Advertisment

Bangladesh Tension: ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ

ବାଂଲାଦେଶରେ ଦୀର୍ଘ ଦିନ ଧରି ଲାଗିରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଗତବର୍ଷ, ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଉଚ୍ଛେଦ ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ହସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଅଦ୍ୟତନ ହୋଇଛି
ୟୁନୁସ୍ ସରକାର ପାଇଁ ଟେନସନ

ୟୁନୁସ୍ ସରକାର ପାଇଁ ଟେନସନ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା ବିଆଇଏମ୍‌ଏସ୍‌ଟିଇସି ସମ୍ମିଳନୀରେ ଦୁହଁିଙ୍କ ସାକ୍ଷାତ ହୋଇପାରେ ବୋଲି ଆଶା କରାଯାଉଛି। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରଠାରୁ ମହମ୍ମଦ ୟୁନୁସ୍‌ ସେଠାକାର ମୁଖ୍ୟ ପରାମର୍ଶଦାତା ଭୂମିକାରେ ଅଛନ୍ତି। ଭାରତ ସରକାର ବାଂଲାଦେଶରେ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ପ୍ରଶାସନ ଉପରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଲଗାତାର କରିଆସୁଛି।

Advertisment

ଭାରତ ଶେଖ ହାସିନାଙ୍କୁ ଆଶ୍ରୟ ଦେଇଥିବାରୁ ବାଂଲାଦେଶ ପ୍ରତିହିଂସାରେ ଜଳୁଛି। ଏପରି ସ୍ଥିତିରେ ମୋଦୀ-ୟୁନୁସ୍‌ଙ୍କ ସାକ୍ଷାତ ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ। ବିଆଇଏମ୍‌ଏସ୍‌ଟିଇସି‌େ‌ର ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡରେ ସାମିଲ୍‌ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ୨୦୧୮ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ବିମଷ୍ଟେକ ସମ୍ମିଳନୀରେ ଯୋଗ ଦେଇଥିଲେ।

ନାହିଦ ଇସଲାମଙ୍କ ଇସ୍ତଫା, ୟୁନୁସ ସରକାରଙ୍କୁ ଝଟ୍‌କା

ବାଂଲାଦେଶରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ନେତା ନାହିଦ ଇସଲାମ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରୁ ଇସ୍ତଫା ଦେଇଛନ୍ତି। ନାହିଦ ଇସଲାମ ୟୁନୁସଙ୍କୁ କ୍ୟାବିନେଟରେ ସୂଚନା ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଥିଲା। ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ଅପରାଧ ଦ୍ୱାରା କବଳିତ ହୋଇଯାଇଛି। ଗତ କିଛି ମାସ ମଧ୍ୟରେ ସାରା ଦେଶରେ ହତ୍ୟା, ଅପହରଣ, ଡକାୟତି ଘଟଣାରେ ତୀବ୍ର ବୃଦ୍ଧି ଘଟିଛି ।

Advertisment

ଗତ ଛଅ ବର୍ଷ ମଧ୍ୟରେ ଅପରାଧ ଦୃଷ୍ଟିରୁ ଏହା ସବୁଠାରୁ ଖରାପ ସ୍ଥିତି। ଅପରପକ୍ଷରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଗୃହ ବ୍ୟାପାର ପରାମର୍ଶଦାତା ଜାହାଙ୍ଗୀର ଆଲମ ଚୌଧୁରୀ ଏହି ତଥ୍ୟକୁ ପ୍ରତ୍ୟାଖ୍ୟାନ କରିବା ସହିତ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୋଷଜନକ ରହିଛି ବୋଲି ଦାବି କରିଛନ୍ତି। ନହିଦ ଇସଲାମ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନ ନେତୃତ୍ବ ନେଇଥିଲେ।

ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଦେଶକୁ ଆତଙ୍କବାଦ ଏବଂ ଅରାଜକତାର କେନ୍ଦ୍ରରେ ପରିଣତ କରିବାର ଅଭିଯୋଗ କରିଥିଲେ। ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଏକ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ହାସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ ସରକାରର ପତନ ଘଟିଥିଲା। ଠିକ୍‌ ଏହା ପରେ ପରେ ହିଂସା ଏବଂ ଅପରାଧର ଘଟଣା ବୃଦ୍ଧି ପାଇଛି ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

Advertisment

ହଟିବେ ୟୁନୁସ !

ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଇ ନିକଟରେ ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦ ରହିଥିବା ମୁଁ ସ୍ପଷ୍ଟ ଅନୁମାନ କରିପାରୁଛି। ମୋର କୌଣସି ଆଶା କି ଆକାଂକ୍ଷା ନାହିଁ, କିନ୍ତୁ ମୁଁ ଦେଶକୁ ସୁରକ୍ଷିତ ହାତରେ ଦେଖିବାକୁ ଚାହୁଁଛି। ଏହା କହିବା ପରେ ତେଜିଛି ରାଜନୀତି। ତାଙ୍କର ଏପରି ମନ୍ତବ୍ୟ ଅନେକ କିଛି ସୂଚିତ କରୁଛି।

ଦେଶର ପରିସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି। ବାଂଲାଦେଶକୁ ବାହ୍ୟ ଶକ୍ତି ପରିଚାଳିତ କରୁଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ଅଗଷ୍ଟରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ମହମ୍ମଦ ୟୁନୁସ୍ ବାଂଲାଦେଶରେ କ୍ଷମତାକୁ ଆସିଥିଲେ। ଏକ ରିପୋର୍ଟ ଅନୁସାରେ, ଆମେରିବା ବାଲାଂଦେଶକୁ କବ୍‌ଜା କରିବାକୁ ଚେଷ୍ଟା କରୁଛି। ତେବେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ଯେକୌଣସି ଜନସଂଖ୍ୟାକୁ ବଳପୂର୍ବକ ସ୍ଥାନାନ୍ତର ନିଷେଧ।

ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ

ବାଂଲାଦେଶରେ ବିଦ୍ରୋହ ପରେ, ଶେଖ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ମହମ୍ମଦ ୟୁନୁସ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ, କିନ୍ତୁ ତାଙ୍କର ଖେଳ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଶେଖ ହସିନାଙ୍କ ସମସ୍ତ ବିରୋଧ ସତ୍ତ୍ୱେ, ଆୱାମୀ ଲିଗ ଜିଲା ଓକିଲ ସଂଘ ର୍ନିବାଚନରେ ବିଜୟୀ ହୋଇଛି। ନିକଟରେ ଚାପାଇନବାବଗଞ୍ଜ ଜିଲା ଓକିଲ ସଂଘ ବାଂଲାଦେଶର କାର୍ଯ୍ୟର୍ନିବାହୀ କମିଟିର ର୍ନିବାଚନ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଆୱାମୀ ଲିଗ ସମର୍ଥକମାନେ ବିଏନପି-ଜମାତ ପ୍ୟାନେଲ ଅପେକ୍ଷା ଅଧିକ ଆସନ ହାସଲ କରି ର୍ନିବାଚନରେ ବିଜୟୀ ହୋଇଥିଲେ। ଗୋଟିଏ ବର୍ଷ ପାଇଁ କାର୍ଯ୍ୟର୍ନିବାହୀ କମିଟି ର୍ନିବାଚନରେ ତିନୋଟି ପ୍ୟାନେଲ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୩୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରେ ଆୱାମୀ ଲିଗ ସମର୍ଥିତ ପ୍ୟାନେଲ (ମଣିରୁଲ-ଡୋଲର ପରିଷଦ) ଛଅଟି ପଦ ଜିତିଥିଲା। ଜିଲା ଓକିଲ ସଂଘର ର୍ନିବାଚନ ଫଳାଫଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ବିଶେଷକରି ୟୁନୁସ ସରକାରଙ୍କ ଟେନସନ ବଢ଼ାଇଛି।

କୁହାଯାଉଛି ଯେ, ଏହି ର୍ନିବାଚନ ଫଳାଫଳର ପ୍ରଭାବ ଆଗାମୀ ସମୟରେ ଦେଖିବାକୁ ମିଳିବ। ବାଂଲାଦେଶରେ ବିଦ୍ରୋହ ପରଠାରୁ ଶେଖ ହାସିନା ଦେଶ ବାହାରେ ଅଛନ୍ତି। ତାଙ୍କ ବିରୋଧରେ ଅନେକ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିକଟରେ, ସେ ଏକ ଭିଡିଓ କଲ ମାଧ୍ୟମରେ ବାଂଲାଦେଶୀଙ୍କ ସହ କଥା ହୋଇଥିଲେ।

ସେହି ସମୟରେ ସେ କହିଥିଲେ ଯେ ଆମର ପୁଲିସ ବାହିନୀର କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାରୀମାନେ ମହିଳା ପୁଲିସ କନଷ୍ଟେବଳଙ୍କୁ ମଧ୍ୟ ଛାଡ଼ି ନଥିଲେ। ମୁଁ ଖୁବଶୀଘ୍ର ଘରକୁ ଫେରିବି ଏବଂ ଆମର ସହିଦଙ୍କ ପ୍ରତିଶୋଧ ନେବି। ବର୍ତ୍ତମାନ ବାଂଲଦେଶରେ ଏହି ବିଜୟ ଦେଶର ରାଜନୀତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆଶା ପ୍ରକଟ କରାଯାଉଛି।

ନୂଆ ଦଳ ଗଢିବେ ଛାତ୍ରନେତା !

ବାଂଲାଦେଶରେ ଦୀର୍ଘ ଦିନ ଧରି ଲାଗିରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଗତବର୍ଷ ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଉଚ୍ଛେଦ ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ହସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସେହି ସମୟରେ, ଆନ୍ଦୋଳନରତ ଛାତ୍ରମାନେ ମଧ୍ୟ ସରକାରଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ କରିଥିଲେ। ଜାତିସଂଘ ରିପୋର୍ଟ ଅନୁଯାୟୀ, ଏହି ହିଂସାତ୍ମକ ପ୍ରତିବାଦରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ହସିନା ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶ ଛାଡିଥିଲେ ଏବଂ ସେବେଠାରୁ ଭାରତରେ ରହୁଛନ୍ତି। ଜାତୀୟ ନାଗରିକ ସମିତି ଏବଂ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନର ନେତାମାନେ ଫେବୃଆରୀ ୫ ତାରିଖରୁ ଏକ ନୂତନ ଦଳ ଗଠନ କରିବା ସମ୍ପର୍କରେ ଜନମତ ଜାଣିବା ପାଇଁ ଏକ ସର୍ଭେ କରୁଛନ୍ତି।

ବାଂଲାଦେଶର ଛାତ୍ର ନେତାମାନେ ଦେଶର ପ୍ରାୟ ସମସ୍ତ ଜିଲାର ଲୋକଙ୍କଠାରୁ ଅନଲାଇନରେ ମତାମତ ଲୋଡିଥିଲେ। ଏହି ଆଧାରରେ, ଏକ ନୂତନ ଦଳ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାମ୍ପ୍ରତିକ ସମୟରେ ୟୁନୁସ କହିଛନ୍ତି ଯେ ୨୦୨୫ ଶେଷ ସୁଦ୍ଧା ନିର୍ବାଚନ ହୋଇପାରେ। ଖୁବ୍‌ ଶୀଘ୍ର ଏଠାରେ ଅନେକ ରାଜନୈତିକ ପରିବର୍ତ୍ତନ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

Email id : serveforthenation@gmail.com

Bangladesh Sheikh Hasina Bangladesh PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ