Advertisment

ଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି

କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା ପାଇଁ କରାଯାଇଥିବା କାମ ଲୋକଙ୍କ ଦେହରେ ଯାଏନି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି।

ଅଦ୍ୟତନ ହୋଇଛି
From house maid to Crorepati

From house maid to Crorepati

Advertisment

ନ୍ୟୁୟର୍କ : କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା ପାଇଁ କରାଯାଇଥିବା କାମ ଲୋକଙ୍କ ଦେହରେ ଯାଏନି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି। ଏଠାରେ ଏକ ମହିଳା ଏମିତି କିଛି କାମ କଲେ ଯେ ସେ ରାତାରାତି ବଡଲୋକ ହୋଇଗଲେ ସତ କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ହୀନ ଦୃଷ୍ଟିରେ ଦେଖିବାକୁ ଲାଗିଲେ।

Advertisment
Courtney Ann with her husband Nickସ୍ୱାମୀ ନୀକଙ୍କ ସହ କର୍ଟନୀ ଆନ୍

ଦିନ ଥିଲା ଆମେରିକାର ଟେକ୍ସାସରେ ରହୁଥିବା ୩୮ ବର୍ଷୀୟା କର୍ଟନୀ ଆନ୍ ଲୋକଙ୍କ ଘର ଘର ବୁଲି ଝାଡୁ-ପୋଛା ମାରୁଥିଲେ। ତାଙ୍କ ସ୍ୱାମୀ ନୀକ୍ ମାର୍କେଟିଂ କ୍ଷେତ୍ରରେ ଛୋଟ ମୋଟ କାମ କରୁଥିଲେ। ତାଙ୍କର ଦୁଇ ଝିଅ ଥିବାବେଳେ ସ୍ୱାମୀ-ସ୍ତ୍ରୀ ମିଶି ଯେନତେନ ପ୍ରକାରେ ପରିବାର ଚଳେଇ ଦେଉଥିଲେ। କର୍ଟନୀଙ୍କ ସ୍ୱାମୀ ସକାଳୁ ଶିଘ୍ର କାମରୁ ବାହାରି ଯାଉଥିବାରୁ ଘର ସବୁ କାମ ତାଙ୍କୁ କରିବାକୁ ପଡୁଥିଲା। ଝିମାନଙ୍କୁ ଗାଧୁଆ ପାଧୁଆ କରିବା ସହିତ ସେମାନଙ୍କ ଖିଆପିଆ ଠାରୁ ସ୍କୁଲ ଛାଡିବା ପର୍ଯ୍ୟନ୍ତ ସମସ୍ତ କାମ ସେ କରୁଥିଲେ। ଏହା ସହିତ ଘରର ଜିନିଷ ପତ୍ର କିଣିବା ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଥିଲା।

From house maid to Crorepatiଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି
Advertisment

ଏସବୁ କରିବା ପରେ ମଧ୍ୟ ଟଙ୍କା ରୋଜଗାର ପାଇଁ ସେ ଅନ୍ୟ ଘରେ କାମ କରୁଥିଲେ। ସେ କାମ କରି ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ତାଙ୍କ ଜୀବନ ଖୁବ୍ କଷ୍ଟକର ଥିଲା। ତାଙ୍କୁ ନିଜ ଆର୍ଥିକ ସ୍ଥିତିକୁ ସୁଧାରିବା ନେଇ ବହୁତ କିଛି କରିବାକୁ ପଡିଛି। ସେ ସୋସିଆଲ୍ ମିଡିରେ ସକ୍ରିୟ ରହିବା ନେଇ ବହୁତ ପସନ୍ଦ କରୁଥିଲେ। ଏଥିରେ ସେ ଅନେକ ମଡେଲଙ୍କ ଫଟୋ ଦେଖୁଥିଲେ। ତାଙ୍କ ସ୍ୱାମୀ ନୀକ ତାଙ୍କୁ ସବୁବେଳେ କହୁଥିଲେ ଯେ ସେ ବି ମଡେଲ୍‌ଙ୍କ ଭଳି ସୁନ୍ଦର ଦେଖାଯାଉଛନ୍ତି। ସେ ତାଙ୍କୁ କହୁଥିଲେ ଯେ ତମେ ବି ସୋସିଆଲ୍ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କର ବୋଲି।

Courtney Ann in Boldnessବୋଲ୍ଡ ଅବତାରରେ କର୍ଟନୀ ଆନ୍

ସ୍ୱାମୀଙ୍କ କଥା ମାନି କର୍ଟନୀ ଇନଷ୍ଟାଗ୍ରାମରେ ନିଜର ଏକ ଆକାଉଣ୍ଟ ଖୋଲିଲେ ଏବଂ ନିଜର ବୋଲ୍ଡ ଫଟି ଶେୟାର କରିବା ଆରମ୍ଭ କରିଦେଲେ। ଖୁବ ଅଳ୍ପଦିନରେ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାକୁ ଲାଗିଲା। ଇନଷ୍ଟାଗ୍ରାମ ଦ୍ୱାରା ତାଙ୍କର ଭଲ ରୋଜଗାର ମଧ୍ୟ ହେଲା। କିଛିଦିନ ପରେ ସେ ଆଡଲ୍ଟ ସବ୍ସକ୍ରିପସନ ସାଇଟ୍ ଓନଲୀଫ୍ୟାନରେ ନିଜର ଏକ ଆକାଉଣ୍ଟ ଖୋଲିଲେ ଏବଂ ଏଥିରେ ତାଙ୍କାର ନ୍ୟୁଡ୍ ଫଟୋ ବିକ୍ରି କରିବାକୁ ଲାଗିଲେ। ତାଙ୍କ ସ୍ୱାମୀ ମଧ୍ୟରେ ଏଥିରେ ତାଙ୍କୁ ବହୁତ ସହଯୋଗ କଲେ। ବର୍ତ୍ତମାନ ସେ ତାଙ୍କର ଫଟୋସୁଟ୍ କରୁଛନ୍ତି। କର୍ଟନୀ କହନ୍ତି ଯେ କିଛିଦିନ ମଧ୍ୟରେ ତାଙ୍କ ରୋଜଗାର ପୂର୍ବ ତୁଳନାରେ ୧୦ ଗୁଣା ହୋଇଯାଇଥିଲା। ସେ ବର୍ତ୍ତମାନ ବର୍ଷକରେ ୩.୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

Advertisment
From house maid to Crorepatiଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି

ଏବେ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ପୂର୍ବ ଚାକିରି ଛାଡିଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ଏହିଅ କାମରେ ଲାଗିପଡିଛନ୍ତି। ସେମାନଙ୍କ ପିଲାମାନେ ମଧ୍ୟ ଖୁବ ବୁଝିବାର। ସେମାନେ ମଧ୍ୟ ଏନେଇ କୌଣସି ବିବାଦ କରନ୍ତି ନାହିଁ। କର୍ଟନୀ କୁହନ୍ତି ଯେ ଏବେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି। ସେମାନେ ଚାରିଆଡେ ବୁଲାବୁଲି କରିବା ସହିତ ଏକ ଐଶ୍ୱର୍ଯ୍ୟଭରା ଜୀବନ ଜୀଉଛନ୍ତି।

ଏହା ଭିତରେ ବି ସେମାନଙ୍କ ଭିତରେ କିଛି ଦୁଃଖ ରହିଯାଇଛି। କର୍ଟନୀଙ୍କ ମା’ଙ୍କ ସମେତ ପରିବାରର ଅନେକ ଲୋକ ତାଙ୍କର ଏହି କାମକୁ ନାପସନ୍ଦ କରନ୍ତି। ସେମାନେ କର୍ଟନୀଙ୍କ ଆଡଲ୍ଟନେସ୍‌କୁ ଘୃଣା କରନ୍ତି। ଏହି କାରଣରୁ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ।

America New York Woman Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ