Advertisment

ନିର୍ବାଚନ ପୂର୍ବରୁ ଇମ୍ରାନ୍‌ଙ୍କ ଚେତାବନୀ; ପାକିସ୍ତାନରେ ଆହୁରି ବଢ଼ିବ ଅଶାନ୍ତି

ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ନିର୍ବାଚନ ସଭା କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଯଦି ତାଙ୍କ ଦଳ ସୁଯୋଗ ନପାଏ ତେବେ ଏପରି ସମସ୍ୟା ଦେଖାଯିବ ବୋଲି ସେ କହିଛନ୍ତି ।

Imran Khan

Imran Khan

Advertisment

ଆସନ୍ତା ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ନେଇ ଚେତାବନୀ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସାଧାରଣ ନିର୍ବାଚନରେ ସ୍ୱଚ୍ଛତା ବଜାୟ ନ ରହିଲେ ଦେଶରେ ଅଶାନ୍ତି, ଅସ୍ଥିରତା ଏବଂ ଅରାଜକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଆଡିଆଲା ଜେଲରେ ଥାଇ ଏପରି କହିଛନ୍ତି ଇମ୍ରାନ ।

Advertisment

ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ନିର୍ବାଚନ ସଭା କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଯଦି ତାଙ୍କ ଦଳ ସୁଯୋଗ ନପାଏ ତେବେ ଏପରି ସମସ୍ୟା ଦେଖାଯିବ ବୋଲି ସେ କହିଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଇମ୍ରାନ ଖାନ କହିଛନ୍ତି ପିଟିଆଇ କର୍ମଚାରୀଙ୍କୁ ଅଧିକାରୀମାନେ ହଇରାଣ କରୁଛନ୍ତି ଏବଂ ଅଟକ ରଖିଛନ୍ତି ।

ତେବେ ତାଙ୍କ ଦଳରେ ଅନେକ ଲୋକ ଅଛନ୍ତି । ତେଣୁ ସରକାର ଦଳକୁ ବ୍ୟାନ କରିପାରିବେ ନାହିଁ । ପିଟିଆଇ ଛାଡୁଥିବା ନେତାଙ୍କ ରାଜନୀତି ଆଗାମୀ ଦିନରେ ଶେଷ ହେବ ବୋଲି ସେ କହିଛନ୍ତି ।

Advertisment

ଜାନୁଆରୀ ୧୩ ରେ ପାକିସ୍ତାନର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ପିଟିଆଇର ନିର୍ବାଚନୀ ଚିହ୍ନକୁ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପିଟିଆଇରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପାକିସ୍ତାନର ନିର୍ବାଚନ ଆୟୋଗ ପିଟିଆଇ ଆଭ୍ୟନ୍ତରୀଣ ନିର୍ବାଚନ ଲଢିନଥିବାରୁ ଏହି ଚିହ୍ନ ବ୍ୟବହାର କରିବାକୁ ବାରଣ କରିଥିଲେ।

ଏହି ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମର୍ଥନ କରି ଦଳର ନିର୍ବାଚନୀ ଚିହ୍ନ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Pakistan Imran Khan Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ