Middle east dubai municipality issued advisory on misusing balconies around the city
ଏଣିକି ବାଲ୍କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜୋରିମାନା । ଦୁବାଇରେ ବାଲ୍କୋନିରେ ପୋଷାକ ଶୁଖିଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।
ପ୍ରାୟତଃ ସମସ୍ତେ ନିଜ ଘରର ବାଲକୋନିରେ ନିଜ ଲୁଗା ଶୁଖାଇଥାନ୍ତି । ହେଲେ ତାହା ଏବେ ଚଳିବ ନାହିଁ । କେବଳ ଏତିକି ନୁହେଁ ଯଦି ବାଲ୍କୋନିରେ କେହି ଧୂମପାନ କରନ୍ତି ତେବେ ମଧ୍ୟ ତାଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡିବ । କାରଣ ସିଗାରେଟ୍ର ପାଉଁଶ ତଳକୁ ଖସିଯାଏ । ଯାହା ପରିବେଶକୁ ଅପରିଷ୍କାର କରିଥାଏ ।
ସୂଚନା ଅନୁସାରେ, ନିୟମ ଉଲଙ୍ଘନକାରୀଙ୍କୁ ପ୍ରାୟ ୫୦୦ ରୁ ୧୫୦୦ ହିରଦମ୍ ଅର୍ଥାତ ୧୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ । ସହରକୁ ପରିଷ୍କାର ରଖିବା ଲକ୍ଷ୍ୟରେ ଦୁବାଇ ପୈରପାଳିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ ଦୁବାଇ ମ୍ୟୁନିସିପାଲିଟି ପକ୍ଷରୁ ଲୋକମାନଙ୍କୁ ବାଲକୋନିର ଅପବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ବାଲକୋନୀକୁ 'ଖରାପ' ଦେଖାଯିବା ଭଳି କୌଣସି କାମ ନ କରିବା ପାଇଁ ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ ଏହା ଉଲ୍ଲେଖ ହୋଇଛି ଯେ, ପରିବେଶକୁ ସ୍ୱଚ୍ଛ ରଖିବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୁବାଇ ମ୍ୟୁନିସିପାଲିଟି ପକ୍ଷରୁ ୟୁଏଇର ସମସ୍ତ ବାସିନ୍ଦାଙ୍କୁ ସହରର ସୌନ୍ଦର୍ଯ୍ୟ ଏବଂ ସଭ୍ୟତାର ପ୍ରକୃତି ନଷ୍ଟ ନକରିବାକୁ ନିବେଦନ କରାଯାଇଛି । ଏହି ଟ୍ୱିଟ୍ରେ ସେହି ସବୁ ନୂଆ ନିୟମ ବିଷୟରେ ସୂଚନା ଦିଆଯାଇଛି, ଯାହାର ଉଲ୍ଲଂଘନ କଲେ ଜରିମାନା ଆଦାୟ କରାଯିବ ।
ନୂଆ ନିୟମ ଅନୁଯାୟୀ, ବାଲ୍କୋନି କିମ୍ବା ଝରକାରେ ପୋଷାକ ଶୁଖାଇବା, ବାଲକୋନିରୁ ସିଗାରେଟ୍ ପାଉଁଶ ସଫା କରିବା, ବାଲକୋନିରୁ ଅଳିଆ ଫିଙ୍ଗିବା, ବାଲକୋନି ଧୋଇବା ସମୟରେ ପାଣି ତଳକୁ ପକାଇବା କିମ୍ବା ଏସିରୁ ପାଣି ପଡିବା, ବାଲକୋନିରେ ପକ୍ଷୀମାନଙ୍କୁ ଖାଇବାକୁ ଦେବା, ବାଲ୍କୋନିରେ ଆଣ୍ଟିନା ଲଗାଇବା ଆଦି ପାଇଁ ଜରିମାନା ଲାଗୁ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640758234.jpg)