Advertisment

ଗେ-ଲେସ୍‌ବିଆନ୍‌ଙ୍କୁ ଖୋଜି ଖୋଜି ମାରୁଛି ତାଲିବାନ

ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ଏହା ଅନେକ ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଆହ୍ୱାନରେ ବିଷୟ ହୋଇପଡିଛି। ସବୁଠୁ ବେଶି ହଇରାଣର ଶିକାର ହେଉଛନ୍ତି ମହିଳା। ସେମାନେ ଭୟଭୀତ ଅଛନ୍ତି। LGBTQ ସମ୍ପ୍ରଦାୟର ଲୋକମାନେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହି ସମ୍ପ୍ରଦାୟରୁ ଆସୁଥିବା ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଯଦି ତାଲିବାନ ସେମାନଙ୍କ ଯୌନ ସମ୍ପର୍କ ବିଷୟରେ ଜାଣନ୍ତି, ତେବେ ସେମାନେ ବଞ୍ଚିପାରିବେ ନାହିଁ।

ଅଦ୍ୟତନ ହୋଇଛି
Gay Lesbian

Gay Lesbian

Advertisment

କାବୁଲ : ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ଏହା ଅନେକ ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଆହ୍ୱାନରେ ବିଷୟ ହୋଇପଡିଛି। ସବୁଠୁ ବେଶି ହଇରାଣର ଶିକାର ହେଉଛନ୍ତି ମହିଳା। ସେମାନେ ଭୟଭୀତ ଅଛନ୍ତି। LGBTQ ସମ୍ପ୍ରଦାୟର ଲୋକମାନେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହି ସମ୍ପ୍ରଦାୟରୁ ଆସୁଥିବା ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଯଦି ତାଲିବାନ ସେମାନଙ୍କ ଯୌନ ସମ୍ପର୍କ ବିଷୟରେ ଜାଣନ୍ତି, ତେବେ ସେମାନେ ବଞ୍ଚିପାରିବେ ନାହିଁ।

Advertisment
Gay-Lesbianଗେ-ଲେସ୍‌ବିଆନ୍

ତାଲିବାନର ଅନେକ ବିଚାରପତି ପ୍ରକାଶ କରିଛନ୍ତି ଯେ ଇସ୍‌ଲାମିକ୍‌ ଶାରିଆ ଆଇନ ବର୍ତ୍ତମାନ ସେମାନଙ୍କ ଅଧୀନରେ ଲାଗୁ ହେବ। ସମଲିଙ୍ଗୀମାନଙ୍କୁ ଏକ ଭୟଙ୍କର ମୃତ୍ୟୁ ଦିଆଯିବ। ତାଲିବାନର ବିଚାରପତିମାନେ କହିଛନ୍ତି ଯେ ସମଲିଙ୍ଗୀମାନଙ୍କ ଉପରେ କାନ୍ଥ ପକେଇ ହତ୍ୟା କରାଯିବ। ତାଲିବାନର ଜଣେ ବିଚାରପତି ଏପରି ଦଣ୍ଡର ଏପରି ଖୁଲାସା କରିଛନ୍ତି ଯାହା ଶୁଣି ହୃଦୟ ଥରି ଉଠିବ।

Advertisment

ଜର୍ମାନ ଖବରକାଗଜ ବିଲ୍ଡ ସହ ବାର୍ତ୍ତାଳାପରେ ଜଜ୍ ଗୁଲ ରହୀମ କହିଛନ୍ତି ଯେ ଚୋରିର ଦଣ୍ଡ ସ୍ୱରୂପ ଅପରାଧୀଙ୍କ ହାତ ଓ ଗୋଡ କାଟି ଦିଆଯିବ। ଯଦି ସମଲିଙ୍ଗୀ ସମ୍ପର୍କ ଧରାପଡେ ତେବେ ଉଭୟଙ୍କ ପ୍ରାଇଭେଟ୍ ପାର୍ଟକୁ ସମସ୍ତଙ୍କ ସାମ୍ନାରେ କାଟି ଦିଆଯିବ।

ସ୍କାଏ ନ୍ୟୁଜ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଜଣେ ଆଫଗାନିସ୍ତାନ ଯୁବକ କହିଛନ୍ତି, “ମୁଁ ଯେତେବେଳେ କିଶୋର ଥିଲି, ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଁ ସମଲିଙ୍ଗୀ। ମୋତେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଲା। ମୋର ଘନିଷ୍ଠ ବନ୍ଧୁମାନେ ମୋତେ ମାରିବାକୁ ଚେଷ୍ଟା କରିଛନ୍ତି। ଥରେ ମୋ ବାପା ମଧ୍ୟ ମୋତେ ମାରିବାକୁ ଚେଷ୍ଟା କରିଥିଲେ, କାରଣ ମୋର ଜଣେ ବନ୍ଧୁଙ୍କ ସହ ମତେ ଦେଖିବା ପରେ ମୁଁ ସମଲିଙ୍ଗୀ ବୋଲି ସେ ସନ୍ଦେହ କରିଥିଲେ।”

Advertisment
Gay-Lesbianଗେ-ଲେସ୍‌ବିଆନ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୋ ଜୀବନ ପ୍ରତି ବିପଦ ଥିଲା। ତେଣୁ ମୁଁ ଜଣେ ମହିଳାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି। ଏହା ମୋ ଜୀବନର କଠିନ ନିଷ୍ପତ୍ତି। ମୁଁ ଆଜି ବି ମୋର ଭାବନା ସହିତ ଲଢେଇ କରେ। ବେଳେବେଳେ ମୁଁ କାନ୍ଦି କାନ୍ଦି ନିଜକୁ ଆଘାତ କରିବାକୁ ଚେଷ୍ଟାକରେ। ଯଦି ମତେ ଜୀବିତ ରହିବାକୁ ହୁଏ, ତେବେ ମୋତେ ଏମିତି ହିଁ ଚକ୍କର ଖାଇ ବଞ୍ଚିବାକୁ ପଡିବ।

Gay Lesbianଗେ-ଲେସବିଆନ୍

ଏହି ବ୍ୟକ୍ତି କହିଛନ୍ତି ଯେ ଯଦି ତାଲିବାନ ଜାଣେ ଯେ ଜଣେ ବ୍ୟକ୍ତି ଲେସ୍‌ବିଆନ୍, ଗେ’, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର (LGBTQ) ସମ୍ପ୍ରଦାୟର, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ମିଳେ। ମୁଁ ସମସ୍ତ ପଡୋଶୀ ଦେଶରେ ଶରଣାର୍ଥୀ ହେବାକୁ ଆବେଦନ କରିଛି। କୌଣସି ଦେଶ ଆଫଗାନିସ୍ତାନର ଲୋକଙ୍କୁ ଭିସା ପ୍ରଦାନ କରୁ ନାହାଁନ୍ତି। କିନ୍ତୁ ଭାରତ ମାଗଣା ଭିସା ଘୋଷଣା କରିଥିଲା।

ସେହିପରି ଅନ୍ୟ ଜଣେ ସମଲିଙ୍ଗୀ ବ୍ୟକ୍ତି ପିଙ୍କ୍‌ ନ୍ୟୁଜ୍‌କୁ କହିଛନ୍ତି ଯେ ତାଲିବାନ ଆମକୁ ୧୪୦୦ ବର୍ଷ ପୂର୍ବକୁ ନେଇଯିବାକୁ ଚାହୁଁଛି। ଆପଣ ସେମାନଙ୍କ ସହିତ କୌଣସି ଯୁକ୍ତି କରିପାରିବେ ନାହିଁ। ସେମାନେ ୧୪୦୦ ବର୍ଷ ପୂର୍ବ ଯୁଗରେ ବଞ୍ଚିବାକୁ ଚାହାଁନ୍ତି ଯେତେବେଳେ ମହମ୍ମଦ ସାଉଦି ଆରବର ମରୁଭୂମିରେ ରହୁଥିଲେ। ତାଲିବାନ ଶାସନରେ ନାସ୍ତିକ ଏବଂ LGBTQ ଲୋକଙ୍କର କୌଣସି ସ୍ଥାନ ନାହିଁ।

Afghanistan Kabul Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ