Advertisment

କାବୁଲରୁ ଆଜି ୧୬୮ ଜଣଙ୍କୁ ନେଇ ଭାରତରେ ପହଞ୍ଚିଲା ବାୟୁସେନାର ସି-୧୭ ବିମାନ

କାବୁଲରୁ ଫେରୁଛନ୍ତି ଫସିଥିବା ଭାରତୀୟ ନାଗରିକ। ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବୈଦେଶିକ ବ୍ୟାପାର ବିଭାଗ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୬୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସି-୧୭ ବିମାନ। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଯାତ୍ରୀଙ୍କୁ ନେଇ ପହଞ୍ଚିଛି ଏହି ବିମାନ।

ଅଦ୍ୟତନ ହୋଇଛି
undefined

Afghanistan crisis

Advertisment

କାବୁଲ: କାବୁଲରୁ ଫେରୁଛନ୍ତି ଫସିଥିବା ଭାରତୀୟ ନାଗରିକ। ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବୈଦେଶିକ ବ୍ୟାପାର ବିଭାଗ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୬୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସି-୧୭ ବିମାନ। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଯାତ୍ରୀଙ୍କୁ ନେଇ ପହଞ୍ଚିଛି ଏହି ବିମାନ। ଏମାନଙ୍କ ମଧ୍ୟରେ ୧୦୭ ଭାରତୀୟ ନାଗରିକ ଆସିଛନ୍ତି। ଅନ୍ୟପଟେ ଆଉ ଏକ ବିମାନରେ ଦୋହା ଦେଇ କାବୁଲରୁ ଭାରତ ଆସୁଛନ୍ତି ୧୩୫ ଯାତ୍ରୀ। ଏଥିରେ ୭୫ ଜଣ ଭାରତୀୟ ରହିଛନ୍ତି। ଏହାପୂର୍ବରୁ ଆଜି ସକାଳେ ୮୭ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଂଚିଥିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। କାବୁଲରୁ ଭାୟା ତାଜିକସ୍ତାନ ଦେଇ ନୂଆଦିଲ୍ଲୀ ଫେରଥିଲେ ଏହି ୮୭ ଭାରତୀୟ।

Advertisment

ସେପଟେ ଆଜି ଦିନକ ଭିତରେ କାବୁଲରୁ ମୋଟ ୫୦୦ ଲୋକଙ୍କୁ ଆଣିବା ନେଇ ବାୟୁସେନା ଲକ୍ଷ୍ୟ ରଖିଛି। କାବୁଲରୁ ଦୈନିକ ୨ଟି ଭାରତୀୟ ବିମାନକୁ ଉଡ଼ାଣ ଅନୁମତି ମିଳିଛି। ଆମେରିକୀୟ ଓ ନାଟୋ ସେନା ପକ୍ଷରୁ ଏପରି ଅନୁମତି ମିଳିଥିବା ବେଳେ ଆଫଗାନିସ୍ଥାନରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ, ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି। ବିଶେଷକରି ମହିଳା ଓ ପିଲାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଠାରେ ପିଲାଙ୍କ ପାଇଁ ପାଣି ଏବଂ କ୍ଷୀର ଟିକିଏ ପିଇବାକୁ ବି ମିଳୁନି। ହଜାର ହଜାର ଭାରତୀୟ ନାଗରିକ ଆଫଗାନିସ୍ତାନରୁ ସୁରକ୍ଷିତ ଉଦ୍ଧାର ହୋଇ ସାରିଲେଣି। ତଥାପି ଆହୁରି ହଜାର ହଜାର ଭାରତୀୟ ସେଠାରେ ଫଶି ରହିଛନ୍ତି।

ମୋଟ୍‌ ଉପରେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଆଫଗାନବାସୀ। ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ୍ ଆତଙ୍କରେ ଆଫଗାନବାସୀ । ମହିଳାଙ୍କ ସମେତ ସାଧାରଣ ନାଗରିକ ଓ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି । ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ତ୍ତମାନ ପ୍ଲାଟଫର୍ମ ଛାଡ଼ୁଛନ୍ତି । ଯାହାକୁ ନେଇ ପୂରା ବିଶ୍ୱର ଚିନ୍ତା ବଢିଛି।

Advertisment
Afghanistan India News Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ