Advertisment

ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତକୁ ‍ବଡ଼ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
Sanath Jayasuriya

Sanath Jayasuriya

Advertisment

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସୁନାର ଶ୍ରୀଲଙ୍କା ଶ୍ରୀହୀନ ହୋଇପଡ଼ିଛି । ଚୀନ୍ ପାଇଁ ଋଣଗ୍ରସ୍ତ ହୋଇଥିବା ଦେଶକୁ ମୋଦି ସରକାର ମୁକ୍ତହସ୍ତରେ ସାହାଯ୍ୟ କରିଛନ୍ତି । ଆଉ ଏଥିପାଇଁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଭାରତକୁ “ବଡ ଭାଇ” ଭାବେ ଅଭିହିତ କରିବା ସହ ସାହାଯ୍ୟ ପଠାଇ ଥିବାରୁ ପ୍ରଶଂସା କରିଛନ୍ତି । ଏଥିସହ ଏପରି ବିପଦ ସମୟରେ ଭାରତ ପରି ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପଟେ ଗତକାଲି ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ପୁଣି ୭୬ ହଜାର ଟନ୍ ଇନ୍ଧନ ପଠାଯାଇଛି ।

Advertisment

ଆକାଶଛୁଆଁ ଦର ଯୋଗୁଁ ଶ୍ରୀଲଙ୍କାବାସୀଙ୍କ ସ୍ଥତି ବର୍ତ୍ତମାନ ଅତି ଦୟନୀୟ ବୋଲି କହିଛନ୍ତି ଜୟସୁରିୟା । ମୁଠାଏ ଦାନା ପାଇଁ ଲୋକେ ସଂଘର୍ଷ କରୁଥିବାରୁ ରାଜରାସ୍ତାରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା । ସେହିଭଳି ଗହମ କିଲୋ ପିଛା ଦର ୧୯୦, ଚିନି ୨୪୦ ଓ କ୍ଷୀରଗୁଣ୍ଡ କିଲୋ ପ୍ରତି ୧୯ଶହ ଟଙ୍କା ପାର ହୋଇଛି ।

ଦେଶରେ ଗ୍ୟାସ ଠାରୁ ଆରମ୍ଭ କରି ବିଜୁଳି ଓ ଖାଦ୍ୟାଭାବ ଦେଖାଦେଇଛି । ଲୋକମାନେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ଖରାପ ପ୍ରଭାବିତ ହୋଇଛି । ବର୍ତ୍ତମାନ କ୍ଷମତାରେ ଥିବା ସରକାର ଏହାର ଉତ୍ତରଦାୟିତ୍ୱ ନେବା ଦରକାର ବୋଲି ସେ କହିଛନ୍ତି ।

Advertisment

ତେବେ ଶ୍ରୀଲଙ୍କାର ବିପଦ ସମୟରେ ସାହାଯ୍ୟ କରିଥିବାରୁ ଭାରତକୁ ବଡ଼ ଭାଇ କହି ସମ୍ମାନ ଜଣାଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଏବେ ନୁହେଁ ସବୁ ସମୟରେ ପଡ଼ୋଶୀ ହିସାବରେ ଭାରତ ସବୁବେଳେ ସହାୟତା କରିଆସୁଛି । ଏଥିପାଇଁ ଆସେ ମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆର୍ଥିକ ସଙ୍କଟ ଭିତରେ ଦେଶରେ ଗମ୍ଭୀର ହେବାର ଲାଗିଛି ରାଜନୈତିକ ସଙ୍କଟ ।

ଦେଶର ଏ ଦୁଃସ୍ଥିତି ପାଇଁ ଲୋକେ କ୍ଷମତାଶୀନ ସରକାରକୁ ଦାୟୀ କରି ଦେଶବ୍ୟାପୀ ବିକ୍ଷୋଭ ଓ ନାରାବାଜୀ କରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ କର୍ଫ୍ୟୁ, ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ସରକାର । ମୌଳିକ ସାମଗ୍ରୀ ହାସଲ କରିବାରେ ଲୋକମାନେ ସମସ୍ୟା ଭୋଗୁଛନ୍ତି । ତେଣୁ ଭାରତ ପରି ଅନ୍ୟ ଦେଶଗୁଡ଼ିକ ସହାୟତା ପ୍ରଦାନ କଲେ ଏଥିରୁ ମୁକୁଳିବା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।

Advertisment
Srilanka Economic Crisis Sanath Jayasuriya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ