Advertisment

ହମାସ ଆତଙ୍କୀଙ୍କ କବଜାରେ ଇସ୍ରାଏଲ୍‌ ତରୁଣୀ; ଚିତ୍କାର କରି କହୁଛନ୍ତି, ମତେ ବଞ୍ଚାଅ..

ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।

ଅଦ୍ୟତନ ହୋଇଛି
Israel Palestine Conflict

Israel Palestine Conflict

Advertisment

‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’..ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଥିବା ଭିଡିଓରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଇସ୍ରାଏଲ୍‌ର ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରୁଛନ୍ତି । ଯୁବତୀଙ୍କୁ ଗାଜା ମେଡିକାଲ୍‌ରେ ବନ୍ଦୀ କରି ରଖାଯାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଇସ୍ରାଏଲ୍‌ର ଜଣେ ଯୁବତୀଙ୍କୁ ହମାସ ଆତଙ୍କବାଦୀ ବନ୍ଦୀ କରି ରଖିଛନ୍ତି । ଦୁଃଖଦ କଥା ହେଲା ଯୁବତୀଙ୍କ ହାତ ଭାଙ୍ଗି ଯାଇଛି ଓ ତାଙ୍କ ଚିକିତ୍ସା ମଧ୍ୟ ଚାଲିଛି । ଏହି ଭିଡିଓଟି ହମାସ ପକ୍ଷରୁ ଟେଲିଗ୍ରାମରେ ସେୟାର କରାଯାଇଛି ।

ଭିଡିଓରେ ଯୁବତୀଙ୍କୁ ଜଣକ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି କି, ‘ମୋ ନାଁ ଶୋହମ୍‌, ମୁଁ ୨୧ ବର୍ଷର । ଶନିବାର ସକାଳେ ସେଡ୍ରଟ୍‌ରୁ ପାର୍ଟି ସାରି ଫେରିବା ବେଳେ ହଠାତ ଦୁର୍ଘଟଣା କାରଣରୁ ମୋ ହାତ ଭାଙ୍ଗିଗଲା । ମୁଁ ଚିକିତ୍ସା ପାଇଁ ଗାଜା ହସ୍ପିଟାଲ୍‌ ଆସିଲି । ୩ ଘଣ୍ଟା ଧରି ମୋ ଚିକିତ୍ସା କରାଗଲା । ସେମାନେ ମୋର ଯତ୍ନ ନେବା ସହ ମେଡିସିନ୍‌ ମଧ୍ୟ ଦେଲେ । ଏବେ ମୁଁ ଠିକ୍‌ ଅଛି । କିନ୍ତୁ ମୋ କହିବା କଥା ହେଲା ମତେ ମୋ ପରିବାର ପାଖକୁ ଶୀଘ୍ର ନେଇଯାଅ, ଦୟାକରି ଯେତେ ଜଲଦି ମତେ ଏଠୁ ନେଇଯାଅ । ମୋତେ ସେମାନେ ପଣବନ୍ଦୀ କରି ରଖିଛନ୍ତି’।

Advertisment

ସେପଟେ ଯେକୌଣସି ମୁହୂର୍ତ୍ତରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ଇସ୍ରାଏଲ ସେନା । ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଇସ୍ରାଏଲ ସରକାର ଗ୍ରୀନ୍ ସିଗନାଲ ଦେବା ମାତ୍ରେ ଗାଜାରେ ଆରମ୍ଭ ହେବ ଗ୍ରାଉଣ୍ଡ ଅପରେସନ । ବିନା କୌଣସି ସର୍ତ୍ତରେ ଇସ୍ରାଏଲି ବନ୍ଧକଙ୍କୁ ଛାଡ଼ି ଦେବାକୁ ହମାସକୁ ଅନୁରୋଧ କରାଯାଇଛି।

Advertisment

ଯୁଦ୍ଧ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ସେପଟେ ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଇସ୍ରାଏଲର ଗାଜା ଦଖଲ ନିଷ୍ପତ୍ତି ମସ୍ତବଡ ଭୁଲ ହେବ । ଏଥିରୁ ଇସ୍ରାଏଲ ବିରତ ରହିବା ଜରୁରୀ । ଏହାରି ଭିତରେ ଗାଜାରେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଔଷଧ ଯୋଗାଇବାକୁ ଆହ୍ୱାନ ଦେଇଛି ଜାତିସଂଘ ।

Viral Video Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ