Advertisment

ଇମ୍ରାନ ଆଉଟ୍‌ ହେବା ପରେ ନିକଟତର ଲୋକଙ୍କ ଉପରେ ଆକ୍ସନ: ରାତି ଅଧରେ ଅର୍ସଲାନଙ୍କ ଘରେ ରେଡ୍‌, ଛଡ଼ାଇ ନେଲେ ଫୋନ୍‌

ପାକିସ୍ତାନରୁ ଇମ୍ରାନ ଖାନ୍‌ଙ୍କ ସରକାର ଆଉଟ୍‌ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍‌ଙ୍କ ଘରେ ରେଡ୍‌ ହୋଇଛି।

ଅଦ୍ୟତନ ହୋଇଛି
Ex Focal person arslan khalid home raid

Ex Focal person arslan khalid home raid

Advertisment

ପାକିସ୍ତାନରୁ ଇମ୍ରାନ ଖାନ୍‌ଙ୍କ ସରକାର ଆଉଟ୍‌ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍‌ଙ୍କ ଘରେ ରେଡ୍‌ ହୋଇଛି। ଏହାସହ ଅର୍ସଲାନଙ୍କ ପରିବାର ସଦସ୍ୟଙ୍କ ଫୋନ୍‌ ଛଡ଼ାଇ ନିଆଯାଇଥିବା ସୂଚନା ମିଳିଛି।

Advertisment

ଏନେଇ ଇମ୍ରାନ ଖାନ୍‌ଙ୍କ ପାର୍ଟି PTI(Pakistan Tehreek-e-Insaf) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ପିଟିଆଇର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି ଯେ, ଚିନ୍ତାଜନକ ଖବର,  ଡଃ ଅର୍ସଲାନ ଖଲିଦ୍‌ଙ୍କ ଘରେ ରେଡ୍‌ ହୋଇଛି। ଏହାସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଫୋନ୍‌ ନିଆଯାଇଛି।

ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରାଯାଇଛି, ‘ସୋସିଆଲ ମିଡିଆରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଅର୍ସଲାନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହେଲେ କେବେବି ସୋସିଆଲ୍‌ ମିଡିଆରେ ସେ(ଅର୍ସଲାନ) କୌଣସି ମନ୍ତବ୍ୟ ଦେଇ ନାହାନ୍ତି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତ କେଉଁ କାରଣ ଯୋଗୁ ଅର୍ସଲାନଙ୍କ ଘରେ ଚଢ଼ଉ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। 

Advertisment

ଇମ୍ରାନ ଖାନ୍‌, ଫୱାଦ ଚୌଧୁରୀ ଓ ଶାହ ମହମ୍ମଦଙ୍କ ବିରୋଧରେ ପିଟିସନ ମଧ୍ୟ ଦାଖଲ କରାଯାଇଛି। ଏହି ୩ ଜଣଙ୍କ ନାଁକୁ Exit Control List(ECL) ଲିଷ୍ଟରେ ସାମିଲ କରିବା ପାଇଁ ଦାବି ହୋଇଛି। ଆବେଦନ ଉପରେ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ  ୧୧ରେ ହାଇକୋର୍ଟରେ ଶୁଣାଣି ହେବ। ଅନ୍ୟପକ୍ଷେ, ଇମ୍ରାନଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇ ଦିଆଯାଇଛି। 

Advertisment

ସରକାର ଆଉଟ୍‌ ହେବା ପରେ Pakistan Tehreek-e-Insafର ଅଧ୍ୟକ୍ଷ ଇମ୍ରାନ ଖାନ ପାର୍ଟି କୋର୍‌ କମିଟି ବୈଠକ ଡକାଇଥିବା ଜଣାପଡ଼ିଛି। ସରକାର କ୍ଷମତା ହରାଇବା ପରେ ଆଗକୁ ଇମ୍ରାନଙ୍କ ରଣନୀତି କ’ଣ ରହିବ ସେନେଇ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। 

ସୂଚନାଥାଉ କି, ମିଡ୍‌ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ଇମ୍ରାନ ଖାନ୍‌ ହାରି ଯାଇଥିଲେ। ରାତି ୨ ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ୍‌ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ବହୁମତ ପାଇଁ ୧୭୨ଟି ଭୋଟ୍‌ର ଆବଶ୍ୟକତା ଥିଲା। ତେବେ ଭୋଟିଂ ପୂର୍ବରୁ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ। ଫଳରେ ବିରୋଧୀ  PML-Nର ଅୟାଜ ସାଦିକଙ୍କୁ ନୂଆ ବାଚସ୍ପତି ଭାବେ ମନୋନୀତ କରିଥିଲେ। ଏହାପରେ ଅୟାଜ ସାଦିକ ଭୋଟିଂ ଆରମ୍ଭ କରିଥିଲେ। 

ଭୋଟିଂ ବେଳେ ଇମ୍ରାନ ଖାନ ସଂସଦରେ ଉପସ୍ଥିତ ନଥିଲେ। ଏହାସହ ତେହେରିକେ ଇନସାଫ୍‌ର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥିତ ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନ୍‌ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। 

Imran Khan Pakistan Prime Minister Imran Khan Pakistan Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ