Advertisment

ୟୁକ୍ରେନ ସହ ଲଢେଇରେ ବ୍ୟସ୍ତ ପୁଟିନ୍, ରୁଷ ରାଷ୍ଟ୍ରପତିଙ୍କୁ ନଭେଟି ଖାଲି ହାତରେ ଫେରିଲେ ଇମ୍ରାନ

ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।

Ukraine Crisis

Ukraine Crisis

Advertisment

ବିଶ୍ୱର ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଛି। ଆମେରିକା, ଜର୍ମାନୀ ଓ ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ଋଷ ପଛକୁ ହଟିନି। ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଲଢେଇରେ ବ୍ୟସ୍ତ ରହି ୟୁକ୍ରେନ୍‌ ଦଖଲରେ ରହିଛନ୍ତି। ଏମିତି ଘଡିସନ୍ଧି ମୂହୁର୍ତ୍ତରେ ଋଷ ଗସ୍ତରେ ଯାଇ ଭାଣ୍ଡିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

Advertisment

ଯେଉଁ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷରେ ଯାଇ ପହଞ୍ଚିଥିଲେ, ସେ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଇସାରା ଦେଇଥିଲେ ପୁଟିନ୍। ଯେଉଁଥି ପାଇଁ ରାଷ୍ଟ୍ରପତି ପୁଟିନଙ୍କ ସହ ଇମ୍ରାନଙ୍କ ସାକ୍ଷାତ ହୋଇ ଥିଲେ ବି ଆଲୋଚନା ପାରି ନାହିଁ। ଶେଷରେ ମସ୍କୋରେ ପୁଟିନଙ୍କୁ ଭେଟି ଇମ୍ରାନ ଖାଲି ହାତରେ ପାକିସ୍ତାନ ଫେରିଛନ୍ତି। ତେବେ ପାକ୍ ବୈଦେଶିକ ମନ୍ତ୍ରଣାଳୟ ଏମିତି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ କହିଛି, ଇମ୍ରାନ ଖାନଙ୍କ ଋଷ ଗସ୍ତ ଦୁଇ ବର୍ଷ ପୂର୍ବରୁ ସ୍ଥିର ହୋଇଥିଲା। ମାତ୍ର କରୋନା ମହାମାରୀ କାରଣରୁ ଗସ୍ତ ସ୍ଥଗିତ ରହିଥିଲା।

ଏବେ ସୋସିଆଲ ମିଡିଆରେ ଇମ୍ରାନଙ୍କ ଋଷ ଯିବା ସମୟର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଇମ୍ରାନ ନିଜେ କହୁଛନ୍ତି, ଯୁଦ୍ଧ ସମୟରେ ସେ ଋଷ ଆସି ବେଶ ଉତ୍ସାହିତ। ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଋଷରେ ପହଂଚିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ପାଇଁ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଥିଲା। ହେଲେ ଏଭଳି ଘଡି ସନ୍ଧି ସମୟରେ ପୁଟିନଙ୍କୁ ଦେଖା କରିଥିଲେ ମଧ୍ୟ ଆଲୋଚନା କରି ନ ପାରିବାରୁ ଇମ୍ରାନ ସମାଲୋଚନାର ଶିକାର ହୋଇଛନ୍ତି।

Advertisment

ଦୀର୍ଘ ୨୦ରୁ ଅଧିକ ବର୍ଷ ପରେ ପାକିସ୍ତାନ ନେତାଙ୍କ ଏହା ଥିଲା ପ୍ରଥମ ଋଷ ଯାତ୍ରା। ଯେଉଁଥି ପାଇଁ ପାକ ବାସୀ ଏବଂ ପାକିସ୍ତାନୀ ମିଡିଆ ବହୁତ ଉତ୍ସୁକ ଥିଲେ। ଇମ୍ରାନ ଖାନଙ୍କ ଋଷ ଯାତ୍ରା ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସବୁ ଖୁସିରେ ବିରହ ଭରି ଦେଇଛି ଋଷ-ୟୁକ୍ରେନ ଯୁଦ୍ଧ।

ଏବେ ମହଙ୍ଗା ମାଡରେ ଛଟପଟ ହେଉଛି ପାକିସ୍ତାନ। ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ଇନ୍ଧନ ଓ ଖାଇବା ତେଲ ଦର ଆକାଶଛୁଆଁ ରହିଛି। ପାକିସ୍ତାନରେ ଘରୋଇ ସିଲିଣ୍ଡର ଦାମ ୨୫୬୦ ଟଙ୍କା ଥିବା ବେଳେ କମର୍ସିଆଲ୍ ସିଲିଣ୍ଡର ୯୮୪୭ ଟଙ୍କାରେ ମିଳୁଛି। ଚିନି କେଜିର ଦାର ୧୦୦ ଟଙ୍କା, ମଟନ, ଚିକେନ, ଡାଲି ଓ ଅନ୍ୟ ଜିନିଷର ଦାମ ବହୁତ ଅଧିକ ରହିଛି।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ