Hindu Phobia In America: ମସ୍କଙ୍କ ହିନ୍ଦୁ ବିରୋଧୀ ନୀତି, ହୁଲୁସ୍ତୁଲ ଆମେରିକା ରାଜନୀତି

ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।

ଆମେରିକାରେ ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ

ଆମେରିକାରେ ହିନ୍ଦୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ମଧ୍ୟ ବଢ଼ି ବଢ଼ି ଚାଲିଛି । ଏଠାରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ଭାରତୀୟଙ୍କୁ ବିଭିନ୍ନ ସ୍ଥାନରେ ଅପମାନର ଶିକାର ହେବାକୁ ପଡ଼ୁଛି । ଆକେରିକାକୁ ପୁଣି ଥରେ ହିନ୍ଦୁଫୋବିଆ ଫେରୁଛି ବୋଲି କୁହାଯାଉଛି । ଡୋନାଲ୍ଡ ଟ୍ରମ୍ପ ସରକାରର ଭାବି ମନ୍ତ୍ରୀ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ H1B ଭିସା ଉପରେ ବିବୃତ୍ତି ଦେଇ ଆଲୋଡ଼ନ ସୃଷ୍ଟି କରିଛନ୍ତି । ନୂଆ ସରକାରରେ ଭିସା ନୀତିରେ ସଂଶୋଧନ କରାଯିବ, ଯଦ୍ୱାରା ଅଧିକରୁ ଅଧିକ ଆମେରିକୀୟ ଚାକିରି ପାଇପାରିବେ ବୋଲି ସେ ମତ ଦେଇଛନ୍ତି । ମସ୍କଙ୍କ ବିବୃତ୍ତି ପରେ ଆମେରିକା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ବାଇଡେନଙ୍କ ଡେମୋକ୍ରାଟିକ୍ ପାର୍ଟିର ସାଂସଦ ଶ୍ରୀ ଥାନେଦାର ଅଭିଯୋଗ କରିଛନ୍ତି , H1B ଭିସା ସମ୍ପର୍କରେ ବିବୃତ୍ତି ଆସିବା ପରଠାରୁ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ୍ କରାଯାଉଛି । ସୋସିଆଲ ମିଡିଆରେ ହିନ୍ଦୁମାନଙ୍କ ବିରୋଧରେ ଘୃଣାଭରା ମନ୍ତବ୍ୟ ପୋଷ୍ଟ କରୁଛନ୍ତି ଆମେରିକୀୟ ।


ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମୋଦିଙ୍କର ପୁରୁଣା ତଥା ଅତି ଘନିଷ୍ଠ ବନ୍ଧୁ । ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ସମୟରେ ଦୁଇ ଦେଶର ଭିନ୍ନ ଆଭିମୁଖ୍ୟ ପାଇଁ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇଥିଲେ ହେଁ ଉଭୟଙ୍କର ବନ୍ଧୁତା କେବେ ମଳିନ ପଡ଼ିନି । ହେଲେ ଏବେକାର ସ୍ଥିତି ଉଭୟ ରାଷ୍ଟ୍ର ଓ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି ।

ନୂଆ ଡୋନାଲ୍ଡ ଟ୍ରମ୍ପ ସରକାରରେ ଏଲନ୍ ମସ୍କଙ୍କ ସହ ଭାରତୀୟ ମୂଳ ବିବେକ ରାମସ୍ୱାମୀଙ୍କୁ ସରକାରୀ ଦକ୍ଷତା ବିଭାଗର ଦାୟିତ୍ୱ ଦିଆଯାଇଛି । ସୋସିଆଲ ମିଡିଆରେ ଜଣେ ୟୁଜରଙ୍କ କମେଣ୍ଟର ଉତ୍ତରରେ ଏଲନ ଲେଖିଛନ୍ତି, ଏଚୱାନବି ଭିସା ସମ୍ପୂର୍ଣ୍ଣ ନୁହେଁ, ଏଥିରେ ସୁଧାରର ଅବାଶ୍ୟକତା ରହିଛି । ନୂଆ ସରକାରଙ୍କ ଶାସନ ଆରମ୍ଭ ହେବା ପରେ ଏଚୱାନବି ଭିସାର ଉନ୍ନତି ପାଇଁ ଦୁଇଟି ମୁଖ୍ୟ ପଦକ୍ଷେପ ନିଆଯିବ । ପ୍ରଥମ ହେଲା ସର୍ବନିମ୍ନ ଦରମା ସ୍ଥିର ହେବ, ଯଦ୍ୱରା ବାହାରୁ ଆସୁଥିବା ବ୍ୟକ୍ତି ଏଠାରେ ଶସ୍ତା କାମ କରିପାରିବେ ନାହିଁ । ଦ୍ୱିତୀୟଟି ହେଲା ଏ ଭିସା ଉପରେ ବାର୍ଷିକ ଖର୍ଚ୍ଚ ଯୋଡ଼ାଯିବ । ଫଳରେ କୌଣସି ବି ବିଦେଶୀଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଦୁଇଥର ଭାବିବା ସହ ଏବଂ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦେବେ ନିଯୁକ୍ତିଦାତା । ଆମେରିକୀୟଙ୍କ ହିତ ଦୃଷ୍ଟିରୁ ନେଇଥିବା ପଦକ୍ଷେପ ଭାରତୀୟଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି ।

ଭାରତୀୟଙ୍କ ବିରୋଧରେ ଏତେ କ୍ରୋଧ କାହିଁକି ?

ମସ୍କଙ୍କ ନିଷ୍ପତ୍ତିରେ ଦୁଇଟି ଦିଗ ସ୍ପଷ୍ଟ ହୋଇଛି । ପ୍ରଥମତଃ ଆମେରିକା ଯିବା ପୂର୍ବ ତୁଳନାରେ ମହଙ୍ଗା ହୋଇଯିବ ଏବଂ ଅନ୍ୟଟି ହେଲା ବିଦେଶୀ ଆଉ ଆମେରିକାରେ କମ୍ ବେତନରେ କାମ କରିପାରିବେ ନାହିଁ । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏଲନ୍ ମସ୍କଙ୍କ ପଦକ୍ଷେପକୁ ନେଇ କ୍ରମାଗତ ପ୍ରତିକ୍ରିୟା ଆସୁଛି । କାରଣ ଆମେରିକାରେ ବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ ବହୁତ ସମୃଦ୍ଧ । ଆମେରିକାରେ ଦିନକୁ ଦିନ ହିନ୍ଦୁଙ୍କ ଦବଦବା ବଢ଼ୁଛି କହିଲେ ଚଳେ । ଏଠାରେ ହିନ୍ଦୁ ଧର୍ମ ଓ ସଂସ୍କୃତିର ଲୋକପ୍ରିୟତା ବଢି ବଢି ଚାଲିଛି । ଗତ ୧୫ ବର୍ଷରେ ଆମେରିକାରେ ହିନ୍ଦୁଙ୍କ ସଂଖ୍ୟା ଯାହା ଥିଲା ଏବେ ଦୁଇଗୁଣା ବଢିଛି । ୨୦୨୫ ସୁଦ୍ଧା ଆମେରିକାରେ ହିନ୍ଦୁ ସଂଖ୍ୟା ୨୮ ଲକ୍ଷରେ ପହଞ୍ଚିବ । ସେହିପରି ୨୦ ବର୍ଷ ପୂର୍ବେ ଆମେରିକାରେ ୪୩୫ ହିନ୍ଦୁ ମନ୍ଦିର ଥିଲା, ଯାହା ଏବେ ୧ ହଜାରରୁ ଅଧିକ ହୋଇଗଲାଣି । ଏପଟେ ଏବେ ମସ୍କଙ୍କ ନିଷ୍ପତ୍ତିକୁ ଆୟୁଧ କରି ହିନ୍ଦୁମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି କିଛି କୁଚକ୍ରୀ । କ୍ରମାଗତ ଭାବରେ ହିନ୍ଦୁମାନଙ୍କ ପ୍ରତି ଘୃଣ୍ୟ ମନୋଭାବ ରଖି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି ।

ହିନ୍ଦୁ-ଫୋବିଆ ଉପରେ କ’ଣ କହିଲେ ସାଂସଦ ?

ଆମେରିକାରେ ହିନ୍ଦୁମାନଙ୍କ ପ୍ରତି ବଢ଼ୁଥିବା ଘୃଣାକୁ ଦେଖି ଜୋ ବାଇଡେନଙ୍କ ଦଳର ସାଂସଦ ଶ୍ରୀ ଥାନେଦାର ଏହାକୁ ହିନ୍ଦୁଫୋବିଆ ବୋଲି କହିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, 'ଆମେରିକାରେ ଜାତିଭେଦ ଏବେବି ଜୀବନ୍ତ ରହିଛି, ଆମକୁ ଏହା ବିରୋଧରେ ଏକଜୁଟ ହେବାକୁ ପଡ଼ିବ। ଏଚୱାନବି ଭିସା ସହିତ ଜଡିତ ସମସ୍ତ ପୋଷ୍ଟରେ ଜାଣିଶୁଣି ଆମେରିକାରେ ରହୁଥିବା ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି । ଏଭଳି ଘଟଣାକୁ ସେ ନିନ୍ଦନୀୟ ବୋଲି କହିଛନ୍ତି । ଏବେ ନୁହେଁ ବେଶ କିଛି ମାସ ହେବ ଆମେରିକାରେ ହିନ୍ଦୁବିରୋଧୀ କାର୍ଯ୍ୟକଳାପ ଲାଗି ରହିଛି । କେଉଁଠି ଭାରତୀୟଙ୍କୁ ହତ୍ୟା କରାଯାଉଛି ତ କେଉଁଠି ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯିବାର ଖବର ରହିଛି । ହିନ୍ଦୁଙ୍କୁ ଭୟଭୀତ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ।