Advertisment

ପରିହାସର ଶିକାର ହେଲେ ପୁଟିନ୍‌ : ଫୁଙ୍ଗୁଳା ଦେହ ଦେଖି ତାଚ୍ଛଲ୍ୟ କଲେ ଜି-୭ର ନେତା

୨୦୦୯ରେ ଖୋଲା ଦେହରେ ଫଟୋ ଉଠାଇଥିଲେ ପୁଟିନ୍‌, ଆଉ ସେହି ଫଟୋ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି ।

ଅଦ୍ୟତନ ହୋଇଛି
Special story

Special story

Advertisment

ଫୁଙ୍ଗୁଳା ଦେହ ପାଇଁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସମାଲୋଚନା । G7 ଦେଶର ମୁଖ୍ୟମାନେ ରବିବାର ଦିନ ପୁଟିନଙ୍କୁ ପରିହାସ କରିଛନ୍ତି । ଜର୍ମାନୀରେ ଏହି ନେତାମାନେ ମଧ୍ୟାହ୍ନ ଭୋଜନ ସମୟରେ ପୁଟିନଙ୍କ ଏକ ଫଟୋକୁ ନେଇ ଉପହାସ କରିଛନ୍ତି, ଯେଉଁଥିରେ ସେ ବିନା ସାର୍ଟରେ ଅଛନ୍ତି । ଏଥିରେ ପୁଟିନ୍‌ଙ୍କ ଶରୀର ଦେଖାଯାଉଛି ଆଉ ସେ ଘୋଡ଼ା ଉପରେ ବସିଛନ୍ତି । G7 ନେତାଙ୍କ ପରିହାସ କରିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହି ଭିଡିଓ ଏପରି ସମୟରେ ଆସିଛି, ଯେତେବେଳେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପାଞ୍ଚ ମାସରେ ପହଞ୍ଚି ସାରିଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାଶ୍ଚାତ୍ୟ ମିଳିତ ମଞ୍ଚକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି ।

Advertisment

ପ୍ରଥମେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ G7 ନେତାଙ୍କ ସହ ଆଲୋଚନା କରୁଥିବା ବେଳେ ପୁଟିନ୍‌ଙ୍କ ଫୁଙ୍ଗୁଳା ଫଟୋକୁ ଥଟ୍ଟା କରିଥିଲେ । ଆମ୍ଭେମାନେ ମଧ୍ୟ ପୋଷାକ କାଢ଼ିଦେବା କି ବୋଲି ସେ କହିଥିଲେ ? ତେବେ ଏହାର ଉତ୍ତରରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଏବେ ନୁହେଁ, ଫଟୋ ଉଠାଇବା ପର୍ଯ୍ୟନ୍ତ ଅପେକ୍ଷା କର । ଆଉ ତା’ପରେ ବୋରିସ୍ ଜନସନ ପୁଣି ଥରେ କହିଛନ୍ତି, 'ଆମକୁ ଦେଖାଇବାକୁ ପଡିବ ଯେ ଆମ ଶରୀର ପୁଟିନଙ୍କ ଠାରୁ ଅଧିକ ଶକ୍ତିଶାଳୀ' । ପରେ ସେହି ନେତାଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ନିଜ ନିଜର ଜ୍ୟାକେଟ୍ କାଢ଼ି ଦେଇଥିଲେ । ପରେ ଜଷ୍ଟିନ ଟ୍ରୁଡୋ ପୁଟିନଙ୍କ ଉଦ୍ଦେଶ୍ୟରେ ଆହୁରି ଥଟ୍ଟା କରି କହିଛନ୍ତି, ଆମେ ମଧ୍ୟ ଫୁଙ୍ଗୁଳା ଦେହରେ ଫଟୋ କ୍ଲିକ୍‌ କରିବା ।

Advertisment

ସୂଚନାଯୋଗ୍ୟ ୨୦୦୯ରେ ସାଇବେରିଆନ୍ ଟାଭା ଅଞ୍ଚଳର ପର୍ବତରେ ପୁଟିନଙ୍କୁ ବିନା ସାର୍ଟରେ ଘୋଡ଼ାସବାର କରୁଥିବା ଦେଖିବାକୁ ମିଳିଥିଲା । ତେବେ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟ ଉପରେ ୟୁରୋପୀୟ ୟୁନିଅନର ସଭାପତି ଉର୍ସୁଲା ୱାନ୍‌ ଡେର୍ କହିଛନ୍ତି ଘୋଡାଚଢ଼ା ସର୍ବୋତ୍ତମ । ତେବେ ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ହେଲେ ସେ ଏଥିରେ କୌଣସି ମନ୍ତବ୍ୟ ଦେଇନଥିଲେ ।

Vladimir Putin G7 Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ