍ କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁସରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୨୦୨୩ ଅଗଷ୍ଟ ମାସରେ ଇମ୍ରାନ ଖାନ୍‌ଙ୍କୁ ଏକାଧିକ ଆଇନଗତ ମାମଲାରେ ଜେଲ୍‌ରେ ରଖାଯାଇଛି। କିନ୍ତୁ ଏହାକୁ ଇମ୍ରାନ୍‌ ‘ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ’ ବୋଲି ବାରମ୍ବାର କହିଆସୁଛନ୍ତି। ୨୦୨୪ରେ ସେ ସାଇଫର ଓ ଇଦ୍ଦାତ ମାମଲାରେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଡିସେମ୍ବରରେ ତୋଷଖାନା-୨ ମାମଲାରେ ତାଙ୍କୁ ନୂଆ ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନ୍‌ଏବି) ଦ୍ୱାରା ଅଲ୍ କାଦିର ଟ୍ରଷ୍ଟ ମାମଲା ଦାୟର କରାଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ବେଆଇନ ହସ୍ତାନ୍ତରରେ ଇମ୍ରାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇମ୍ରାନ ଖାନ୍‌ ଓ ବୁସରା ବିବି ୫୦ ବିଲିୟନ ପାକିସ୍ତାନୀ ଟଙ୍କା ବୈଧ କରିବା ବଦଳରେ ‘ବାହାରିଆ ଟାଉନ ଲିମିଟେଡ’ଠାରୁ ବିପୁଳ ଅର୍ଥ ଓ ଜମି ପାଇଥିଲେ ବୋଲି ଅଭିଯୋଗ ହୋଇଛି।

Email id : serveforthenation@gmail.com

Imran Khan Pakistan Jail Pak Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ