Advertisment

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦି; ୫୦ତମ G-7 ସମ୍ମିଳନୀରେ ଯୋଗଦେବେ

ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ,ଫୋକସରେ ରହିବ। ଏଥିସହ G-7 ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମଧ୍ୟ ମୋଦି, ଦ୍ବିପାକ୍ଷିକ ଆଲୋଚନା କରିବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
G7 Summit 2024

G7 Summit 2024

Advertisment

G-7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ।ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ନିମନ୍ତ୍ରଣରେ ଇଟାଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ଜର୍ଜିଆଙ୍କ ସହ ଭାରତ-ଇଟାଲୀ ଦ୍ବିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Advertisment

ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ,ଫୋକସରେ ରହିବ। ଏଥିସହ G-7 ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମଧ୍ୟ ମୋଦି, ଦ୍ବିପାକ୍ଷିକ ଆଲୋଚନା କରିବା ସମ୍ଭାବନା ରହିଛି। ଇଟାଲୀର ଅପୁଲିଆରେ ୧୩ରୁ ୧୫ ତାରିଖ ତିନି ଦିନ ଧରି G-7 ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ,ଜର୍ମାନୀ, କାନାଡା ଏବଂ ଜାପାନ୍ ସଦସ୍ୟ ରାଷ୍ଟ୍ର ରହିଛନ୍ତି। ଚଳିତ ବର୍ଷର ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଇଟାଲୀ।

Advertisment

ଗତବର୍ଷ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ। ଏହା ଭାରତର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲା । ଭାରତ – ଇଟାଲୀ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭୂମଧ୍ୟସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସର୍ବାଦା ପ୍ରତିଶ୍ରୁତିବଦ୍ଧ ।ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଫଳାଫଳ ଏବଂ ଆଗାମୀ ଜି-୭ ଶିଖର ସମ୍ମିଳନୀର ଫଳାଫଳ ମଧ୍ୟରେ ଅଧିକ ସମନ୍ୱୟ ଆଣିବା ଏବଂ ଦକ୍ଷିଣ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବାର ଏହା ଏକ ସୁଯୋଗ ଆଣିଦେବ ।

PM Modi Italy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ