Advertisment

China-US Trade War Impact: ଆମେରିକା-ଚୀନ ସମ୍ପର୍କରେ ତିକ୍ତତା...ଫାଇଦାରେ ଭାରତ

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି । ଫଳରେ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଏହି ବାଣିଜ୍ୟ ଯୁଦ୍ଧ ଭାରତକୁ ଫାଇଦା ଦେଇଛି। ଭାରତ ସହ ଘନିଷ୍ଠତା ବଢାଇବାକୁ ଚେଷ୍ଟା ଆରମ୍ଭ କରିଦେଇଛି ଚୀନ୍‌। ଭାରତର ମନ ଜିଣିବାକୁ ଚୀନ ୮୫,୦୦୦ ଭାରତୀୟ ନାଗରିକଙ୍କ ପାଇଁ ଭିସା ଜାରି କରିଛି । ସେହିପରି ଏବେ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରିବାକୁ ଚୀନ୍‌ ପ୍ରୟାସ କରୁଛି।

ଅଦ୍ୟତନ ହୋଇଛି
ଚୀନ୍-ଆମେରିକା ସଂପର୍କରେ ଫାଟ

ଚୀନ୍-ଆମେରିକା ସଂପର୍କରେ ଫାଟ

Advertisment

ଅତୀତର ରାଗ ସୁଝାଉଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମେରିକାକୁ ରପ୍ତାନି ହେଉଥିବା ବିପଣନ ସାମଗ୍ରୀ ଉପରେ ଟାରିଫକୁ ୨୪୫%କୁ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ସିଧାସଳଖ ବିଶ୍ବ ଅର୍ଥନୀତି ଉପରେ ପଡ଼ିବ। ପ୍ରାୟତଃ ପ୍ରତ୍ୟେକ ଟାରିଫ୍‌ ଘୋଷଣା ପରେ ଆମେରିକାରେ କିଛିଟା ହଟ୍ଟଗୋଳ ପରିଲକ୍ଷିତ ହୋଇଥାଏ। ଏଥର ଏହି ଘୋଷଣା ବେଳେ କୌଣସି ହଟ୍ଟଗୋଳ ପରିଲକ୍ଷିତ ହୋଇନାହିଁ ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ନୂଆ ନିୟମରେ ଚୀନ ସର୍ବାଧିକ କ୍ଷତିଗ୍ରସ୍ତ ହେବ। ଆମେରିକା ଏହି ଟାରିଫକୁ ବଢାଇ ୪୦୦ ପ୍ରତିଶତ ଯାଏଁ ବଢାଇବ ବୋଲି ବିଚାର କରୁଛି। ଯଦି ଆମେରିକା ଏପରି କରୁଛି, ଆଗାମୀ ଦିନରେ ଚୀନର ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଅନ୍ୟପଟେ ପୂର୍ବରୁ ଚୀନ ମଧ୍ୟ ଆମେରିକା ଉପରେ ପ୍ରତିଶୋଧ ନେଇଥିଲା। ଚାଇନା ବିଭିନ୍ନ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଇଥିଲା। ଏହା ସହ ଚୀନ ସରକାର ବୋଇଙ୍ଗ ଜେଟ ଏବଂ ଆମେରିକୀୟ ବିମାନ ସମ୍ବନ୍ଧୀୟ ସାମଗ୍ରୀ କ୍ରୟ ଉପରେ ମଧ୍ୟ ରୋକ ଲଗାଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

Advertisment

ଆମକୁ ଫରକ୍ ପଡିବନି କହିଲା ଚୀନ୍‌

ଚୀନ୍‌ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପକ୍ଷରୁ ୨୪୫% ଟାରିଫ୍ ଲଗାଯାଇଛି। ଫଳରେ ଚୀନ୍ ଏହାକୁ ତୀବ୍ର ସମାଲୋଚନା କରିବା ସହିତ ଏହା ଆମ ଉପରେ ଫରକ ପକାଇବନି ବୋଲି କହିଛି ଚୀନ୍‌। ଆମକୁ ଆମେରିକା ଭୟଭୀତ କରିପାରିବ ନାହିଁ। ଆମେ ଯୁଦ୍ଧ କରି ଜିତିବା ବି ଶିଖୁଛୁ। ଆମେ ଆର୍ଥିକ ଭାବେ ବେଶ୍‌ ଦୃଢ଼ ରହିଛୁ। ଭୟ ଦେଖାଇ ଆମଠାରୁ କିଛି ହାସଲ କରିପାରିବ ନାହିଁ। ତେବେ ଆମେରିକା ଯଦି ଚୀନ୍‌ର ଅଧିକାର ଓ ହିତକୁ କ୍ଷତି କରିବାକୁ ଚାହେଁ, ତେବେ ଚୀନ୍ ଏହାର ନିଶ୍ଚିତ ପକ୍ଷେ ପ୍ରତିରୋଧ କରିବ।

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ସମ୍ଭାବନା ନାହିଁ : ଆଇଏମ୍‌ଏଫ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ଟାରିଫ୍‌ ଯୁଦ୍ଧ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ବାଧା ସୃଷ୍ଟି କରିଛି । ଏହାସତ୍ତ୍ୱେ ବିଶ୍ୱ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସମ୍ଭାବନା ନାହିଁ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି। ଆମେରିକାରେ ଟାରିଫ ବୃଦ୍ଧିରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବ ଏବଂ ଏହି ବର୍ଷ ମୁଦ୍ରାସ୍ଫୀତି ମଧ୍ୟ ବଢିବ। କିନ୍ତୁ ଏଥିରେ କିଛି ଭୟଭୀତ ହେବାର ନାହିଁ। ମାତ୍ର ଆମେରିକା ଓ ଚୀନ୍‌ ଅର୍ଥ ବ୍ୟବସ୍ଥା ଏହା ଦ୍ବାରା ବିଶେଷ କ୍ଷତି ସହିବେ। ଅବଶ୍ୟ ଏହି ନୂଆ ଟାରିଫ୍‌ ଓ ଚୀନ ତଥା ୟୁରୋପୀୟ ସଂଘ ପକ୍ଷରୁ କରାଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏଥିରେ ବାଣିଜ୍ୟ ନୀତିରେ ଅତ୍ୟଧିକ ଅନିଶ୍ଚିତତା ଓ ଆର୍ଥିକ ବଜାରରେ ସାମୟିକ ଭାବରେ ଅସ୍ଥିରତା ଦେଖାଦେଇପାରେ ବା ଦେଖାଦେଲାଣି।

Advertisment

ବାଣିଜ୍ୟିକ ଅସ୍ଥିରତା ବିକାଶମୁଖୀ ବଜାର ପାଇଁ ବିପଦ

ସଂପ୍ରତି ଅର୍ଥନୈତିକ ଝଟ୍‌କା ଏବଂ ପରିବର୍ତ୍ତନ ନିୟମିତ ଧାରାରେ ପରିଣତ ହୋଇଗଲାଣି। ଏଥିପାଇଁ ବିଶ୍ବର ସମସ୍ତ ରାଷ୍ଟ୍ର ସଜାଗ ରହିଛି। ପରିବର୍ତ୍ତନର ଧାରାରେ ରାଷ୍ଟ୍ରସମୂହ ସାମ୍‌ନା କରିବାକୁ ପ୍ରସ୍ତୁତ ରହିଛନ୍ତି। ବାଣିଜ୍ୟିକ ଅସ୍ଥିରତା ଯୋଗୁ କ୍ଷୁଦ୍ର ବିକଶିତ ଅର୍ଥନୀତି ଏବଂ ବିକାଶମୁଖୀ ବଜାରଗୁଡ଼ିକ ପାଇଁ ବିପଦ ରହିଛି । ଏହା ଯଦି ଦୀର୍ଘ ସମୟ ଲାଗୁ ରହେ, ତେବେ ବାଣିଜ୍ୟିକ ସମସ୍ୟାଗୁଡ଼ିକ ଦ୍ୱାରା କାରବାର କମିବା ସହିତ ରପ୍ତାନି ହ୍ରାସ ପାଇବ । ତେବେ ରାଷ୍ଟ୍ରଗୁଡ଼ିକ ନିଜ ନିଜର ବିତ୍ତୀୟ ନୀତିରେ ସଂଶୋଧନ କରିପାରିଲେ ଏଥିରୁ ମୁକୁଳିପାରିବ। ଚୀନ୍‌ ଘରୋଇ ଚାହିଦା ବୃଦ୍ଧି ନ କଲେ ନାନା ସମସ୍ୟାକୁ ସାମ୍‌ନା କରିବ।

ଆମେରିକା ଚୀନ ସମ୍ପର୍କରେ ତିକ୍ତତା, ଫାଇଦାରେ ଭାରତ

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି । ଫଳରେ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଏହି ବାଣିଜ୍ୟ ଯୁଦ୍ଧ ଭାରତକୁ ଫାଇଦା ଦେଇଛି। ଭାରତ ସହ ଘନିଷ୍ଠତା ବଢାଇବାକୁ ଚେଷ୍ଟା ଆରମ୍ଭ କରିଦେଇଛି ଚୀନ୍‌। ଭାରତର ମନ ଜିଣିବାକୁ ଚୀନ ୮୫,୦୦୦ ଭାରତୀୟ ନାଗରିକଙ୍କ ପାଇଁ ଭିସା ଜାରି କରିଛି । ସେହିପରି ଏବେ ଭାରତରୁ ଅଧିକ ସାମଗ୍ରୀ ଆମଦାନି କରିବାକୁ ଚୀନ୍‌ ପ୍ରୟାସ କରୁଛି। ବର୍ଦ୍ଧିତ ବାଣିଜ୍ୟିକ ଅସନ୍ତୁଳନ ସତ୍ତ୍ବେ ଚୀନ୍‌ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ୯୯୨୦ କୋଟି ଡଲାର ରହିଛି । ତେଣୁ ଦୁଇ ରାଷ୍ଟ୍ରର ବାଣିଜ୍ୟିକ ଯୁଦ୍ଧ ଫଳରେ ଏବେ ଭାରତ ଫାଇଦାରେ ରହିଛି ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

Advertisment

Email id : : serveforthenation@gmail.com

China US President United States Of America Trade War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ