Advertisment

କାନାଡାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୪ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଗତକାଲି ଅପରାହ୍ନରେ କାନାଡାର ଓଣ୍ଟାରିଓ ସହରରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଛି । ଘୂର୍ଣ୍ଣିଝଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅଦ୍ୟତନ ହୋଇଛି
Four dead in Canada after heavy storms wreak havoc in Ontario and Quebec

Four dead in Canada after heavy storms wreak havoc in Ontario and Quebec

Advertisment

କାନାଡାରେ ଭୟଙ୍କର ଘୂର୍ଣ୍ଣିଝଡ । ଗତକାଲି ଅପରାହ୍ନରେ ଓଣ୍ଟାରିଓ ସହରରେ ହଠାତ୍ ଜୋରରେ ପବନ ହେବା ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି ।

Advertisment

ପବନର ଗତି ଏତେ ଅଧିକ ଥିଲା ଯେ, ଲୋକମାନେ ଜୀବନ ବିକଳରେ ଇଆଡେ ସିଆଡେ ଦଉଡିବାକୁ ଲାଗିଥିଲେ । ଘୂର୍ଣ୍ଣିଝଡ ପ୍ରଭାବରେ ଅନେକ ସ୍ଥାନରେ ରାସ୍ତା ଉପରେ ବଡ ବଡ ଗଛ ଉପୁଡି ପଡିଛି ।

Advertisment

କେବଳ ଏତିକି ନୁହେଁ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ପଡିଯାଇଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଘୂର୍ଣ୍ଣିଝଡ ପ୍ରଭାବରେ ପ୍ରାୟ ୯ ଲକ୍ଷ ଘରେ ବିଦ୍ୟୁତ୍‌ କାଟ୍‌ ହୋଇଥିବା ବେଳ ଏଥିରେ ପ୍ରାୟ ସାଢେ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

Advertisment

Canada Heavy Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ