Advertisment

ହମାସ୍‌ କମାଣ୍ଡରଙ୍କ ଚେତାବନୀ- ‘ସାରା ବିଶ୍ୱରେ ଚାଲିବ ଆମ ରାଜ୍‌, ସବୁଠି ଆମ ନିୟମ’

ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍‌ କମାଣ୍ଡର ମହମୁଦ୍‌ ଅଲ୍‌-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Hamas Commander Mahmoud Warns Entire Planet Will Be Under Our Law

Hamas Commander Mahmoud Warns Entire Planet Will Be Under Our Law

Advertisment

ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଉଭୟ ପକ୍ଷ ଲଗାତାର ଭାବେ ପରସ୍ପରଠାରୁ ପ୍ରତିଶୋଧ ନେଉଛନ୍ତି। ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍‌ କମାଣ୍ଡର ମହମୁଦ୍‌ ଅଲ୍‌-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି। ଯେଉଁଥିରେ ସାରା ବିଶ୍ୱରେ ତାଙ୍କ ସଂଗଠନର ରାଜ୍‌ ଚାଲିବ ବୋଲି କହୁଥିବା ଦେଖିବାକୁ ମିଳିଛି।

Advertisment

ହମାସ୍‌ କମାଣ୍ଡର କହିଛନ୍ତି, ସାରା ବିଶ୍ୱ ତାଙ୍କ ସଂଗଠନର ଶାସନ, ନିୟମ ଅଧୀନରେ ରହିବ। କୌଣସି ଯିହୁଦୀ କିମ୍ବା ଖ୍ରୀଷ୍ଟିଆନ୍‌ ଦେଶଦ୍ରୋହୀ ରହିବେ ନାହିଁ। ହମାସ୍‌ କେବଳ ପାଲେଷ୍ଟାଇନ ନୁହେଁ ସାରା ବିଶ୍ୱକୁ ଆଜାଦୀ ଦେବ। ହମାସ୍‌ କମାଣ୍ଡର ମହମୁଦ୍‌ ଅଲ୍‌-ଜହରଙ୍କ ୧ ମିନିଟ୍‌ର ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ଆହୁରି କହିଛନ୍ତି ଯେ, ଇସ୍ରାଏଲ୍ କେବଳ ସେମାନଙ୍କର ପ୍ରାରମ୍ଭିକ ଲକ୍ଷ୍ୟ ଥିବାବେଳେ ସାରା ବିଶ୍ୱରେ ରାଜ୍‌ କରିବା ସେମାନଙ୍କର ଲକ୍ଷ୍ୟ।

ଆମ ନିୟମରେ ଚାଲିବ ସାରା ବିଶ୍ୱ: ହମାସ୍‌ କମାଣ୍ଡର

ହମାସ୍‌ କମାଣ୍ଡର ଆହୁରି କହିଛନ୍ତି, ‘ଇସ୍ରାଏଲ୍ କେବଳ ପ୍ରାରମ୍ଭିକ ଲକ୍ଷ୍ୟ। ଆମ ନିୟମରେ ସାରା ବିଶ୍ୱ ଚାଲିବ। ପୃଥିବୀର ମୋଟ୍‌ ୫୧୦ ମିଲିୟନ ବର୍ଗ କି.ମି. ଅଞ୍ଚଳ ଏପରି ଏକ ବ୍ୟବସ୍ଥା ଅଧୀନକୁ ଆସିବ, ଯେଉଁଠି କୌଣସି ଅନ୍ୟାୟ, ନିର୍ଯାତନା ଦେଖିବାକୁ ମିଳିବ ନାହିଁ। ସମସ୍ତ ଆରବ ଦେଶ, ଲେବାନନ୍‌, ସିରିଆ, ଇରାକ ଓ ଅନ୍ୟ ଦେଶ ଗୁଡ଼ିକରେ ପାଲେଷ୍ଟାଇନୀୟ ଏବଂ ଆରବୀୟଙ୍କ ବିରୋଧରେ ହେଉଥିବା ହତ୍ୟାକାଣ୍ଡ ଭଳି ଅପରାଧ ହେବ ନାହିଁ।’

Advertisment

ବୁଧବାର ଦିନ ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଛି ଯେ, ଶନିବାର ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ୨୭୦୦ରୁ ଅଧିକ ଆହତ ହୋଇଛନ୍ତି। ସେପଟେ ଗାଜାରେ ଜାରି ଇସ୍ରାଏଲ୍‌ର ଆକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦୫୫ରେ ପହଞ୍ଚିଛି। 

ଇସ୍ରାଏଲ୍‌ରେ ଜରୁରୀ ମିଳିତ ସରକାର ଗଠନ...

ଅନ୍ୟପକ୍ଷେ, ଇସ୍ରାଏଲ୍‌ରେ ଜରୁରୀ ମିଳିତ ସରକାର ଗଠନ ହୋଇଛି। ଇସ୍ରାଏଲ୍‌-ହମାସ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟଜ୍ ଜରୁରୀ ସରକାର ଗଠନ କରିବା ପାଇଁ ରାଜି ହୋଇଛନ୍ତି। ଗାଣ୍ଟଜଙ୍କ ନ୍ୟାସନାଲ ୟୁନିଟ୍ ପାର୍ଟି ପକ୍ଷରୁ ଏକ ମିଳିତ ବିବୃତି ଜାରି କରି ଏହି ଘୋଷଣା କରାଯାଇଛି।

Advertisment

ଉଭୟ ପକ୍ଷ ଏକ ଯୁଦ୍ଧ କ୍ୟାବିନେଟ୍ ଗଠନ ପାଇଁ ରାଜି ହୋଇଛନ୍ତି। ଏହି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବେନ୍ନି ଗାଣ୍ଟଜ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ରହିବେ। ଦେଶ ଉପରେ ଭୟାନକ ଆତଙ୍କବାଦୀ ଆକ୍ରମଣ ଜାରି ରହିଥିବା ବେଳେ ବିଭିନ୍ନ ମୁସଲିମ୍ ରାଷ୍ଟ୍ର ଏବଂ ଇସଲାମିକ୍ ଆତଙ୍କବାଦୀ ସଂଗଠନ ଗୁଡିକର ମିଳିତ ଆକ୍ରମଣ ଆଶଙ୍କା ଥିବାରୁ ଜରୁରୀ ମିଳିତ ସରକାର ଗଠନ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ