Advertisment

ଆଶ୍ଚର୍ଯ୍ୟ ! ଏଇ ରେଷ୍ଟୁରାଂଟ୍‌ରେ ମାଂସ ଖଣ୍ଡର ଦାମ୍‌ ଦେଢ ଲକ୍ଷ ଟଙ୍କା

ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍‌ ନୁସରତ ଗୋକ୍‌ ଓରଫ୍‌ ସଲ୍‌ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

Turkey Resturant

Turkey Resturant

Advertisment

ନୂଆଦିଲ୍ଲୀ: ଆଜିକାଲିକା ଦୁନିଆରେ ଚୁଜି ଲୋକଙ୍କ ସଂଖ୍ୟା ବହୁତ୍‌ ଅଧିକ। କିନ୍ତୁ ଫାଷ୍ଟପୁଡ଼୍‌ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି। ଆପଣମାନେ ସମସ୍ତେ ଦେଖିବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଫାଷ୍ଟଫୁଡ୍‌ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗେ। କେଉଁ ରେଷ୍ଟୁରାଂଟ୍‌ରେ କେଉଁ ଡିସ୍‌ ଭଲ? ଆଜିକାଲିର ଯୁବପୀଢ଼ିଙ୍କ ପାଖରେ ସେମାନଙ୍କର ପୂରା ତାଲିକା ରହିଛି।

Advertisment

କିନ୍ତୁ ଯେତତେବେଳେ ଖଣ୍ଡେ ମାଂସର ଦାମ୍‌ ଦେଢ ଲକ୍ଷ ଟଙ୍କା ରହିବ ସେତେବେଳେ ଆପଣ ବି କିଛି ସମୟ ପାଇଁ ତାଜୁବ୍ ହୋଇଯିବେ। କାରଣ ବର୍ତ୍ତମାନ ବଜାରରେ ମାଂସ କିଲୋର ଦାମ୍‌ ଅତିବେଶୀରେ ୮୦୦ ହୋଇଥାଇପାରେ। ନଚେତ୍‌ ଧରିନିଅନ୍ତୁ କେଉଁ କେଉଁ ସ୍ଥାନରେ ୧ ହଜାର ଥିବ। ଆଉ ସେହି ହିସାବରେ ମାଂସ ଖଣ୍ଡର ଦାମ୍‌ ହାରାହାରି ୨୦ ରୁ ୩୦ ଟଙ୍କା ରହିଥିବ। କିନ୍ତୁ ଏମିତି ଏ ମାଂସରେ କଣ ରହିଛି ଯେ, ଏହାର ଏତେ ଦାମ୍‌?

Advertisment

ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍‌ ନୁସରତ ଗୋକ୍‌ ଓରଫ୍‌ ସଲ୍‌ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସ୍ୱାଦିଷ୍ଟ ବ୍ୟଞ୍ଜନ ଅପେକ୍ଷା ମହଙ୍ଗା ବ୍ୟଞ୍ଜନ ପ୍ରସ୍ତୁତି ତାଙ୍କ ଲୋକପ୍ରିୟତାର କାରଣ ପାଲଟିଛି। କାରଣ ଖଣ୍ଡେ ମାଂସର ଦାମ୍‌ ଏହି ରେଷ୍ଟୁରାଂଟ୍‌ରେ ପାଖାପାଖି ଦେଢଲକ୍ଷ ଟଙ୍କା ରହିଛି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଦର ପରେ ବି ମାଂସ ନେବାତପ ଲୋକଙ୍କର ଲାଗୁଛି ଭିଡ଼। ୨୦୧୭ ମସିହା ପରଠାରୁ ହିଁ ଏହି ରେଷ୍ଟୁରାଂଟର ଦରକୁ ନେଇ ସାରା ବିଶ୍ୱରେ ବେଶ୍‌ ଚର୍ଚ୍ଚା ଲାଗିରହିଛି।

କିନ୍ତୁ ଏହି ରେଷ୍ଟୁରାଂଟ୍‌ରେ କାର୍ଯୟକରୁଥିବା ସେଫ୍‌ଙ୍କ ଦରମା ଜାଣିଲେ ଆପଣ ଦୁଃଖ ପ୍ରକାଶ କରିବେ। ସେମାନେ ଏତେ କମ୍‌ ଦରମା ପାଆନ୍ତି ଯେ, ସେହି ଟଙ୍କାରେ ଆପଣ କୌଣସି ରେଷ୍ଟୁରାଂଟରୁ ପୋଡ଼ା ମକା ଖାଇପାରିବେ। ଦରମାକୁ ନେଇ ସୋସିଆଲ ମିଡ଼ିଆରେ ଏହାକୁ ବେଶ୍ ଟ୍ରୋଲ କରାଯାଉଥିବା ପରେ ମଧ୍ୟ ଏହାର ମାଲିକ ଏହାକୁ ଭ୍ରୁକ୍ଷେପ କରିନାହାନ୍ତି। କୁହାଯାଉଛି, ଏହାର ଖାଇବାର ଦାମ ଏତେ ଅଧିକ ରହିଥିବା କାରଣରୁ ଏଠାରେ ସାଧାରଣ ଲୋକ ନୁହେଁ ବରଂ ସେଲିବ୍ରିଟିମାନେ ହିଁ ଖାଦ୍ୟ ଖାଆନ୍ତି। ସେ ଯାହା ବି ହେଉ ଏଠାକାର ମାଂସକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Advertisment

Turkey Resturant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ