Advertisment

ତାଲିବାନ କବଜାକୁ ଆସିଛି କି ପଞ୍ଜଶିର?

ଯେତିକି ଯେତିକି ପାଖେଇ ଆସୁଛି ଅଗଷ୍ଟ ୩୧, ଯେତିକି ପାଖେଇ ଆସୁଛି ଆମେରିକୀୟ ସୈନ୍ୟ କାବୁଲ ଛାଡିବାର ଘଡ଼ି, ବିଶ୍ୱବ୍ୟାପୀ ସେତିକି ବଢୁଛି ଉତ୍କଣ୍ଠା। ତାଲିବାନ ଅମଳରେ କଣ ହେବ ଆଫଗାନବାସୀଙ୍କ ଭବିଷ୍ୟତ, ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ। ତାଲିବାନ କହୁଛି ସମସ୍ତଙ୍କୁ ନେଇ ଶାସନ କରିବ, ଏଣେ କିନ୍ତୁ ନର୍ଦ୍ଦନ ଆଲାଏନ୍ସଠାରୁ ପଞ୍ଜଶିର ପ୍ରଦେଶ ଛଡ଼ାଇ ନେବାକୁ ଚଳାଇଛି ଜୋରଦାର ଉଦ୍ୟମ

Afghanistan

Afghanistan

Advertisment

କାବୁଲ: ଯେତିକି ଯେତିକି ପାଖେଇ ଆସୁଛି ଅଗଷ୍ଟ ୩୧, ଯେତିକି ପାଖେଇ ଆସୁଛି ଆମେରିକୀୟ ସୈନ୍ୟ କାବୁଲ ଛାଡିବାର ଘଡ଼ି, ବିଶ୍ୱବ୍ୟାପୀ ସେତିକି ବଢୁଛି ଉତ୍କଣ୍ଠା। ତାଲିବାନ ଅମଳରେ କଣ ହେବ ଆଫଗାନବାସୀଙ୍କ ଭବିଷ୍ୟତ, ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ। ତାଲିବାନ କହୁଛି ସମସ୍ତଙ୍କୁ ନେଇ ଶାସନ କରିବ, ଏଣେ କିନ୍ତୁ ନର୍ଦ୍ଦନ ଆଲାଏନ୍ସଠାରୁ ପଞ୍ଜଶିର ପ୍ରଦେଶ ଛଡ଼ାଇ ନେବାକୁ ଚଳାଇଛି ଜୋରଦାର ଉଦ୍ୟମ। ଏହାର ଫାଇଟର ଚାରିପାଖରୁ ପଞ୍ଜଶିରରେ ପ୍ରବେଶ କରିଥିବା ଦାବି କରିଛି ଆତଙ୍କୀ ସଂଗଠନ। ଏଣେ ପୁଣି ଆତଙ୍କବାଦୀ ଆକ୍ରମଣ ହେବା ଭୟ ଭିତରେ ବ୍ରିଟେନ ଓ ଅନ୍ୟ କିଛି ୟୁରୋପୀୟ ଦେଶ ନିଜ ନାଗରିକ ଓ ସୈନ୍ୟଙ୍କ ଏୟାର ଲିଫଟିଂ କାମ ଶେଷ କରିଛନ୍ତି। ଅନ୍ୟପକ୍ଷରେ ନିଜର ଅବଶିଷ୍ଟ ସୈନ୍ୟଙ୍କୁ ନିର୍ଦ୍ଧାରିତ ୩୧ ତାରିଖ ସୁଦ୍ଧା ଫେରାଇ ନେବାକୁ ପ୍ରୟାସ ଚଳାଇଛି ଆମେରିକା।

Advertisment

ତାଲିବାନ କବଜାକୁ ଆସିଛି କି ଅପରାଜେୟ ପ୍ରଦେଶ ପଞ୍ଜଶିର? ଏହାର ଲଢାକୁ ଚାରିପାଖରୁ ପଞ୍ଜଶିରରେ ପ୍ରବେଶ କରିଥିବା ଦାବି କରିଛନ୍ତି ତାଲିବାନ ସାଂସ୍କୃତିକ ପରିଷଦ ସଦସ୍ୟ। ଅନାମୁଲ୍ଲା ସମନଗାନି ବିନା ବାଧାରେ ତାଲିବାନ ଫାଇଟର ପଞ୍ଚଶିର କବଜା କରିଥିବା ସେ କହିଛନ୍ତି। ଏସଂପର୍କରେ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍‌ରେ ଖବର ପ୍ରସାରଣ ହୋଇଛି। ତେବେ ନର୍ଦ୍ଦନ ଆଲାଏନ୍ସ ମୁଖ୍ୟ ଅହମ୍ମଦ ମସୁଦ୍ ତାଲିବାନ ଦାବିକୁ ଖଣ୍ଡନ କରିଛନ୍ତି। ପଞ୍ଜଶିରରେ କୌଣସି ବାହ୍ୟ ଶତ୍ରୁ ପ୍ରବେଶ କରିନଥିବା ସେ କହିଛନ୍ତି। ଅଜେୟ ଗଡ଼ ପଞ୍ଜଶିର ଦଖଲ ସହ ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ତାଲିବାନ ଉଦ୍ୟମ ଜାରି ରଖିଛି। ଶହ ଶହ ତାଲିବାନ ଫାଇଟର ଅତ୍ୟାଧୁନିକ ଆମେରିକାୟ ଅସ୍ତ୍ରଶସ୍ତ୍ର ସହ ପଞ୍ଜଶିରକୁ ଘେରି ରହିଛନ୍ତି। ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଅମ୍ରୁଲା ସାଲ୍ହେ ଟୁଇଟ୍ କରି ଯେଭଳି ନିଜ ସମର୍ଥକଙ୍କୁ ବାର୍ତ୍ତା ଦେଇନପାରିବେ ସେଇ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛି ତାଲିବାନ।...

Advertisment

ଏପଟେ ୩୧ ତାରିଖ ଡେଡ୍ଲାଇନ ପାଖେଇ ଆସୁଥିବା ବେଳେ କାବୁଲ ବିମାନବନ୍ଦର ଛାଡିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମେରିକୀୟ ସୈନ୍ୟ। ISIS ଆତଙ୍କବାଦୀ ବିମାନବନ୍ଦରକୁ ପୁଣି ଟାର୍ଗେଟ କରିବା ନେଇ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସତର୍କବାଣୀ ପରେ ଗେଟ୍ ନିକଟକୁ ନଆସିବା ଲାଗି ଆମେରିକା ନିଜ ନାଗରିକଙ୍କୁ ସତର୍କ କରାଇ ଦେଇଛି। ଏବେବି ଦେଢ ହଜାରରୁ ଅଧିକ ଆମେରିକୀୟ କାବୁଲ ବିମାନବନ୍ଦରରେ ରହିଛନ୍ତି। ଅଗଷ୍ଟ ୧୪ ପରଠାରୁ ଆମେରିକା ଲକ୍ଷେ ୧୦ହଜାରରୁ ଅଧିକ ଲୋକଙ୍କୁ ଏୟାରଲିଫ୍ଟ କରିସାରିଲାଣି। ଏପଟେ ସମସ୍ତ ୧୫ ହଜାର ନାଗରିକଙ୍କୁ ଉଦ୍ଧାର ପରେ ଏୟାର ଲିଫଟିଂ ପ୍ରକ୍ରିୟା ଶେଷ ହୋଇଥିବା ଘୋଷଣା କରିଛି ବ୍ରିଟେନ୍ । ଶେଷ ପର୍ଯ୍ୟାୟରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ଏକ ହଜାର ବ୍ରିଟିଶ ସୈନ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାନାଡା ଓ ଅନ୍ୟ କିଛି ଦେଶ ଏୟାର ଲିଫଟିଂ ଶେଷ କରିଥିବା ବେଳେ ଜର୍ମାନୀ, ଇଟାଲୀ ଓ ଫ୍ରାନ୍ସ ନିଜ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଅପ୍ରାଣ ଉଦ୍ୟମ ଚଳାଇଛନ୍ତି। ସେପଟେ ତାଲିବାନ ଫାଇଟର ବିମାନବନ୍ଦର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ବିମାନବନ୍ଦରକୁ ସଂଯୋଗ କରୁଥିବା ରାସ୍ତାରେ ଅଧିକ ଚେକପୋଷ୍ଟ କରାଯିବା ସହ ଆଫଗାନ ନାଗରିକଙ୍କୁ ଛଡ଼ାଯାଉନି। ବିମାନସେବା ଆରମ୍ଭ ହେବା ପରେ ଦେଶ ଛାଡିବାକୁ ଚାହୁଁଥିବା ଆଫଗାନ ନାଗରିକ ସମ୍ମାନର ସହ ଯାଇପାରିବେ ବୋଲି ତାଲିବାନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

ତେଣେ ସରକାର ଗଠନ ଓ ପ୍ରଶାସନିକ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିବା ତାଲିବାନ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛି। କର୍ମଚାରୀମାନେ ବ୍ୟବହାର କରୁଥିବା ଗାଡ଼ି ଓ ଅନ୍ୟାନ୍ୟ ସରକାରୀ ଜିନିଷପତ୍ର ୭ ଦିନ ମଧ୍ୟରେ ଫେରାଇ ଦେବାକୁ କୁହାଯାଇଛି। ସେହିପରି ଦେଶ ଛାଡ଼ି ସାଉଦିଆରବରେ ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କ ଉପରେ ଚାଲିବାନର ନଜର ରହିଛି। ଘନିଙ୍କୁ ଆଫଗାନିସ୍ତାନବାସୀଙ୍କ ଟଙ୍କା ଫେରସ୍ତ କରିବାକୁ ପଡିବ ବୋଲି ଦୋହାରେ ତାଲିବାନ ମୁଖପାତ୍ର ସୁହେଲ ସହିନ କହିଛନ୍ତି।

Advertisment
Afghanistan Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ