Advertisment

କାହିଁକି ଗୁଇନ୍ଦା କାମ କରେ ପାରା...କ’ଣ ରହିଛି ଏହା ପଛର ରହସ୍ୟ...ଜାଣିଲେ ହୋଇଯିବେ ତାଜୁବ୍

ପ୍ରାୟ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ତେଣୁ ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା ।

ଅଦ୍ୟତନ ହୋଇଛି
Spy Pigeon

Spy Pigeon

Advertisment

ଆପଣ ଅନେକ ଥର ଗୁପ୍ତଚର ପାରା ବିଷୟରେ ଶୁଣିଥିବେ। ପାରାକୁ ସ୍ପାଇ ଭାବରେ ବ୍ୟବହାର କରାଯାଏ। ନିକଟରେ ଏକ ଖବର ପ୍ରକାଶ ପାଇଥିଲା ଯେଉଁଠି ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ଏକ ପାରାକୁ ମୁକ୍ତ କରାଯାଇଥିଲା। ତେବେ ଆମ ମନରେ ଏତେ ପଶୁପକ୍ଷୀ ଥାଉ ଥାଉ କେବଳ ପାରା ହିଁ କାହିଁକି ଗୁପ୍ତଚର ଭାବେ କାମ କରିଥାଏ। ତେବେ ପାରାକୁ ଗୁପ୍ତଚର ରୂପେ ବ୍ୟବହାର କରିବା ଏବକାର ନୁହେଁ। କାହିଁ କେତେ କାଳରୁ ଗୁପ୍ତଚର ଏବଂ ବାର୍ତ୍ତା ବିତରଣ ପାଇଁ ପାରାକୁ ବ୍ୟବହୃତ କରାଯାଉଛି ।

Advertisment

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପାରାମାନଙ୍କ ଦେହରେ ଛୋଟ କ୍ୟାମେରା ଲଗାଯାଇ ଶତ୍ରୁ ଅଞ୍ଚଳରେ ଛାଡି ଦିଆଯାଇଥିଲା । ଯେତେବେଳେ ପକ୍ଷୀ ଶତ୍ରୁ ଅଞ୍ଚଳରେ ଉଡୁଥିଲା, ସେତେବେଳେ ତା’ଦେହରେ ଲାଗିଥିବା କ୍ୟାମେରାରେ ଶତ୍ରୁଙ୍କ ଚାଲିଚଳଣି ରେକର୍ଡ ହୋଇଯାଉଥିଲା । କେବଳ ଏତିକି ନୁହେଁ, ଖରାପ ପାଗକୁ ଖାତିର ନକରି ନିଜ ଅଞ୍ଚଳକୁ ଫେରିବା ପାଇଁ ସେମାନଙ୍କର ଗତି ଏବଂ କ୍ଷମତା ହେତୁ ସେମାନଙ୍କୁ ଶତ୍ରୁ ଦେଶରୁ ବାର୍ତ୍ତା ଆଣିବାର ଦାୟିତ୍ଵ ଦିଆଯାଇଥିଲା ।

ସେତେବେଳେ ପ୍ରାୟ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ତେଣୁ ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହୃତ କରାଯାଉଥିଲା । ଯଦି ଏହା ପରିବର୍ତ୍ତେ ଆପଣ ଡ୍ରୋନର ବ୍ୟବହାର କରିବେ ତେବେ ଧରା ପଡିଯିବାର ସମ୍ଭାବନା ଢେର ଅଧିକ ଥାଏ। ତେବେ ପାରାକୁ ପଠାଇବା ଦ୍ୱାରା ଏପରି ଆଶଙ୍କା କମ ହୋଇଯାଏ।

Advertisment

ପାରା କିପରି ଗୁପ୍ତଚର କାମ କରେ?

ସବୁଠାରୁ ବୁଦ୍ଧିମାନ ପକ୍ଷୀ ହେଉଛି ପାରା । ତେଣୁ ତାକୁ ଗୁପ୍ତଚର ପକ୍ଷୀ ମଧ୍ୟ କୁହାଯାଏ । ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସି ସିଆଇଏ ଏପରି ଗୁପ୍ତଚର କାମ ପାଇଁ ଗୋଟିଏ ଡିଭାଇସ ଡେଭଲପ କରିଥିଲା। ଏହି କ୍ୟାମେରାକୁ ପାରାର ଗୋଡରେ ବାନ୍ଧି ଦିଆଯାଏ ଓ ପାରାକୁ ଛାଡି ଦିଆଯାଏ। ପାରା ଏପରି ଏକ ପକ୍ଷୀ ଯିଏକି ସବୁଠି ଦେଖିବାକୁ ମିଳେ। ତେଣୁ ସନ୍ଦେହ କରିବା ଆଶଙ୍କା କମିଯାଏ। ଏହି ଡିଭାଇସ ସାହାଯ୍ୟରେ ଶହ ଶହ ଫୁଟ ଉଚ୍ଚରେ ଥିବା କ୍ୟାମେରା ଦ୍ୱାରା ଜୁମ କରି ସବୁ ଦେଖିହୁଏ। ତେବେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପାରା ପଠାଇବା କାଠିକର ପାଠ।

ନିକଟରେ ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ୮ମାସ ପରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପାରାଟିକୁ ବନ୍ଦୀ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ତାକୁ ମୁକ୍ତ କରାଯାଇଛି। ପାରାଟିର ଗୋଡ଼ ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍‌ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍‌ ଥିବା କଥା ଜଣାପଡ଼ିବା ପରେ ତାକୁ ଧରି ବନ୍ଦୀ କରାଯାଇଥିଲା ।

Advertisment
Pigeon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ