Advertisment

କରାଚିରେ ଗ୍ରେନେଡ୍‌ ଆକ୍ରମଣ : ୪ ପିଲା ସମେତ ୧୦ଜଣ ମୃତ

ଶନିବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କରାଚିରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏହି ଗ୍ରେନେଡ୍‌ ଆକ୍ରମଣ କରାଚି ସହରର ବାଲଡିଆ ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକରେ କରାଯାଇଥିଲା। ଏଥିରେ ୪ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ୍‌ ଆକ୍ରମଣ ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
କରାଚିରେ ଗ୍ରେନେଡ୍‌ ଆକ୍ରମଣ : ୪ ପିଲା ସମେତ ୧୦ଜଣ ମୃତ

Grenade Attack

Advertisment

କରାଚି : ଶନିବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କରାଚିରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏହି ଗ୍ରେନେଡ୍‌ ଆକ୍ରମଣ କରାଚି ସହରର ବାଲଡିଆ ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକରେ କରାଯାଇଥିଲା। ଏଥିରେ ୪ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ୍‌ ଆକ୍ରମଣ ବୋଲି ଜଣାପଡିଛି। ଏଥସହିତ ପାକିସ୍ତାନର ଖବରକାଗଜ ଡନ୍‌ର ରିପୋର୍ଟ ଭିନ୍ନ ମତ ଦେଉଛି। ଏହି ରିପୋର୍ଟ ଅନୁଯାୟୀ ଗାଡି ତଳେ ପଡ଼ିବା ପୂର୍ବରୁ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଥିଲେ।

Advertisment

ଅତିରିକ୍ତ ପୋଲିସ ସର୍ଜନ ଡାକ୍ତର କରର ଅବ୍ବାସି କହିଛନ୍ତି ଯେ ୧୦ଟି ମୃତଦେହ ଡାକ୍ତର ରୁଥ୍‌ ପଫୌ ସିଭିଲ ହସ୍ପିଟାଲକୁ ଅଣାଯାଇଛି। ଆହତଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଛି। ମୃତକମାନଙ୍କ ମଧ୍ୟରେ ୪ ଜଣ ପିଲା ଥିବା ବେଳେ ସେମାନଙ୍କର ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ସେ କହିଛନ୍ତି।

ଏଥି ସହିତ ନିକଟରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୁଜରାନୱାଲା ଜିଲ୍ଲାରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। କ୍ୟାଣ୍ଟ ପୋଲିସ ଷ୍ଟେସନର ଶାହା କୋଟ ଅଞ୍ଚଳ ନିକଟ ଗୁଜରାନୱାଲାରେ ଏକ ଯାତ୍ରୀବାହୀ ଭ୍ୟାନ୍‌ରେ ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୯ ଜଣ ପ୍ରାଣ ହରାଇଥିଲେ ଏବଂ ୭ ଜଣ ଆହତ ହୋଇଥିଲେ। ଏହା ସହିତ ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ଏକ ବିଳାସପୂର୍ଣ୍ଣ ହୋଟେଲ ନିକଟରେ ଏକ ଗାଡିକୁ ଟାର୍ଗେଟ କରି ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ଅତି କମରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଥିଲେ।

Advertisment
Karachi Grenade Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ