Advertisment

ଭାରତ ଫେରିଲେ, ଦୁଃଖ ବଖାଣିଲେ...

ଆଜି ଅନ୍ତତଃ ୫ଶହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ପ୍ରାୟ ୪ଶହ ଭାରତ ଫେରିସାରିଲେଣି ତାଲିବାନ୍ କବ୍‌ଜାରୁ। ମୁକୁଳିବା ପରେ କିଏ ଶାନ୍ତିର ନିଶ୍ୱାସ ମାରୁଛି, ତ ଆଉ କିଏ ବଖାଣୁଛି ସେଠାକାର ହାହାକାର ସ୍ଥିତି

ଅଦ୍ୟତନ ହୋଇଛି
ଭାରତ ଫେରିଲେ, ଦୁଃଖ ବଖାଣିଲେ...

Afghanistan Taliban

Advertisment

କାବୁଲ୍‌: ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ସମେତ ଆଫଗାନି ହିନ୍ଦୁ ଓ ଶିଖ୍ ନାଗରିକଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରି ଭାରତ ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି କେନ୍ଦ୍ର ସରକାର। ଆଜି ଅନ୍ତତଃ ୫ଶହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ପ୍ରାୟ ୪ଶହ ଭାରତ ଫେରିସାରିଲେଣି ତାଲିବାନ୍ କବ୍‌ଜାରୁ। ମୁକୁଳିବା ପରେ କିଏ ଶାନ୍ତିର ନିଶ୍ୱାସ ମାରୁଛି, ତ ଆଉ କିଏ ବଖାଣୁଛି ସେଠାକାର ହାହାକାର ସ୍ଥିତି। ଆଫଗାନ ଫେରନ୍ତା ଅର୍ଥାତ୍‌ ଭାରତୀୟମାନେ ସ୍ୱଦେଶକୁ ଫେରି ଏତେ ଖୁସି ଯେ, ସେମାନେ ନିଜକୁ ରୋକିପାରୁନାହାନ୍ତି ଭାରତ ମାତାର ଜୟ ଜୟକାରରୁ।

Advertisment

ଖାଲି ତାଲିବାନ୍ ଆତଙ୍କୀଙ୍କ ପଞ୍ଝାରୁ ନୁହେଁ। ଅରାଜକତା ଓ ଅନିଶ୍ଚିତତାରୁ ମୁକୁଳି, ସ୍ୱଦେଶ ଫେରିବାର ଖୁସି ପାଇଛନ୍ତି ଭାରତୀୟ। ସତେକି ଏମାନେ ସ୍ୱାଧୀନତା ପ୍ରାପ୍ତି କରିଛନ୍ତି ଏମାନେ। ଭାରତୀୟ ବାୟୁସେନା ବିମାନ ଗ୍ଲୋବ୍ମାଷ୍ଟରରେ, ୧୬୮ ଜଣ କାବୁଲରୁ ଦିଲ୍ଲୀ ଗାଜିଆବାଦ ସ୍ଥିତ ହିଣ୍ଡନ୍ ଏୟାରବେସକୁ ଫେରିବା ପରେ, ସମସ୍ତଙ୍କ ମୁହଁରେ ଆଶ୍ୱସ୍ତିର ଝଲକ ଦେଖିବାକୁ ମିଳିଥିଲା। ୧୦୭ ଭାରତୀୟଙ୍କ ସମେତ ଏମାନଙ୍କ ମଧ୍ୟରେ ଆଫଗାନୀ ହିନ୍ଦୁ ଓ ଶିଖ୍, ୨ ଆଫଗାନି ସାଂସଦ, ୨ଜଣ ନେପାଳୀ ନାଗରିକ ବି ଅଛନ୍ତି। ବିନା ପାସପୋର୍ଟରେ ଏକ ନବଜାତ ସମେତ ଅନେକ କୋମଳମତି ଶିଶୁ ବି ଉଦ୍ଧାର ହୋଇଛନ୍ତି। ସେପଟେ କାବୁଲରୁ ଫେରିବା ପରେ ଅନେକ ଯାତ୍ରୀ ତାଲିବାନୀ କ୍ରୁରତା କଥା ବଖାଣିଥିବା ବେଳେ, ଦେଶର ଭବିଷ୍ୟତ କଥା ଭାବି କୋହ ରୋକିପାରିନଥିଲେ ଆଫଗାନୀ ସାଂସଦ ।

Advertisment

ଆମେରିକା ଓ ନାଟୋ ସେନା ପକ୍ଷରୁ କାବୁଲ୍ ଏୟାରପୋର୍ଟରୁ ଏଣିକି ଦୈନିକ ୨ଟି ଭାରତୀୟ ବିମାନକୁ ଉଡ଼ାଣ ଅନୁମତି ମିଳିଛି। ପର୍ଯ୍ୟାୟକ୍ରମେ ୩ଟି ରୁଟରେ ତ୍ୱରାନ୍ୱିତ ହୋଇଛି ଉଦ୍ଧାର ପ୍ରକ୍ରିୟା, ଯେଉଁଥିରେ ପ୍ରମୁଖ ଭୂମିକା ତୁଲାଉଛି ଭାରତୀୟ ବାୟୁସେନା ବିମାନ C-17 ଗ୍ଲୋବ୍ମାଷ୍ଟର। ଏହି ଶକ୍ତିଶାଳୀ ବିମାନ କିଛି ଯାତ୍ରୀଙ୍କୁ କାବୁଲରୁ ଏୟାରଲିଫ୍ଟ କରି ସିଧାସଳଖ ଭାରତ ଆଣୁଥିବା ବେଳେ, ଆଉ କେତେଜଣଙ୍କୁ ତାଜିକିସ୍ତାନର ଶାନ୍ୱେ ଓ କାତାରର ଦୋହାରେ ଛାଡ଼ୁଛି । ସେଠାରୁ ସେମାନଙ୍କୁ ଏୟାରଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ବିମାନରେ ଭାରତକୁ ଅଣାଯାଉଛି। ଗତ ୨୪ ଘଣ୍ଟାରେ ଏହି ୨ଟି ରୁଟରେ ୨ଶହରୁ ଅଧିକ ଲୋକ ଭାରତ ଫେରିଲେଣି । ସମସ୍ତଙ୍କୁ ଏୟାରପୋର୍ଟରେ କୋଭିଡ୍ RT-PCR ଟେଷ୍ଟ୍ କରାଯାଉଛି। ଏଥିସହ ସମସ୍ତ ଆଫଗାନିସ୍ତାନ ଫେରନ୍ତାଙ୍କୁ ପୋଲିଓ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଫାଗାନ୍‌ ସ୍ପେଶାଲ୍ ସେଲକୁ ଗତ ୫ ଦିନରେ ୨ହଜାରରୁ ଅଧିକ କଲ୍, ୬ ହଜାରରୁ ଅଧିକ ହ୍ୱାଟ୍ସଆପ୍‌ରୁ ମେସେଜ୍ ଓ ୧୨ଶହରୁ ଅଧିକ ଇମେଲ୍ ଆସିଲାଣି।

ଏବେ ସୁଦ୍ଧା କାବୁଲ୍ ଏୟାରପୋର୍ଟରୁ ଆଫଗାନିଙ୍କ ସମେତ ପ୍ରାୟ ୧୨ ହଜାର ଲୋକଙ୍କୁ ବିଭିନ୍ନ ଦେଶ ଏୟାରଲିଫ୍ଟ କଲେଣି। ହେଲେ ଏବେବି ସେଠାରେ ହଜାର ହଜାର ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆନୁମାନିକ,ଆମେରିକା ୭ହଜାର, ବ୍ରିଟେନ୍ ୧୨ଶହ, ଜର୍ମାନୀ ୧୭ଶହ, ତୁର୍କୀ ୫୫୦, ଫ୍ରାନ୍ସ ଓ ଇଟାଲି ପ୍ରାୟ ୫ଶହ ଲୋକଙ୍କୁ ଆଫଗାଇନିସ୍ତାନରୁ ବାହାରକୁ ଆଣିଲେଣି। ତେବେ କାବୁଲ୍ ଏୟାରପୋର୍ଟରେ ଦେଶ ଛାଡ଼ିବା ପ୍ରୟାସରେ ଧାଁଦୌଡ଼ ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବ୍ରିଟିଶ୍ ସେନା ସୂଚନା ଦେଇଥିବା ବେଳେ, ନାଟୋ ପକ୍ଷରୁ ଗତ ସପ୍ତାହକ ଭିତରେ ଏହି ସଂଖ୍ୟା ଅତିକମରେ ୨୦ ବୋଲି କୁହାଯାଉଛି।

Advertisment
Afghanistan India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ