Advertisment

ନିଜ ଜାଲରେ ନିଜେ ଛନ୍ଦି ହେଉଛନ୍ତି ଇମ୍ରାନ ! ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ମାଗିଲେ ସୁପ୍ରିମ୍‌କୋର୍ଟ

ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍‌ ଖାନ୍‌ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍‌ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।

Imran khan getting stuck in his own trick supreme court sought evidence of foreign conspiracy agains

Imran khan getting stuck in his own trick supreme court sought evidence of foreign conspiracy agains

Advertisment

ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ସରକାର ବିରୋଧରେ ଆସିଥିବା ନୋ କନ୍ଫିଡେନ୍ସ ମୋସନ୍, ବିରୋଧୀ ରାଷ୍ଟ୍ରର ପ୍ରାୟୋଜିତ କହି ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେଇଛନ୍ତି । ଯାହା ପରଠାରୁ ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍‌ ଖାନ୍‌ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍‌ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।

Advertisment

ସୂଚନା ଅନୁସାରେ, ସରକାର ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ର ପ୍ରମାଣ କରିବା ପାଇଁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଇମ୍ରାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ଏହାସହ ସୁପ୍ରିମ କୋର୍ଟ ରାଷ୍ଟ୍ରିୟ ସୁରକ୍ଷା ପରିଷଦର ବୈଠକର ସବିଶେଷ ତଥ୍ୟ ମଧ୍ୟ ମାଗିଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ରିଲିରେ ବିଦେଶୀ ଷଡ଼ଯନ୍ତ୍ର ବିଷୟରେ ଲେଖା ଥିବା ଏକ ଚିଠି ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସେ ଆମେରିକୀୟମାନେ ତାଙ୍କୁ କ୍ଷମତାରୁ ହଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ।

Advertisment
Imran khan getting stuck in his own trick supreme court sought evidence of foreign conspiracy agains(ନିଜ ଜାଲରେ ନିଜେ ଛନ୍ଦି ହେଉଛନ୍ତି ଇମ୍ରାନ !)

ଅନ୍ୟପକ୍ଷେ, ପାକିସ୍ତାନ ରାଜନୀତିରେ ଜାରି ରହିଛି ଅଚଳାବସ୍ଥା । ପାକ୍ ରାଜନୈତିକ ସଙ୍କଟ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ପୁଣି ସ୍ଥଗିତ ରଖିଥିଲେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନାସ୍ଥା ଭୋଟିଂ ଏଡାଇ ଯିବା ପରେ ଉଭୟ ପକ୍ଷରୁ ଚାଲିଛି ଗୋଟିକ ପରେ ଗୋଟିଏ ଗୋଟି ଚାଳନା । ତେଣୁ ଇମ୍ରାନଙ୍କ ଭାଗ୍ୟ କଣ ହେବ ତାହା ଏବେଠୁ କହିବା ମୁସ୍କିଲ । ହେଲେ ଏଠାରେ ସବୁଠୁ ବଡ଼ ଖବର ହେଉଛି ୩ ମାସ ଭିତରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇପାରିବ କି ନାହିଁ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।

Pakistan Crisis Pakistan Prime Minister Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ