Advertisment

ୟୁକ୍ରେନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଜେଲେନସ୍କି !

ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ।

ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି

ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି

Advertisment

ଯୁଦ୍ଧ ବିଭୀଷିକାବେଳେ ଦେଶ ଛାଡ଼ି ପଳାଇଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି। ରୁଷିଆର ବାଚସ୍ପତି ଏହି ସୂଚନା ଦେଇଛନ୍ତି। ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକରେ ଏହା ପ୍ରକାଶ ପାଇଥିବା ସେ କହିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଥିବା ନେଇ ରୁଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

Advertisment

ପୂର୍ବରୁ ସେ ଦେଶ ଛାଡି ଯିବେ ନାହିଁ ବୋଲି କହିଥିଲେ। ତେବେ ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ। ଏପରିକି ୭ ଦିନ ଭିତରେ ତାଙ୍କୁ ୩ ଥର ହତ୍ୟା ଉଦ୍ୟମ କରାଯାଇଥିବା ସେ କହିଥିଲେ। ଜେଲେନସ୍କିଙ୍କ ସ୍ଥିତି ନେଇ ୟୁକ୍ରେନ ପକ୍ଷରୁ ଔପଚାରିକ ଭାବେ କୌଣସି ସୂଚନା ମିଳିନାହିଁ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ