Advertisment

ହମାସ ମାନିଲା, ମରିଛି ମୁଖିଆ ସିନୱାର; ଖଲିଲ ହୟା ଗାଜାରେ ନୂଆ ହମାସ ମୁଖ୍ୟ

ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।

undefined

Hamas Chief Killed

Advertisment

ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ୍ ଚିଫ୍ । ଇସମାଇଲ୍ ହାନିୟେ ପରେ ହମାସ୍ ମୁଖ୍ୟ ୟାହ୍ୟା ସିନୱାର ସଫା । ଆତଙ୍କର ଏକ କ୍ରୁର ଚେହେରା ହେଲା ୟାହ୍ୟା ସିନୱାର। ଆତଙ୍କୀ ସଙ୍ଗଠନ ହମାସର ମୁଖିଆ।

Advertisment

ଇସ୍ରାଏଲ ଆକ୍ରମଣରେ ଧରାଶାୟୀ ବିଲଡିଂ ଭିତରେ ଗୁରୁତର ହୋଇପଡିଥିଲା ସିନୱାର। ଦେହରେ କମ୍ବଳ ଘୋଡାଇ ସୋଫା ଉପରେ ନେଉଥିଲା ଶେଷ ନିଶ୍ୱାସ। ହେଲେ ତୋଡ ଯାଇନଥିଲା । ପାଖରେ ଡ୍ରୋନକୁ ଦେଖି ହାତରେ ଧରିଥିବା ମାରଣାସ୍ତ୍ରକୁ ତା’ଉପରକୁ ଫୋପାଡି ଦେଇଥିଲା। ପରେ ସେନାର ଗୁଳି ଓ ରକେଟ୍ ମାଡରେ ଟଳିପଡିଛି ସିନୱାର। ଡିଏନଏ ଟେଷ୍ଟ ପରେ ସେ ହିଁ ସିନୱାର ବୋଲି ସ୍ପଷ୍ଟ ହୋଇଛି। ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।

ସିନୱାର ନିପାତ ହେବା ଖବର ସାରା ବିଶ୍ୱକୁ ଜଣାଇଛନ୍ତି ଖୋଦ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ପ୍ରେସମିଟରେ ନେତାନ୍ୟାହୁ କହିଛନ୍ତି,ସିନୱାର ଶେଷ ହୋଇଯାଇଛି। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ। ହମାସ୍ ୨୩ ଦେଶର ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି। ହମାସ୍ ଅସ୍ତ୍ର ଛାଡ଼ି ପଣବନ୍ଦୀଙ୍କୁ ଫେରାଇଲେ ଯୁଦ୍ଧ କାଲି ସରିଯିବ। ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜିର ଦିନକୁ ଇସ୍ରାଏଲ ପାଇଁ ଶୁଭ ଦିନ ବୋଲି କହିଛନ୍ତି। ଆତଙ୍କବାଦ ବିରୋଧରେ ଇସ୍ରାଏଲ ପାଇଁ ଏହା ଏକ ବଡ ବିଜୟ। ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କହିଛନ୍ତି ବାଇଡେନ୍। ସେପଟେ ସିନୱାର୍ ନିହତ ପରେ ଇସ୍ରାଏଲରେ ଚାଲିଛି ସେଲିବ୍ରେସନ୍ । ଇସ୍ରାଏଲ ଡିଫେନ୍ସ ଫୋର୍ସ ନାଚି ଗାଇ ଖୁସି ମନାଇଛି। ସେନା ଯବାନ କାନ୍ଧରେ କାନ୍ଧ ମିଶାଇ ନାଚୁଥିବା ଦେଖିବାକୁ ମିଳିଛି। ଇସ୍ରାଏଲ ଜନତା ବି ଖୁସ୍। ଦେଶର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇ ଆସି ସେଲିବ୍ରେସନ୍ କରିଛନ୍ତି।

ଇସ୍ରାଏଲ ସେନାର ଏୟାରଷ୍ଟ୍ରାଇକରେ କିଛି ଦିନ ତଳେ ପ୍ରାଣ ହରାଇଥିଲା ହମାସ୍ ମୁଖ୍ୟ ଇସମାଇଲ୍ ହାନିୟେ। ଏହାପରେ ନିପାତ ହୋଇଥିଲା ହମାସର ଟପ୍ ଲିଡର ରାବି ମୁସ୍ତାହା। ଏବେ ସଫା ହୋଇଛି ହମାସ ଚିଫ୍ ୟାହ୍ୟା ସିନୱାର। ଗତ ୭ ଅକଟୋବର ୨୦୨୩ ଇସ୍ରାଏଲ୍ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା ସିନୱାର୍।

Advertisment

Israel War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ