Goods Worth Rs 80 Lakhs Found Inside Ground Bunker
ଏକ ନିଛାଟିଆ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ୍ ବଙ୍କରରୁ ୮୦ ଲକ୍ଷ ଟଙ୍କାର ଜିନିଷ ମିଳିଛି। ଏହାସବୁ ଲୁଟ୍ ସାମଗ୍ରୀ ବୋଲି ଜଣାପଡ଼ିଛି। ଲୁଟ୍ ସାମଗ୍ରୀ ମଧ୍ୟରେ ବନ୍ଧୁକ ମଧ୍ୟ ଅଛି। ଆମେରିକାର କାଲିଫର୍ଣ୍ଣିଆରେ ପୋଲିସ୍କୁ ଏହି ବଙ୍କର ମିଳିଛି। ଏକ ଲୁଟ୍ ମାମଲାରେ ପୋଲିସ୍ ଖୋଳତାଡ଼ ବେଳେ ଏଠାରେ ପହଞ୍ଚି ଥିଲା ଓ ଛାନ୍ଭିନ୍ ପରେ ଏହିସବୁ ଲୁଟ୍ ସାମଗ୍ରୀ ଜବତ କରିଛି।
ସବୁଠାରୁ ବଡ଼ କଥା, ଯେଉଁଠୁ ଏହି ବଙ୍କର ମିଳିଛି ଏହା ପ୍ରାଙ୍କଲିନ୍ ମ୍ୟାକ୍ନଲେ ସ୍କୁଲ୍ର ଅତି ନିକଟରେ ରହିଛି । ପୁଣି ତା’ଉପରେ ଏସବୁ ମାରଣାସ୍ତ୍ର ମିଳିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସେନ୍ ଜୋସ୍ ପୋଲିସ୍ ଜୁଲାଇ ୧୩ରେ ବଙ୍କର ଫଟୋ ଟ୍ୱିଟରରେ ଶେଆର କରିଛି। ଫଟୋରେ ପେଟିରେ ଭର୍ତ୍ତି ସାମଗ୍ରୀ, ବଙ୍କର ଭିତରକୁ ଯିବାକୁ ରାସ୍ତା, ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏତଦ୍ବ୍ୟତୀତ ମୁଖ୍ୟ ବଙ୍କରରେ ବିମ୍ ଗୁଡ଼ିକ କାଠରେ ତିଆରି ହୋଇଥିବା ବେଳେ ବଙ୍କର ଭିତରେ ଫ୍ୟାନ୍, ଲାଇଟ୍ ସୁବିଧା ମଧ୍ୟ ରହିଛି। Coyote Creek ଓ Wool Creek Drive ଅଞ୍ଚଳରେ ବଙ୍କର ମିଳିଛି।
ଏହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକୁ ଲୁଟ୍ ହୋଇଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପୋଲିସ୍ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658050765.jpg)