ନ୍ୟୁଜ ରୁମରେ ପଶିଲେ, ମୁଣ୍ଡରେ ବନ୍ଧୁକ ରଖିଲେ : ତାରିଫ୍ କରି ନ୍ୟୁଜ ପଢ଼ିବାକୁ ଟିଭି ଆଙ୍କରଙ୍କୁ ନିର୍ଦ୍ଦେଶ ଦେଲେ ତାଲିବାନୀ

୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି

ଷ୍ଟୁଡ଼ିଓରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିଥିଲେ ତାଲିବାନୀ

News Summary

ଆଫଗାନିସ୍ତାନରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି

ତାଲିବାନ ବନ୍ଧୁକ ମୁନରେ ଖବର ପଢ଼ାଉଛନ୍ତି

ଆଫଗାନିସ୍ତାନରେ ସବୁ ଠିକଠାକ ଅଛି କହିବାକୁ କହିଲେ

କାବୁଲ : ନ୍ୟୁଜ ରୁମରେ ପଶିଲେ ତାଲିବାନୀ । ଆଫଗାନିସ୍ତାନର ଏକ ଘରୋଇ ଟେଲିଭିଜନ ଚାନେଲରେ ପଶି ନ୍ୟୁଜ ଆଙ୍କରଙ୍କୁ ବନ୍ଧୁକ ମୂନରେ ଭୟଭୀତ କରିଥିଲେ । ଅନ୍ୟପଟେ ଆଫଗାନିସ୍ତାନରେ ସବୁ ଠିକଠାକ ଅଛି, କୌଣସି ବ୍ୟକ୍ତି ଭୟଭୀତ ନହେବାକୁ ଖବର ମାଧ୍ୟମରେ କହିବାକୁ ଧମକ ଦେଇଥିଲା ତାଲିବାନୀ ସେନା । ଷ୍ଟୁଡ଼ିଓରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିଥିଲେ ୮ ଜଣ ସେନା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ଇାରେ ଭାଇରାଲ୍ ହୋଇଛି । ତେବେ ଏନେଇ ସ୍ୱାଧୀନ ଗଣମାଧ୍ୟମର ପ୍ରତିଶ୍ରୁତି ଦେଇଥିବା ତାଲିବାନ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି । ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ତାଲିବାନୀ ଆଦୌ ବଦଳି ନାହାନ୍ତି ।

କିଛି ଦିନ ପୂର୍ବରୁ ଟୋଲୋ ନ୍ୟୁଜ୍ ସହିତ କାମ କରୁଥିବା ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏବଂ ଜଣେ କ୍ୟାମେରାମ୍ୟାନ ମାଡ ମାରିଥିବା ଖବର ଆସିଥିଲା । ତାଲିବାନୀ ସଂଗଠନ ଏବେ ରାଜଧାନୀ କାବୁଲ ଏବଂ ଜଲାଲାବାଦରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଖବର ଆସିଛି ।

ସେପଟେ ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନ ବର୍ବରତା । କେତେବେଳେ ବନ୍ଧୁକ ମୁନରେ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ ଜଣକ ପରେ ଜଣଙ୍କୁ ହତ୍ୟା କରୁଛନ୍ତି । ତାଲିବାନୀ ଏହାରି ଭିତରେ ଆଫଗାନିସ୍ତାନର ଜଣେ କାର୍ଟୁନିଷ୍ଟଙ୍କୁ ହତ୍ୟା କରିଛନ୍ତି । କାର୍ଟୁନିଷ୍ଟ ଖାସା ଜ୍ୱାନଙ୍କ ତଣ୍ଟି କାଟି ଏବଂ ଗୁଳି କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭିଡିଓ କିଛି ଦିନ ପୂର୍ବରୁ ଭାଇରାଲ୍ ହୋଇଥିଲା । ଏହାପରେ ସମାନ ଷ୍ଟାଇଲରେ ଆଫଗାନିସ୍ତାନର ଜଣେ ସଙ୍ଗୀତଜ୍ଞଙ୍କୁ ମଧ୍ୟ ହତ୍ୟା କରିଛନ୍ତି ।