Advertisment

କୁନି ଝିଅ ପାଖରେ ହାର ମାନିଲା ଭାରତ-ପାକ୍ ଶତ୍ରୁତା

ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…

ଅଦ୍ୟତନ ହୋଇଛି
Girl from Pak undergoes bone marrow transplant in India

Girl from Pak undergoes bone marrow transplant in India

Advertisment

ମାଆ କୋଳରେ ଥିବା ଏକ କୁନି ଝିଅଟିର ଜୀବନ ଆଗରେ ଫିକା ପଡ଼ିଯାଇଛି ସୀମାପାର ଶତ୍ରୁତା। ଦୁଇ ପଡ଼ୋଶୀ ଦେଶ ହେଲେ ଭାରତ ଓ ପାକିସ୍ତାନ। ଏମାନଙ୍କ ଭିତରେ ଶତ୍ରୁତା ବିଷୟରେ ଆମେ ସମସ୍ତେ ଜାଣିଛେ। ଦୁଇ ଦେଶର ନାଗରିକଙ୍କ ଭିତରେ ଅବିଶ୍ୱାସ ଓ ଘୃଣା ସତ୍ୱେ, ଏଇ କୁନି ଝିଅଟି ପାଇଁ ସବୁକିଛି ଉଭେଇ ଯାଇଛି।

Advertisment

ଦୁଇବର୍ଷର ଏ ଝିଅଟିର ନାଁ ହେଲା ଅମୀରା ସିକନ୍ଦର ଖାନ୍। ତା ଘର ହେଉଛି ପାକିସ୍ତାନର କରାଚିରେ। ଅମୀରାର ବାପା ହେଉଛନ୍ତି ପାକିସ୍ତାନର ଜଣାଶୁଣା କ୍ରିକେଟ୍ କମେଣ୍ଟେଟର ସିକନ୍ଦର ବଖତ୍। ଏହି କୁନି ଝିଅଟିର ସମସ୍ୟା ହେଲା, ସେ ବୋନ୍ ମାରୋ ରୋଗରେ ପୀଡ଼ିତ।

ଏହି ରୋଗ ସଂପର୍କରେ ଜଣାପଡିବା ପରେ ସ୍ୱାଭାବିକ ଭାବରେ ଅମୀରାର ବାପା ମାଆ ଚିନ୍ତାରେ ପଡ଼ିଗଲେ। ଟଙ୍କା ଯେତେ ଖର୍ଚ୍ଚ ହେବ ହେଉ ପଛେ, ଝିଅର ଜୀବନ ବଂଚେଇବାକୁ ଚେଷ୍ଟା ଜାରି ରଖିଲେ ବାପା-ମାଆ। ହେଲେ ପାକିସ୍ତାନରେ ଉନ୍ନତ ଚିକିତ୍ସା ସୁବିଧା ନଥିବାରୁ ସେମାନେ ଭାରତରେ ବୋନ୍ ମାରୋ ଅପରେସନ କରିବାକୁ ନିଷ୍ପତ୍ତି ନେଲେ। ହେଲେ ଦୁଇ ଦେଶ ଭିତରେ ଲାଗି ରହିଥିବା ଶତ୍ରୁତା କଥା ଭାବିଲା ପରେ ମନ ମରିଗଲା।

Advertisment

ଶେଷରେ ବେଙ୍ଗାଲୁରୁସ୍ଥିତ ନାରାୟଣା ହେଲ୍‌ଥ ହସ୍‌ପିଟାଲରେ ଝିଅର ଚିକିତ୍ସା କରିବାକୁ ନିଷ୍ପତ୍ତି ନେଲେ। ଆଉ ଏହି ଡାକ୍ତରଖାନାର ଡାକ୍ତରମାନେ ଦିନରାତି ଏକ କରି ଆରମ୍ଭ କରିଥିଲେ ଚିକିତ୍ସା। ଏଥିରେ ସମସ୍ୟା ଥିଲା, ଝିଅଟି ହେଉଛି ତା’ ବାପା ମାଆଙ୍କର ଏକମାତ୍ର ସନ୍ତାନ। ତେଣୁ ଡାକ୍ତରମାନେ ବାଧ୍ୟ ହୋଇ ବାପା କିମ୍ବା ମାଆଙ୍କୁ ଡୋନର୍ ଭାବେ ବ୍ୟବହାର କରି ଝିଅର ବୋନ୍ ମାରୋ ଅପରେସନ କରିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ।

Girl from Pak undergoes bone marrow transplant in Indiaଡାକ୍ତରୀ ଟିମ୍ ସହ ମାଆ କୋଳରେ ଅମୀରା

ଭାରତ ଓ ପାକିସ୍ତାନ ଭିତରେ ଶତ୍ରୁତା ଲାଗି ରହିଛି ସତ, ହେଲେ ସେଥିରେ ଏ ଝିଅଟିର ବା ଦୋଷ କ’ଣ। ସବୁବେଳେ ଜୀବନ ବଡ଼। ଏ କଥା ବାଙ୍ଗାଲୋରର ଏ ଡାକ୍ତରମାନେ ଅନୁଭବ କରିଥିଲେ। ଶେଷରେ ଗୋଟିଏ କଥା କହିହେବ, କୁନି ଝିଅ ଅମୀରା ପାଖରେ ହାରିଯାଇଛି ଭାରତ ପାକିସ୍ତାନ ଶତ୍ରୁତା।

Advertisment
Pakistan Bengaluru Hospital Bone Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ