Advertisment

ବାତ୍ୟା ହରିକେନ୍ ମିଲଟନ୍ ମାଡ଼ରେ ଛାରଖାର ଫ୍ଲୋରିଡ଼ା

ଲୋକଙ୍କର ଘର ଭାଙ୍ଗି ଦେଇଛି ହରିକେନ୍ ମିଲଟନ୍। ଉଡ଼ାଇ ନେଇଛି ଷ୍ଟାଡିୟମ୍ ଛାତ।

Cyclone Hurricane Milton

Cyclone Hurricane Milton

Advertisment

ହରିକେନ୍ ମିଲଟନ୍ ମାଡ଼ରେ ଛାରଖାର ଆମେରିକାର ଫ୍ଲୋରିଡ଼ା। ଲ୍ୟାଣ୍ଡଫଲ୍ ପରେ ପ୍ରଳୟ ରଚିଛି। ଫ୍ଲୋରିଡାର ପଶ୍ଚିମ, ପୂର୍ବ ଓ କେନ୍ଦ୍ରୀୟ ଉପକୂଳରେ ଭୟଙ୍କର ବିପର୍ଯ୍ୟୟ ଆଣିଛି ସାମୁଦ୍ରିକ ଝଡ଼। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ସହରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ହରିକେନ୍। ଉପାଡି ଫୋପାଡି ଦେଇଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ। ଲୋକଙ୍କର ଘର ଭାଙ୍ଗି ଦେଇଛି ହରିକେନ୍ ମିଲଟନ୍। ଉଡ଼ାଇ ନେଇଛି ଷ୍ଟାଡିୟମ୍ ଛାତ। 

Advertisment

ଏହାର ପ୍ରଭାବରେ ଜନବସତିକୁ ମାଡ଼ି ଆସିଥିଲା ସମୁଦ୍ର। ଷ୍ଟର୍ମ ସର୍ଜ ଆସିଥିଲା। ବନ୍ୟା ଆସିବାରୁ ରାସ୍ତାଘାଟ ବି ଧୋଇ ଯାଇଛି। ଭିତ୍ତିଭୂମି, ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥାକୁ ଛାରଖାର କରିଦେଇଛି ବିଧ୍ୱଂସକାରୀ ସାମୁଦ୍ରିକ ଝଡ଼ ମିଲଟନ୍। ଫ୍ଲୋରିଡାରେ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି। କ୍ୟାଟେଗୋରୀ-ଥ୍ରୀର ଭୟଙ୍କର ରୂପ ନେଇ ଫ୍ଲୋରିଡା ଉପକୂଳରେ ବୁଧବାର ରାତିରେ ହିଟ୍ କରିଥିଲା। ସେତେବେଳେ ଏହାର ଘଣ୍ଟାପ୍ରତି ବେଗ ଥିଲା ଦୁଇ ଶହ କିଲୋମିଟରରୁ ଅଧିକ।

ଅନ୍ୟପଟେ ଗତକାଲିର ସିଏନଏନ ରିପୋର୍ଟ ଅନୁସାରେ, ବାତ୍ୟା ମିଲଟନ ସେଣ୍ଟ ଲୁସ କାଉଣ୍ଟରୀରେ ଥିବା ଗୋଟିଲ ଅବସରକାଳୀନ କମ୍ୟୁନିଟୀ ଘରକୁ ଛିନଛତ୍ର କରି ଦେଇଥିଲା। ଏଥିଯୋଗୁ ସେଠାରେ ଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସୁଦ୍ଧା ବାତ୍ୟା ଫ୍ଲୋରିଡା ଆଣ୍ଟଲାଟିକ ଉପକୂଳରୁ ଦୂରକୁ ଚାଲି ଯାଇଛି। ଏହାଦ୍ୱାରା ଉପକୂଳର ପୂର୍ବ ପାଦଦେଶରେ ରହୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

Advertisment

ସରକାରୀ ସୂଚନା ଅନୁଯାୟୀ, ବାତ୍ୟା ମିଲଟନ ଅନେକ କାଉଣ୍ଟୀରେ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛି। ୧୨୫ଟି ଘର ଭାଙ୍ଗି ଯାଇଛି। ୩୦ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଜୁଳି ସେବା ବନ୍ଦ ହୋଇଯାଇଛି। ସେହିପରି ବିମାନ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି। ୨ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ