Advertisment

୨୦ ବର୍ଷ ହେଲା ଫଟୋ ପାଉନଥିଲା ଆମେରିକା, ଏବେ ସାମ୍ନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ

ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା...

Haqqani Network's Most Wanted

Haqqani Network's Most Wanted

Advertisment

ଖୋଜି ଖୋଜି ପାଉନଥିଲା ଆମେରିକା । ୨୦ ବର୍ଷ ପରେ ମିଳିଲା ପତ୍ତା । ସାମନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି । ଯାହାକୁ ଧରିବା ପାଇଁ ଘୋଷଣା ହୋଇଥିଲା ୧୦ ଲକ୍ଷ ଡଲାର ପୁରସ୍କାର । ଆଫଗାନିସ୍ତାନର ଗୃହମନ୍ତ୍ରୀ ତଥା କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ପ୍ରଥମ ଥର ପାଇଁ ମିଡିଆ ସାମନାକୁ ଆସିଛି । ଦୀର୍ଘ ୨୦ ବର୍ଷ ହେବ ଆଫଗାନିସ୍ତାନରେ ଆମେରିକା ସେନା ରହିଥିଲେ ବି ସିରାଜୁଦ୍ଦିନର ଟେର ପାଇନଥିଲେ । ତାକୁ ଧରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ତାର ପତ୍ତା ମିଳି ନଥିଲା । ଏମିତିକି ହକ୍କାନିର ଫଟୋ ହାସଲ କରିବାରେ ଅସମର୍ଥ ହୋଇଥିଲେ ଆମେରିକା ସେନା । ହେଲେ ଆଫଗାନିସ୍ତାନରେ ହଠାତ ନଜର ଆସିଥିଲେ ସିରାଜୁଦ୍ଦିନ । ଗତ ଶନିବାର କାବୁଲରେ ହେଉଥିବା ଆଫଗାନିସ୍ତାନ ପୁଲିସର ‘ପାସିଂ ଆଉଟ୍ ପରେଡ୍’ରେ ସିରାଜୁଦ୍ଦିନ ନଜର ଆସିଥିଲେ । ମଞ୍ଚ ଉପରକୁ ସିରାଜୁଦ୍ଦିନ ଉଠିବା ମାତ୍ରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

Advertisment

ଦୀର୍ଘଦିନ ହେବ କାବୁଲକୁ ନିଜ ଅକ୍ତିଆରରେ ରଖିଥିବା ଆମେରିକା ଯେଉଁଦିନ କାବୁଲ ଛାଡିବା ପାଇଁ ଘୋଷଣା କଲା, ସେହିଦିନ ତତ୍ପର ହୋଇ ଉଠିଥିଲା ତାଲିବାନ । କାବୁଲର ବିଭିନ୍ନ ସହରକୁ ନିଜ ହେପାଜତକୁ ନେବା ସହ ଅସରଫ ଘାନି ସରକାରଙ୍କୁ ପରାସ୍ତ କରି ୧୫ ଅଗଷ୍ଟ ୨୦୨୧ରେ କାବୁଲ ଦଖଲ କରିଥିଲା । ପରେ ଆଫଗାନିସ୍ତାନରେ ସରକାର ଗଢ଼ିଲେ ତାଲିବାନମାନେ। ସେହି ସରକାରରେ ପ୍ରାୟ ଆତଙ୍କବାଦୀ ସାମିଲ ହୋଇଛନ୍ତି । ସେମାନଙ୍କ ଭିତରୁ ଅନେକଙ୍କୁ ଧରିବା ପାଇଁ ଆମେରିକା ପୁରସ୍କାର ରାଶି ଘୋଷଣା କରିଛି । ଯେଉଁ ଲିଷ୍ଟରେ ରହିଛି କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିଙ୍କ ନାଁ । ଜୀବିତ କି ମୃତ ଧରାଇ ଦେଲେ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ହେଲେ ସିରାଜୁଦ୍ଦିନର ପତ୍ତା ମିଳୁନଥିଲା ।

ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ତାଲିବାନ ସରକାରରେ ଗୃହ ମନ୍ତ୍ରୀ ଅଛନ୍ତି । ସିରାଜୁଦ୍ଦିନ ସହ ମୁଲ୍ଲା ବରାଦର ଓ ହସନ ଅଖୁନ୍ଦଜାଦା ବି ଅଛନ୍ତି । ତେବେ ମୁଲ୍ଲା ଓ ହସନ ଆଗରୁ ମିଡିଆ ସାମନାକୁ ଆସିଯାଇଥିବା ବେଳେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି ସିରାଜୁଦ୍ଦିନ । ମଞ୍ଚ ଉପରକୁ ଉଠି ନିଜେ ଭାଷଣ ଦେଇ କହିଛନ୍ତି, ଆପଣଙ୍କ ସନ୍ତୁଷ୍ଟି ଓ ଭରସା ପାଇଁ ମୁଁ ମିଡିଆ ସାମନାକୁ ଆସି ପାରିଛି । କାମ ଦ୍ଵାରା ଆମେ ଲୋକମାନଙ୍କ ବିଶ୍ଵାସ ଜିତିବାକୁ ହେବ । ଏଥିପାଇଁ ଆମେ ଯତ୍ନବାନ ହେବା ଉଚିତ ବୋଲି ସିରାଜୁଦ୍ଦିନ କହିଛନ୍ତି ।

Advertisment

ତେବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ମିଡିଆ ଆଗକୁ ଆସି ଏପରି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହଠାତ କଣ ପାଇଁ ସିରାଜୁଦ୍ଦିନ ଆଗକୁ ଆସିଲା ତାକୁ ନେଇ ବିଶ୍ୱରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

Haqqani Network Most Wanted Terrorist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ