Advertisment

ତାଲିବାନ କବ୍‌ଜାରୁ କେମିତି ଉଦ୍ଧାର ହେଲେ ଭାରତୀୟ ? କିଏ ଥିଲା ସେଇ ମହାନାୟକ ?

ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଭାରତୀୟଙ୍କୁ ମଙ୍ଗଳବାର ଆଫଗାନରୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତ । ଭାରତ ବାୟୁସେନାର ବିମାନ ବହୁ କଠିନ ପରସ୍ଥିତିରେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିପାରିଛି। କେମିତି ଥିଲା ସ୍ଥିତି ? କେଉଁ କଠିନ ପରିସ୍ଥିତିରେ ଉଦ୍ଧାର କଲା ବାୟୁସେନା ବିମାନ ଜାଣନ୍ତୁ।

ଅଦ୍ୟତନ ହୋଇଛି
ତାଲିବାନ କବ୍‌ଜାରୁ କେମିତି ଉଦ୍ଧାର ହେଲେ ଭାରତୀୟ ? କିଏ ଥିଲା ସେଇ ମହାନାୟକ ?

India's Afghanistan rescue mission

Advertisment

କାବୁଲ୍: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ଭୟୀଭିତ ହୋଇ ପଡ଼ିଛନ୍ତି ଦେଶବାସୀ। ଏପରକି ସେଠାରେ ରହୁଥିବା ଅନ୍ୟଦେଶର ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୋଟିଏ ମୁହୂର୍ତ୍ତ ସେଠାରେ ରହିବାକୁ ଚାହୁଁ ନାହାନ୍ତି। ଏପରିସ୍ଥଳେ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ କାବୁଲ୍‌ରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।  ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଭାରତୀୟଙ୍କୁ ମଙ୍ଗଳବାର ଉଦ୍ଧାର କରିବାରେ ସଫଳ ହୋଇଛି। ବାୟୁସେନା ବିମାନ ବହୁ କଠିନ ପରସ୍ଥିତିରେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିପାରିଛି।

Advertisment

ତାଲିବାନ କବ୍‌ଜାରୁ କେମିତି  ନିଜ ଲୋକଙ୍କୁ ଉଦ୍ଧାର କଲା ବାୟୁସେନା ? ଏହି ଅପରେଶନର ଅନ୍ୟତମ ମହାନାୟକ ଥିଲା  C-17 ଗ୍ଲୋବ୍ ମାଷ୍ଟର୍-ଥ୍ରୀ ଓରଫ୍  ସ୍କାଏ-ଲର୍ଡ୍ସ । ଭାରତୀୟ ବାୟୁସେନାର ଏହି ମହାବଳୀ ପୁଣି ଥରେ ପ୍ରମାଣ କରି ଦେଖାଇଛି, ଏହା କେତେ ଶକ୍ତିଶାଳୀ, କେତେ ନିର୍ଭରଯୋଗ୍ୟ  । ରଣଭୂମି ପାଲଟିଥିବା ଆଫଗାନିସ୍ତାନର ବିପଦସଂକୁଳ କାବୁଲ୍ ଏୟାର୍ପୋର୍ଟରେ ଓହ୍ଲାଇ, ରାଷ୍ଟ୍ରଦୂତଙ୍କ ସମେତ ୨୦୦ରୁ ଅଧିକ ଭାରତୀୟଙ୍କୁ ତାଲିବାନ ପଞ୍ଝାରୁ ସୁରକ୍ଷିତ ଉଦ୍ଧାର କରିବା ଏତେ ସହଜ କଥା ନଥିଲା ।  କାରଣ ସେତେବେଳେ କାବୁଲ୍ ଏୟାର୍ପୋର୍ଟରେ ବହୁ ଦେଶର ବିମାନ ରେସ୍କ୍ୟୁ ଅପରେସନ୍ ଚଳାଇଥିଲେ ଏବଂ ରନୱେରେ ହଜାର ହଜାର ସଂଖ୍ୟାରେ ଆଫଗାନ ନାଗରିକ ଦେଶ ଛାଡ଼ିବାକୁ ଏଣେତେଣେ ଦୌଡ଼ୁଥିଲେ।

Advertisment

  ଏଭଳି ଜଟିଳ ସ୍ଥିତିରେ ଗ୍ଲୋବ୍ ମାଷ୍ଟର୍ ବିମାନ ସହାୟତାରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବୀର ।  ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରବିବାର ଦିଲ୍ଲୀ ନିକଟସ୍ଥ ହିଣ୍ଡନ୍ ଏୟାର୍ବେସ୍‌ରୁ ୨ଟି ଗ୍ଲୋବ୍ ମାଷ୍ଟର୍ ଉଡ଼ାଣ ଆରମ୍ଭ କରିଥିଲା।  ପାକିସ୍ତାନ ଉପର ଦେଇ ଉଡ଼ିବାରେ କଟକଣା ଥିବାରୁ, ବିମାନ ଇରାନ୍ ଏୟାର ସ୍ପେଶ୍ ଦେଇ ଉଡ଼ିଥିଲା ଏବଂ ସିଧା ଓହ୍ଲାଇଥିଲା ଆଫଗାନିସ୍ତାନର ପଡ଼ୋଶୀ ଦେଶ ତାଜିକିସ୍ତାନର ଆୟ୍‌ନି ଏୟାରବେସ୍‌ରେ।   ସେଠାରୁ ଆମେରିକୀୟ ଫୋର୍ସ ସହ ଯୋଗସୂତ୍ର ରକ୍ଷା କରି କାବୁଲ୍ ଏୟାର୍ପୋର୍ଟକୁ ଯାଇଥିଲା ଏବଂ ଭାରତୀୟଙ୍କୁ ଏୟାରଲିଫ୍ଟ କରି ଆଣିଥିଲା ଗୁଜରାଟର ଜାମନଗର ଏୟାର୍ବେସ୍‌କୁ।

୪ଟି ଅତି ଶକ୍ତିଶାଳୀ ଇଞ୍ଜିନ୍ ଯୁକ୍ତ ଏହି ବିଶାଳ ମିଲିଟାରି ଟ୍ରାନ୍ସପୋର୍ଟ ଏୟାର୍କ୍ରାଫ୍ଟ C-17 ଗ୍ଲୋବ୍ ମାଷ୍ଟର୍, ନିଜର ଏୟାରଲିଫ୍ଟ ଦକ୍ଷତା ପାଇଁ ପରିଚିତ । ପୂର୍ବରୁ ମଧ୍ୟ ଏହା ତାଜିକିସ୍ତାନରେ ଏୟାରଲିଫ୍ଟ ଅପରେସନ୍‌ରେ ସାମିଲ ହୋଇସାରିଛି । ୪୦ରୁ ୭୦ ଟନ୍ ଯାଏଁ ଓଜନ ବହନ କ୍ଷମତା, ଗୋଟିଏ ଥରରେ ୪ହଜାର ୨ଶହରୁ ୯ ହଜାର କିଲୋମିଟର ଯାଏଁ ଉଡ଼ିବାର ସାମର୍ଥ୍ୟ  ଏସବୁ ଗ୍ଲୋବ୍ ମାଷ୍ଟରକୁ ଅନ୍ୟ ବିମାନଠୁ ଭିନ୍ନ କରେ । ଏଥିରେ ଏକାଥରେ ପ୍ରାୟ ୨ଶହ ସଶସ୍ତ୍ର ଯବାନ ଯାତ୍ରା କରିପାରିବେ। କାମଚଳା ରନୱେରେ  ମଧ୍ୟ ଏହା ଉଡ଼ାଣ ଭରିପାରେ ।  ଭାରତ ଆମେରିକାଠାରୁ ୪୫୦ କୋଟି ଡଲାର୍ ମୂଲ୍ୟରେ ୧୧ଟି C-17 କିଣିଥିଲା। 

Advertisment
Afghanistan Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ