Imran Khan put 3 conditions before resignation
ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ବଡ଼ ଖବର। ସମ୍ବାଦ ସରବରାହ ସଂସ୍ଥା ଜି ନ୍ୟୁଜ୍ ସୂତ୍ରରୁ ବଡ଼ ଖବର। ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ ସେ ୩ଟି ସର୍ତ୍ତ ମଧ୍ୟ ରଖିଛନ୍ତି।
ଇମ୍ରାନଙ୍କ ପ୍ରଥମ ସର୍ତ୍ତରେ ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି ରହିଥିବା ବେଳେ ଦ୍ୱିତୀୟ ସର୍ତ୍ତରେ ସାହାବାଜ୍ ଖାନ୍ଙ୍କୁ ପ୍ରଧାନମନ୍ତ୍ରୀ କରା ନଯିବା ଓ ତୃତୀୟ ସର୍ତ୍ତରେ NAB ଆଧାରରେ ମାମଲା ରୁଜୁ କରାଯିବନି ବୋଲି ରହିଛି।
ଏହା ପୂର୍ବରୁ ଇମରାନ ଖାନଙ୍କ ଦୁଇ ମନ୍ତ୍ରୀ ସୋସିଆଲ ମିଡିଆ ଟ୍ୟୁଟରରେ ନିଜ ବାୟୋ ପରିବର୍ତ୍ତନ କରି ନିଜକୁ ପୂର୍ବତନ ମନ୍ତ୍ରୀ ବୋଲି କହିଛନ୍ତି। ଇମରାନ ସରକାରରେ ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ଓ ବିଦେଶ ମନ୍ତ୍ରୀ ଶାହ ମହସୁଦ କୁରୈଶୀ ନିଜ ବାରୋ ପରିବର୍ତ୍ତନ କରି ନିଜକୁ ପୂର୍ବତନ ମନ୍ତ୍ରୀ ବୋଲି କହିଛନ୍ତି।
ତେବେ ନେସନାଲ ଆସେମ୍ବ୍ଲିରେ ଅନାସ୍ତା ପ୍ରସ୍ତାବ ଉପରେ ଭୋଟିଂ କରିବା ନେଇ ସ୍ପୀକର ଅସଦ କୈସର ମନା କରିଦେଇଛନ୍ତି। ସେ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରି ଇମରାନ୍ ଖାନ୍ଙ୍କ ସହ ଧୋକା କରିବେ ନାହିଁ। ଏନେଇ ସେ ସବୁ ପ୍ରକାର ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ଇମରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ୍-ଏ- ଇଂସାଫ୍ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଆଜି ରାତିରେ ବିପକ୍ଷଙ୍କ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ। ଏହା ପୂର୍ବରୁ ପିଟିଆଇ ସୁପ୍ରିମକୋର୍ଟଙ୍କ ଫଇସଲା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛି। ଇମରାନ ଖାନଙ୍କୁ ଝଟକା ଦେବା ନେଇ ସୁପ୍ରିମକୋର୍ଟ ଡେପୁଟି ସ୍ପିକରଙ୍କ ନିଷ୍ପତିକୁ ବଦଳେଇ ଦେଇଥିଲେ ଓ ନେସନାଲ୍ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବା ନେଇ ଆଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649515384.jpg)