Advertisment

ଗୋଟିଏପଟେ ଚାଲିଥିଲା ନୂଆବର୍ଷ ପାଳନ, ସେପଟେ ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ମାଡ଼ କରୁଥିଲା ରୁଷ୍‌

ମିସାଇଲ୍‌ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Hours Before New Year Celebrations Russian Missile Strike Ukraine

Hours Before New Year Celebrations Russian Missile Strike Ukraine

Advertisment

ନୂଆବର୍ଷ ପାଳନର ମାତ୍ର କିଛି ଘଣ୍ଟା ପରେ ୟୁକ୍ରେନ୍‌ ଉପରେ ରୁଷ୍ ଘନ ଘନ ମିସାଇଲ୍‌ ମାଡ଼ କରିଛି। ଶନିବାର ମଧ୍ୟ ରାତ୍ରରେ ୟୁକ୍ରେନର ସମସ୍ତ ସହର ଏପରିକି ରାଜଧାନୀ କିଭିକୁ ଟାର୍ଗେଟ୍‌ କରି ରୁଷ୍ ଘନ ଘନ ମିସାଇଲ୍‌ ମାଡ଼ କରିଥିଲା। ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନର ରାଜଧାନୀରେ ଅପରାହ୍ଣରେ ୧୦ ବଡ଼ ଧରଣର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

Advertisment

ମିସାଇଲ୍‌ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ବିଜୟ ନମିଳିବା ଯାଏ ୟୁକ୍ରେନ ଯୁଦ୍ଧରୁ ଓହରିବନି। ଜେଲେନସ୍କିଙ୍କ ଅଭିଭାଷଣ ପରଠୁ ହି ରୁଷ୍ ପକ୍ଷରୁ ମିସାଇଲ ବର୍ଷା ଆରମ୍ଭ ହୋଇଥିଲା। ନୂଆବର୍ଷ ଅବସରରେ ସାକ୍ଷାତକାର ଦେଇ ପୁଟିନ କହିଛନ୍ତି, ୨୦୨୩ରେ ରୁଷ୍ ନିଜ ଭବିଷ୍ୟତ ପାଇଁ ନୂଆ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପ୍ରକୃତ ସ୍ୱାଧୀନତା ହାସଲ କରିବ।

ସୂଚନାଥାଉ କି, ରୁଷ୍-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାନେଇ କିଛିଦିନ ପୂର୍ବେ ଚର୍ଚ୍ଚା ହେଉଥିଲା। ଯୁଦ୍ଧ ସାରିବାକୁ ରୁଷ୍‌ ସଙ୍କେତ ଦେଇଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟରେ ୟୁକ୍ରେନ୍ ଯୁଦ୍ଧ ସାରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଚାହୁଁଥିବା ସୂଚନା ମିଳିଥିଲା। ହେଲେ ଏବେ ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି। 

Advertisment
Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ