Woman Loses Job For Pet Cat: ବିଲେଇ ପଠାଇଦେଲା ଇସ୍ତଫା ପତ୍ର, ଚାକିରି ଏବଂ ବୋନସ ହରାଇଲେ ମହିଳା

ଆପଣ ଜାଣି ଆଶ୍ଚର୍ଯ୍ୟହେବେ ଚାକିରିରୁ ଇସ୍ତଫା ଦେଇଛି ବିଲେଇ । ଘଟଣାଟି ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି ।

ଚାକିରିରୁ ଇସ୍ତଫା ଦେଇଛି ବିଲେଇ।

ଆମେ ଘରେ ଅନେକ ପଶୁ ପକ୍ଷୀଙ୍କୁ ପୋଷିଥାଆନ୍ତି । ବେଳେ ବେଳେ ଏହି ପଶୁ ପକ୍ଷୀ ଆମକୁ ହଇରାଣ ମଧ୍ୟ କରନ୍ତି । ଦୁନିଆରେ ବେଳେବେଳେ କିଛି ଏମିତି ଘଟଣା ଘଟେ ଯାହା ଶୁଣିବା ପରେ ମଧ୍ୟ ବିଶ୍ୱାସ ହୁଏ ନାହିଁ । ଚାକିରି କରୁଥିବା କର୍ମଚାରୀମାନେ ବହୁ ଭାବିଚିନ୍ତି ନିଜର ଇସ୍ତଫା ଦେଇଥାଆନ୍ତି । ଏମିତିକି ଜଣେ ବ୍ୟକ୍ତି ପାଇଁ ଚାକିରିରୁ ଇସ୍ତଫାଦେବା ଏକ କଠିନ ନିଷ୍ପତି ହୋଇଥାଏ । ସାଧାରଣତଃ ମଣିଷ ଚାକିରିରୁ ଇସ୍ତଫା ଦେଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟହେବେ ଚାକିରିରୁ ଇସ୍ତଫା ଦେଇଛି ବିଲେଇ । ଘଟଣାଟି ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି । ଏଭଳି ଘଟଣା ଘଟିଛି ଜଣେ ୨୫ ବର୍ଷୀୟା ମହିଳାଙ୍କ ସହ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ବହୁତ ବଡ଼ କ୍ଷତି ମଧ୍ୟ ହୋଇଛି । ଆସନ୍ତୁ ଜାଣିବା କଣ ଥିଲା ଘଟଣା ? ଆଉ କେମିତି ଚାକିରିରୁ ଇସ୍ତଫାଦେଲା ବିଲେଇ ?

ଅଧିକ ପଢ଼ନ୍ତୁ: ୨୨ ବର୍ଷରେ ପ୍ରେମ ହେଲା; ୬୦ ବର୍ଷ ହେଲାଣି କେହି କାହାକୁ ଛାଡ଼ିନୁ

ଦକ୍ଷିଣ-ପଶ୍ଚିମ ଚାଇନାରେ ଘଟିଛି ଏଭଳି ଘଟଣା । ଏଭଳି ଘଟଣା ପାଇଁ ଚାକିରି ସହ ବର୍ଷ ଶେଷରେ ମିଳୁଥିବା ବୋନସ୍ ମଧ୍ୟ ହରାଇଛନ୍ତି ଏହି ମହିଳା । ଦକ୍ଷିଣ-ପଶ୍ଚିମ ଚାଇନାରେ ରହୁଥିବା ଜଣେ ମହିଳା ନିଜ ଘରେ ୯ ଟି ବିଲେଇ ପାଳିଥିଲେ । ମହିଳା ଜଣକ ନିଜର ଇସ୍ତଫାପତ୍ରକୁ ନିଜ ଇମେଲ୍‌ରେ ଡ୍ରାଫ୍ଟ କରି ରଖିଥିଲେ । କିନ୍ତୁ ଏହାକୁ ପଠାଇବା ପାଇଁ ଚୂଡାନ୍ତ ନିଷ୍ପତି ନେଇନଥିଲେ । ତେବେ ମହିଳା ଜଣକ ନିଜର ଇସ୍ତଫାପତ୍ର ନିଜ ମୋବାଇଲରେ ଡ୍ରାଫ୍ଟ କରିବା ପରେ ଡେସ୍କ(desk) ଉପରେ ରଖିଦେଇଥିଲେ । ଦୁର୍ଘଟଣାବଶତଃ ସିଏ ପୋଶିଥିବା ବିଲେଇ ମଧ୍ୟରୁ ଗୋଟିଏ ବିଲେଇ ଡେସ୍କ(desk) ଉପରେ ଡେଇଁ ପଡିଥିଲା । ଫଳରେ ଇସ୍ତଫା ପତ୍ର ସେଣ୍ଡ ହୋଇଯାଇଥିଲା । ତେବେ ଏହା ମହିଳାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାପରେ ଉକ୍ତ ମହିଳା ତୁରନ୍ତ ତାଙ୍କ ବସ୍‌ଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଯୋଗାଯୋଗ କରିବା ସହ ସମ୍ପୂର୍ଣ୍ଣ ଘଟଣା ପ୍ରକାଶ କରିବା ପରେ ମଧ୍ୟ ତାଙ୍କ ବସ୍‌ ତାଙ୍କର କୌଣସି କଥା ଶୁଣିନଥିଲେ । ଫଳରେ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା ।

ଏହି ୨୫ ବର୍ଷୀୟା ମହିଳା ବସନ୍ତ ମହୋତ୍ସବ(spring Festival) ପରେ ଚାକିରି ଛାଡିବା ପାଇଁ ସ୍ଥିର କରିଥିଲେ । ବିଲେଇ ଦ୍ୱାରା ଇମେଲ୍ ପାଇଁ ବର୍ଷ ଶେଷରେ ମିଳୁଥିବା ବୋନସ୍ ମଧ୍ୟ ହାତରୁ ଚାଲିଯାଇଛି । ତେବେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି । ପୂର୍ବରୁ ମଧ୍ୟ ମାଲିକମାନେ ପାଳୁଥିବା ପଶୁମାନଙ୍କ ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ସାମ୍ନାକୁ ଆସିଛି ।

ଥାଇଲ୍ୟାଣ୍ଡର ଉଡୋନ୍ ଥାନି ପ୍ରଦେଶରେ ସମାନ ଏକ ଘଟଣାରେ, ଜିଟାକୋର୍ଣ୍ଣ ତାଲାଙ୍ଗଜିତଙ୍କ ସହ ଘଟିଥିଲା । ତାଙ୍କ ପୋଷା କୁକୁର ଏକ ବିସ୍ଫୋରକ ସାମଗ୍ରୀ ଘରକୁ ଆଣି ଆସିଥିଲା । ତେବେ ଏହାକୁ ତାଙ୍କ ଚାରି ବର୍ଷର ପୁଅ ଧରି ଖେଳୁଥିବାର ଦେଖିବାକୁ ପାଇଥିଲେ ଜିଟାକୋର୍ଣ୍ଣ ତାଲାଙ୍ଗଜିତ । ତେବି ଏହାକୁ ଚିହ୍ନିପାରି ଏହାକୁ ତୁରନ୍ତ ରବର ଟାୟାରରେ ଘୋଡ଼ାଇ ଦେଇଥିଲେ । ପରେ ସେ ବୋମାକୁ ନିଷ୍କ୍ରିୟ କରିବା ପାଇଁ ପୋଲିସ ଏବଂ ବୋମା ନିଷ୍କ୍ରିୟ ଅଧିକାରୀଙ୍କୁ ଡାକିଥିଲେ । ଫଳରେ ବିପଦ ମୁହଁରୁ ବଞ୍ଚିଯାଇଥିଲେ ବାପ ପୁଅ ।

ଅଧିକ ପଢ଼ନ୍ତୁ: ନୀଳାମ୍ବୁ ଚିଲିକାର ମଧ୍ୟ ଭାଗରେ ବିରାଜିଥିବା ମାଆ କାଳୀଜାଇଙ୍କ ପୀଠର ଇତିହାସ..